
କେସିଙ୍ଗା : (ପ୍ରୀତେଶ ପଟେଲ) କଳାହାଣ୍ଡି ଜିଲ୍ଲା କେସିଙ୍ଗା ସହରର କାଳି ମନ୍ଦିର ର ଶ୍ରୀ ଜଗନ୍ନାଥ ମନ୍ଦିର ରେ ଶୁକ୍ରବାର ରଥଯାତ୍ରା ଆରମ୍ଭ ହୋଇଥିଲା । ପ୍ରଥମ ଦିନରେ ନିତିକାନ୍ତି ଅନୁଯାଇ ଚତୁର୍ଦ୍ଧା ମୂର୍ତ୍ତି ଙ୍କ ପୂଜାର୍ଚ୍ଚନା କରି ଭଗବାନଙ୍କୁ ଧାଡ଼ି ପହଣ୍ଡି କରି ରଥାରୂଢ଼ କରାଯାଇଥିଲା । ପରେ ରଥ ଟି କିଛି ରାସ୍ତା ଯାତ୍ରା କରିବା ପରେ ସୂର୍ଯ୍ୟାସ୍ଥ ହେବା ଫଳରେ ସ୍ପିନିଂ ମିଲ ପାଖରେ ଚତୁର୍ଦ୍ଧା ମୂର୍ତ୍ତି ରଥାରୂଢ଼ ହୋଇ ରାତ୍ରି ଯାପନ କରିଥିଲେ ।
ଶନିବାର ଭୋର୍ ସକାଳୁ ଭଗବାନଙ୍କୁ ରଥ ଉପରେ ନିତିକାନ୍ତି କରିବା ପରେ ହଜାର ହଜାର ଭକ୍ତଙ୍କ ସମାଗମରେ ରଥଟଣା ଆରମ୍ଭ ହୋଇଥିଲା । ସନ୍ଧ୍ୟା ସମୟରେ ରଥାରୂଢ଼ ହୋଇ ଚତୁର୍ଦ୍ଧା ମୂର୍ତ୍ତି କେସିଙ୍ଗା ସହର ବିଦ୍ୟୁତ୍ ବିଭାଗ ଗ୍ରିଡ ସବ୍ ଷ୍ଟେସନ ର ମାଉସୀ ମା ମନ୍ଦିର ଠାରେ ପହଞ୍ଚିଥିଲେ । ସେଠାରେ ହରିବୋଲ ହୁଳହୁଳି ଶବ୍ଦରେ ଭଗବାନଙ୍କୁ ମାଉସୀ ମା ମନ୍ଦିର ଗର୍ଭ ଗୃହକୁ ନିଆଯାଇଥିଲା ।
ଉକ୍ତ ରଥଯାତ୍ରା ରେ ମନ୍ଦିର ପୂଜାରୀ ଭାବେ , ସୁଧୀର କୁମାର ଦାଶ , ପ୍ରସନ୍ନ ମହାପାତ୍ର , ପର୍ଶୁରାମ ପାଢ଼ୀ, ବିଜୟ ପାଢ଼ୀ, ଭାଗିରଥି ପାଢ଼ୀ ଭଗବାନଙ୍କ ସେବା କାର୍ଯ୍ୟରେ ଉପସ୍ଥିତ ଥିବାବେଳେ ନାରାୟଣ ସିଂ,ଅକ୍ଷୟ କୁମାର ସାହୁ, ଭାସ୍କର କୁମାର ରାଓ, କେଶବ ସାହୁ, ପର୍ଶୁରାମ ମହାନ୍ତି, ଶରତ ସାମଲ, ସଙ୍କୀର୍ତ୍ତନ ପାଣିଗ୍ରାହୀ , ରମେଶ ମଲ୍ଲିକ , ମିଳୁ ବାରିକ, ଓମ୍ ପ୍ରକାଶ ଜୈନ୍ ପ୍ରମୁଖ ମନ୍ଦିର କମିଟି ପକ୍ଷରୁ ସାମିଲ ଥିଲେ । ଉକ୍ତ ରଥ ଯାତ୍ରା ଦୁଇ ଦିନ ଯାଏଁ ହୋଇଥିବା ବେଳେ କେସିଙ୍ଗା ପୋଲିସ୍ ବିଭାଗ ଆଈ ଆଇ ସି ପ୍ରଦ୍ୟୁମ୍ନ କୁମାର ମହାପାତ୍ର ଙ୍କ ଅଧ୍ୟକ୍ଷତା ରେ କଡା କଡି ଭାବେ ପୋଲିସ କର୍ମୀ ମୁତୟନ କରାଯାଇଥିଲା ଏବଂ ଶାନ୍ତି ଶୃଙ୍ଖଳା ର ସହିତ ରଥଯାତ୍ରା ସମ୍ପନ୍ନ ହୋଇଥିଲା ।