
ପୁରୀ: (ମନୋଜ କୁମାର ବଳିଆରସିଂ)ପ୍ରଣତି କଳା ମନ୍ଦିର ର ୬୯ ତମ ବାର୍ଷିକ ଉତ୍ସବ ଅନ୍ନପୂର୍ଣ୍ଣା ରଙ୍ଗମଞ୍ଚ ପରିସରରେ ଅନୁଷ୍ଠିତ ହୋଇଯାଇଛି ।ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ସଂସ୍କୃତି ଅଧିକାରୀ ହେମନ୍ତ କୁମାର ବେହେରା ଯୋଗଦାନ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ଅନୁଷ୍ଠାନର ସଭାପତି କବି ତିଳକ ଆର୍ତ୍ତତ୍ରାଣ ଶତପଥୀ,ସାଧାରଣ ସମ୍ପାଦକ କିଶୋର ଚନ୍ଦ୍ର ସାହୁ,ମୁଖ୍ୟ ଉପଦେଷ୍ଟା ଡ଼ ବାମଦେବ ସାହୁ ଯୋଗଦାନ କରି କାର୍ଯ୍ୟକ୍ରମକୁ ଶୁଭ ଉଦ୍ଘାଟନ କରିଥିଲେ ।
ଏହାପରେ ସମ୍ପାଦକ ଶ୍ରୀ ସାହୁ ସଂପାଦକୀୟ ବିବରଣୀ ପଠନ କରିଥିଲେ ।ପ୍ରଣତି କଳା ମନ୍ଦିର କିପରି ଐତିହ୍ୟ ସହିତ ଆଗାମୀ ଭବିଷ୍ୟତରେ କଳା ଏବଂ ସଂସ୍କୃତିର ଅଭିବୃଦ୍ଧି ପାଇଁ ଛାତ୍ର ଛାତ୍ରୀ ମାନଙ୍କ ଶତ ପ୍ରତିଶତ ଚେଷ୍ଟା ରହିବ ତାହା ଉପରେ ଅତିଥି ମାନେ ଆଲୋଚନା କରିଥିଲେ ।ଏହାପରେ ଶ୍ରୀ ଶତପଥୀ ଙ୍କ ଲିଖିତ ସମବେତ ସଙ୍ଗୀତ ପରିବେଷଣ କରାଯାଇଥିଲା ।
ସଙ୍ଗୀତ ଗୁରୁ ପ୍ରକାଶ କୁମାର ରଥ ଙ୍କ ନିର୍ଦ୍ଦେଶନାରେ ଭକ୍ତି ସଙ୍ଗୀତ,ପଲ୍ଲୀ ସଙ୍ଗୀତ,ଓଡ଼ିଶୀ,ଛାନ୍ଦ ପରିବେଷଣ କରାଯାଇଥିଲା ।ଛାତ୍ର ଛାତ୍ରୀ ମାନଙ୍କ ନୃତ୍ୟ ଏବଂ ସଙ୍ଗୀତ କୁ ଦର୍ଶକ ମାନେ ବେଶ୍ ଉପଭୋଗ କରିଥିଲେ ।ଅନୁଷ୍ଠାନର ବରିଷ୍ଠ ସଦସ୍ୟ ରାଧେଶ୍ୟାମ ରଥ,ରାମକୃଷ୍ଣ ମହାପାତ୍ର,ଗଣେଶ୍ୱର ମହାପାତ୍ର କାର୍ଯ୍ୟକ୍ରମରେ ପୂର୍ଣ୍ଣ ସହଯୋଗ କରିଥିବା ବେଳେ ଅନୁଷ୍ଠାନର ସମ୍ପାଦକ ଶ୍ରୀ ସାହୁ ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ ।