ପୁରୀ(ମନୋଜ କୁମାର ବଳିଆରସିଂ)ଶ୍ରୀ ଜୀଉ ଫାଉଣ୍ଡେସନ ପକ୍ଷରୁ ଶିକ୍ଷାଶ୍ରୀ ସମ୍ମାନ ସମାରୋହ ଆୟୋଜିତ । ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ପୁରୀ ସଦର ପୂର୍ବତନ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ ଯୋଗଦାନ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ବଲାଙ୍ଗୀରର ସମାଜସେବୀ ବାସୁଦେବ ପତି, ସଦର ବ୍ଲକ ଅଧ୍ୟକ୍ଷ ଦିବାକର ପାତ୍ର, ଇ ୨୪ ହସ୍ପିଟାଲ ର ପରିଚାଳକ ରାଜେଶ ମିଶ୍ର,କୈଳାଶ ପରିଡ଼ା,ମଧୁସୂଦନ ସିଂହାରୀ,ପୁରୀ ଅର୍ବାନ ବ୍ୟାଙ୍କ ନିର୍ଦେଶକ ରବି ଦାସ,ପୁରୀ ଜିଲ୍ଲା ବିଜେପି ଦଳର ସଭାପତି ଡ଼ ଦେବେନ୍ଦ୍ରନାଥ ତରେଇ,ବିନୟ ନୃସିଂହ ମହାପାତ୍ର,ହରିହର ମହାପାତ୍ର, ଅନୁଷ୍ଠାନର ସଭାପତି ସଞ୍ଜୀବ କୁମାର ରଥଶର୍ମା,ସମ୍ପାଦକ ଅରୁଣ ମିଶ୍ର ଯୋଗଦାନ କରି ମହାପ୍ରଭୁ ଙ୍କ ନିକଟରେ ପ୍ରଦୀପ ପ୍ରଜ୍ଵଳନ ପୂର୍ବକ କାର୍ଯ୍ୟକ୍ରମକୁ ଶୁଭ ଉଦ୍ଘାଟନ କରିଥିଲେ ।

ଏହାପରେ ସଭାକାର୍ଯ୍ୟ ଆରମ୍ଭରେ ଅତିଥି ମାନେ ନିଜ ଅଭିଭାଷଣରେ ବୃକ୍ଷ ହିଁ ଜୀବନ,ଜୀବନରେ ବିଦ୍ୟା ଅଧ୍ୟୟନ କରିବା ସହ ସମାଜସେବା ରେ ନିଜକୁ ନିୟୋଜିତ କରିବାକୁ ଛାତ୍ର ଛାତ୍ରୀ ମାନଙ୍କୁ ଆହ୍ଵାନ ଦେଇଥିଲେ ।ଏହାପରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ କିଛି ବ୍ୟକ୍ତି ବିଶେଷଙ୍କୁ ସମ୍ମାନିତ କରାଯିବା ସହ ଚଳିତ ବର୍ଷ ପୁରୀ ଜିଲ୍ଲାର ଦଶମ ଶ୍ରେଣୀରେ ପ୍ରଥମ ସ୍ଥାନ ଅଧିକାର କରିଥିବା ୭୦ ଜଣ ଏବଂ +୨ ରେ ଟପର ହୋଇଥିବା ୧୮ ଜଣ ଛାତ୍ର ଛାତ୍ରୀ ମାନଙ୍କୁ ଅନୁଷ୍ଠାନ ପକ୍ଷରୁ ଅତିଥି ମାନଙ୍କ ଦ୍ଵାରା ପୁରସ୍କାର ବିତରଣ କରାଯାଇଥିଲା ।

ଏହାପରେ ବିଭିନ୍ନ ନୃତ୍ୟ ଅନୁଷ୍ଠାନ ନଟରାଜ ଡ୍ୟାନ୍ସ ଏକାଡେମୀ, ଷ୍ଟେପପ୍ ଡ୍ୟାନ୍ସ ସେଣ୍ଟର୍,ଆରତୀ ଡ୍ୟାନ୍ସ ଏକାଡେମୀ,ସି ବି ଏସ ଡ୍ୟାନ୍ସ ଏକାଡେମୀ, ଝାଡେଶ୍ୱରି ଡ୍ୟାନ୍ସ ଏକାଡେମୀ ର କଳାକାର ମାନଙ୍କ ଦ୍ଵାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।ଏଥିରେ ମୁଖ୍ୟ ଆକର୍ଷଣ ଥିଲା ଅପରେସନ ସିନ୍ଦୂରର ନୃତ୍ୟ ।ଯେଉଁଭଳି ଭାବେ ଭାରତୀୟ ସେନା ପାକିସ୍ଥାନରେ ପଶି ପାକିସ୍ଥାନକୁ ଧ୍ବଂସ ବିଧ୍ଵଂସ କରିଦେଇଥିଲେ ତାହାକୁ କଳାକାର ମାନେ ମଞ୍ଚରେ ଉପସ୍ଥାପନ କରିଥିଲେ ।ଏହାକୁ ଦେଖିବାପାଇଁ ଦର୍ଶକ ମାନେ ଉତ୍କଣ୍ଠାର ସହ ବସି ରହିଥିଲେ ଏବଂ ଏହାକୁ ବେଶ୍ ଉପଭୋଗ କରିଥିଲେ ।ଶେଷରେ ଅନୁଷ୍ଠାନର ସଭାପତି ଶ୍ରୀ ରଥଶର୍ମା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିବା ସହ ଅନୁଷ୍ଠାନର ସମସ୍ତ କର୍ମକର୍ତ୍ତା ମାନଙ୍କୁ ସାଧୁବାଦ ଜଣାଇ କାର୍ଯ୍ୟକ୍ରମକୁ ସମାପ୍ତ କରିଥିଲେ ।