
ପୁରୀ : ( ମନୋଜ କୁମାର ବଳିଆରସିଂ)ପୁରୀ ଜିଲ୍ଲା ହନ୍ତୁକ ସେବା ସମବାୟ ସମିତି ଅଧୀନରେ ଥିବା ଧାନ ଚାଷୀ ମାନଙ୍କ ଠାରୁ ଧାନ କିଣିବାରେ ବ୍ୟାପକ ଚଞ୍ଚକତା କରାଯାଉଛି | ଧାନ କିଣିବା ପାଇଁ ସରକାରଙ୍କ ଠାରୁ ସ୍ୱୀକୃତି ପାଇଥିବା ଦକ୍ଷିଣକାଳୀ ଓ କାମଧେନୁ ମିଲକାରୀ ସମବାୟ ସମିତି ଦ୍ୱାରା କୌଣସି ମଣ୍ଡି ନକରି ଚାଷୀ ମାନଙ୍କ ନିକଟରୁ ଧାନ ନେବା ପାଇଁ ସମ୍ପାଦକ ଓ ମିଲ ମାଲିକ ଚାଷୀ ମାନଙ୍କୁ ବିଭିନ୍ନ ଉପାୟରେ ଠକୁଥିବା ଜଣାଯାଇଛି |
ସମିତି ମାଧ୍ୟମ ରେ ପଞ୍ଜିକରଣ କରିଥିବା ଚାଷୀ ମାନଙ୍କ ନିକଟକୁ ମୋବାଇଲ ମାଧ୍ୟମ ରେ ସୂଚନା ଦିଆ ଯାଇଥିବା ବେଳେ ମିଲକାରୀ ମାନେ ସମ୍ପାଦକଙ୍କ ବିନା ଟୋକେନ ରେ ଧାନ ଗ୍ରହଣ କରୁନାହାନ୍ତି |
ସମିତି ସମ୍ପାଦକ ଧାନ ୧୦୦ କି.ଗ୍ରା ପାଇଁ ୧୦୦ ଟଙ୍କା କମିଶନ ମାଗୁଥିବା ବେଳେ ମିଲର ମାନେ ଚାଷୀ ମାନଙ୍କ ଠାରୁ ୧୦୦ କି.ଗ୍ରା ପ୍ରତି ୧୦ ରୁ ୨୫ କି.ଗ୍ରା କାଟ କାଟିନେଉଛନ୍ତି ଏହା ବ୍ୟତୀତ ଚାଷୀ ମାନେ ଗାଡି ଭଡା ଦେଇ ମିଲ ନିକଟ ରେ ୨ ରୁ ୩ ଦିନ ଅପେକ୍ଷା କରି ଠକାମିର ଶିକାର ହେଉଛନ୍ତି ଏଥିରେ କିଛି କୁଜି ନେତା ଓ ସରକାରୀ ଅଧିକାରୀ ସମ୍ପୃକ୍ତ ଥିବା ଜଣାଯାଇଛି |ଘଟଣା ର ବିଧିବଦ୍ଧ ତଦନ୍ତ କରି ଚାଷୀ ମାନଙ୍କୁ ନ୍ୟାୟ ପ୍ରଦାନ କରିବାକୁ ଅନୁରୋଧ କରାଯାଇଛି |