ପୁରୀ : (ମନୋଜ କୁମାର ବଳିଆରସିଂ )ପୁରୀର ଅଗ୍ରଣୀ ନୃତ୍ୟ ଅନୁଷ୍ଠାନ ଶ୍ରୀକ୍ଷେତ୍ର ନୃତ୍ୟ ଶିଳ୍ପୀ ସଂଘ ଆନୁକୂଲ୍ୟରେ ଆସନ୍ତା ଅପ୍ରେଲ ମାସ ୨୭ ଓ ୨୯ ତାରିଖ ଦିନ ପୁରୀ ପୌରସଦନ ଠାରେ ବିଶ୍ଵ ନୃତ୍ୟ ଦିବସ ଧୂମଧାମରେ ପାଳନ କରାଯିବ । ୨୭ତାରିଖ ଦିନ ୧୦ଘଟିକା ଠାରୁ ଓଡ଼ିଶୀ, ଚିତ୍ରାଙ୍କନ, କୈାତୁକ ପୋଷାକ, ସମ୍ବଲପୁରୀ ନୃତ୍ୟ, ଆଧୁନିକ ନୃତ୍ୟ, ରିଲ୍ସ ପ୍ରତିଯୋଗିତା ଆୟୋଜନ କରାଯିବ ।

ଏଥିରେ ଓଡ଼ିଶାର ବିଭିନ୍ନ ସ୍ଥାନରୁ ପ୍ରାୟ ୫୦୦ ଜଣ ପ୍ରତିଯୋଗୀ ଭାଗନେବା ପାଇଁ ସ୍ୱୀକୃତି ପ୍ରଦାନ କରିଛନ୍ତି । ୨୯ ତାରିଖ ମଙ୍ଗଳବାର ଦିନ ସନ୍ଧ୍ୟା ୫ଘଟିକା ସମୟରେ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରିବା ସହ କିଛି ମାନ୍ୟଗଣ୍ୟ ବ୍ୟକ୍ତିଙ୍କୁ ନିଜର ପରାକାଷ୍ଠା ପାଇଁ ସମ୍ମାନିତ କରାଯିବା ପାଇଁ ସ୍ଥିର କରାଯାଇଅଛି । ମଞ୍ଚରେ ଓଡ଼ିଶୀ ଓ ସମରକଳା, ମାଲଖମ୍ବ, ରେକର୍ଡ଼ ଡ୍ୟାନ୍ସ ନୃତ୍ୟ ପରିବେଷଣ କରାଯିବ । ଏହି ଉତ୍ସବରେ ବରିଷ୍ଟ ଅତିଥିମାନେ ଯୋଗଦେବା ପାଇଁ ସ୍ୱୀକୃତି ପ୍ରଦାନ କରିଛନ୍ତି । ଏହି ଉତ୍ସବକୁ ଅତ୍ୟନ୍ତ ଚିତାକର୍ଷକ କରାଯିବ ବୋଲି ଅନୁଷ୍ଠାନର କର୍ମକର୍ତ୍ତାମାନେ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ପ୍ରଦାନ କରିଛନ୍ତି ।

ଏହି ସାମ୍ବାଦିକ ସମ୍ମିଳନୀରେ ସଭାପତି– ବଟକୃଷ୍ଣ ପୁଷ୍ପାଳକ, ଉପସଭାପତି– ସୁକେଶ ପ୍ରଧାନ, ସମ୍ପାଦକ–ସୁକାନ୍ତ ପଟ୍ଟନାୟକ, ସହ–ସମ୍ପାଦକ– ସନ୍ତୋଷ କୁମାର ମହାରଣା ଓ କୁମାର ଭୀମସେନ, ପରିଚାଳନା ସମ୍ପାଦକ– ମନୋରଂଜନ ସାହୁ, ମନୋଜ ଜେନା, କୋଷାଧ୍ୟକ୍ଷ– ଜିତେନ୍ଦ୍ର ମୁଦୁଲି, ସୋମନାଥ ନାୟକ ଓ ଅମିତ ଚାଟାର୍ଜୀ, କୃଷ୍ଣ କୁମାର ଦାସ, ହରେକୃଷ୍ଣ ମିଶ୍ର, ଇନ୍ଦ୍ରମଣି ପ୍ରଧାନ ଓ ସମସ୍ତ ନୃତ୍ୟ ସଂଘର କର୍ମକର୍ତ୍ତାଗଣ ପ୍ରମୁଖ ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିଲେ ।