କେସିଙ୍ଗା : ( ପ୍ରୀତେଶ ପଟେଲ)କଳାହାଣ୍ଡିର କେସିଙ୍ଗା ରେଞ୍ଜ ଅନ୍ତର୍ଗତ ପଥର୍ଲା ଗ୍ରାମ ର ବିରାଜ ପଟେଲ ଙ୍କ ପନିପରିବା ଚାଷ ପାଇଁ ଉଦ୍ଦିଷ୍ଟ ଥିବା କୂଅ ରେ ପଡ଼ି ଶନିବାର ରାତିରେ ଏକ ଭାଲୁ ର ମୃତ୍ୟୁ ଘଟିଛି।ବିରାଜ ଭୋର୍ ରୁ ବାଡ଼ି କୁ ଗଲା ପରେ ଭାଲୁ ଟି କୂଅ ରେ ପଡ଼ିଥିବା ଦେଖିବାକୁ ସହ ବନ ବିଭାଗ କୁ ଖବର ଦେଇଥିଲେ । ଖବର ପାଇ ବନ ବିଭାଗ ଭାଲୁ ଟିକୁ କୂଅ ରୁ ଉଦ୍ଧାର କରି କେସିଙ୍ଗା ପ୍ରାଣୀ ଚିକିତ୍ସା ଳୟ କୁ ଆଣି ଥିବା ବେଳେ ସେଠାରେ ମୃତ ଭାଲୁ ଟି ର ବ୍ୟବଚ୍ଛେଦ କରାଯାଇଥିଲା ।

ଏଠାରେ ସୂଚନା ଯୋଗ୍ୟ ଯେ ଏହି ଅଞ୍ଚଳ ରେ ଭାଲୁ ବୁଲୁଥିବାର ଖବର ପୂର୍ବରୁ ବହୁବାର ବନ ଅଧିକାରୀଙ୍କୁ ଖବର ଦେଇଥିଲେ ସୁଦ୍ଧା ବନ ଅଧିକାରି ଙ୍କ ଦାୟିତ୍ଵ ହୀନତା ଯୋଗୁଁ ଆଜି ଭାଲୁ ଟି ର ମୃତ୍ୟୁ ହୋଇଥିବା ଲୋକେ ଚର୍ଚା କରୁଛନ୍ତି ।