ପୁରୀ: (ମନୋଜ କୁମାର ବଳିଆରସିଂ)କଟକ ତ୍ରିବେଣୀ ସାଂସ୍କୃତିକ କେନ୍ଦ୍ର ତତ୍ତ୍ଵାବଧାନରେ ପୁରୀ ସଦାଶିବ ସଂସ୍କୃତ ମହାବିଦ୍ୟାଳୟ ପରିସରରେ ଶ୍ରୀ ଜଗନ୍ନାଥ ଧାମ ପୁରୀ ଉତ୍ସବ ୨୦୨୫ ଅନୁଷ୍ଠିତ ହୋଇଯାଇଛି ।କାର୍ଯ୍ୟକ୍ରମର ପ୍ରାରମ୍ଭରେ ଜାତୀୟ ଏବଂ ଆନ୍ତର୍ଜାତିକ ସ୍ତରୀୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ।ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।

ଏଥିରେ ମୁଖ୍ୟ ଅତିଥି ଭାବେ ରାଜ୍ୟସଭା ସାଂସଦ ଶୁଭାଶିଷ ଖୁଣ୍ଟିଆ ଯୋଗଦାନ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ସମାଜସେବୀ ପ୍ରଦ୍ୟୁମ୍ନ କୁମାର ମିଶ୍ର,ରାଧେଶ୍ୟାମ ରଥ, ଡ କମଳିନୀ ପାଣିଗ୍ରାହୀ,ରେଖା ମହାନ୍ତି ଯୋଗଦାନ କରି ସମସ୍ତ କଳାକାର ମାନଙ୍କୁ ପୁରସ୍କାର ବିତରଣ କରିଥିଲେ ।

ଏହି କାର୍ଯ୍ୟକ୍ରମରେ ପ୍ରାୟ ୨୫୦ ରୁ ଉର୍ଦ୍ଧ ନୃତ୍ୟ କଳାକାର ଯୋଗଦାନ କରିଥିଲେ ଏବଂ ଅତିଥି ମାନେ ସମସ୍ତ କଳାକାର ମାନଙ୍କ ଉତ୍ତମ ଭବିଷ୍ୟତ କାମନା କରିଥିଲେ ।ଶେଷରେ ତ୍ରିବେଣୀ କଳା କେନ୍ଦ୍ର ର ପରିଚାଳିକା ଶ୍ରୀମତୀ ରେଖା ମହାନ୍ତି ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରି କାର୍ଯ୍ୟକ୍ରମକୁ ସମାପ୍ତ କରିଥିଲେ ।