Breaking News
10:10 amଶ୍ରୀଜଗନ୍ନାଥ ଅନ୍ତର୍ଜାତୀୟ ବିମାନବନ୍ଦର: ୨୭ ଏକର ଜମିକୁ ଜଙ୍ଗଲ ଓ ପରିବେଶ ମନ୍ତ୍ରାଳୟ ଅନୁମତି ୧୧୬୪ ଏକର ଜମିରେ ନିର୍ମାଣ ହେବ ବିମାନବନ୍ଦର 10:10 amକବିସୂର୍ଯ୍ୟନଗର: ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଅଢ଼େଇବର ଗ୍ରାମରେ ଚରିତ୍ର ଉପରେ ସନ୍ଦେହରୁ ଦୁଃଖଦ ପରିଣାମ: ବିଷଧର ନାଗ ଆଣି ପତ୍ନୀ ଓ ଶିଶୁକନ୍ୟାକୁ ହତ୍ୟା ଅଭିଯୁକ୍ତ ସ୍ବାମୀ ଗିରଫ 10:08 amଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ନବରଙ୍ଗପୁର ଜିଲ୍ଲା ଅବକାରୀ ବିଭାଗର ସୁପରିଟେଣ୍ଟେଡ଼ ଗଙ୍ଗା ପାଇକରାୟଙ୍କ ନବରଙ୍ଗପୁର ସ୍ଥିତ ଭଡାଘରେ ଆଜି ଭିଜିଲାନ୍ସ ରେଡ଼ କରିଛି 1:47 pmବୌଦ୍ଧ: ବୌଦ୍ଧ ବୁଟୁପାଲିରେ ଥିବା ପୁଲିସ କଲୋନୀର କ୍ୱାଟର୍ସରୁ ଜଣେ ମହିଳା କନେଷ୍ଟବଳଙ୍କ ମୃତଦେହ ଜବତ,ସ୍ୱାମୀ ଅଟକ 1:46 pmଭୁବନେଶ୍ବର: ସର୍ବଦଳୀୟ ବୈଠକ ପରେ ବି ଚାଲିପାରିଲାନି ଗୃହ। ଅପରାହ୍ଣ ୪ଟା ଯାଏ ବିଧାନସଭା ମୁଲତବୀ।

ବି ଜେ ଡି ବିରୁଦ୍ଧ ରେ ବି ଜେ ପିର ଜନ ଆକ୍ରୋଶ ଆନ୍ଦୋଳନ

8 0

କଳାହାଣ୍ଡି: (ନରେନ୍ଦ୍ର ନେଗୀ)ସାଂପ୍ରତିକ ଓଡ଼ିଶା ସରକାର ଦୁର୍ନୀତି ର ଚରମ ସୀମା ରେ ରହି ଓଡ଼ିଶା ବାସୀଙ୍କୁ ବିକାଶ ର ନୂତନ ସୂର୍ଯ୍ୟାଲୋକ ଦେଖାଇ ଆଭ୍ୟନ୍ତରୀଣ ଲୁଟ କରି ଚାଲିଥିବା ଅଭିଜୋଗ ଆଣି ବି ଜେ ପି ସମଗ୍ର ଓଡ଼ିଶା ରେ ଜନ ଆକ୍ରୋଶ ଆନ୍ଦୋଳନ ଆରମ୍ଭ କରିଛି|ମଙ୍ଗଳବାର ଶତାଧିକ ବି ଜେ ପି କର୍ମୀ ସ୍ଥାନୀୟ ଦୁର୍ଗା ମନ୍ଦିର ପରିସର ରୁ ଏକ ବିଶାଳ ପଟୁଆର ରେ ବାହାରି ନଗର ପରିକ୍ରମା କଲା ପରେ ସ୍ଥାନୀୟ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ବି ଜେ ଡି ସରକାର ଓ ପ୍ରଶାସନ ବ୍ୟବସ୍ଥାରେ ଲାଭ ଖୋର ମନୋବୃତ୍ତି ବିରୁଦ୍ଧରେ ଗର୍ଜନ କରିଥିଲା|

ପ୍ରଧାନ ମନ୍ତ୍ରୀ ଆବାସ, କର୍ମନିଯୁକ୍ତି ଯୋଜନା ଓ ବିଭିନ୍ନ ଉନ୍ନୟନ କାର୍ଯ୍ୟ ରେ ଯନ୍ତ୍ରୀ ମାନଙ୍କୁ ଢାଲ କରି ବିକାଶ ଧାରା କୁ ଲୁଟି ଚାଲି ଥିବା ଘଟଣା କୁ ନେଇ ବକ୍ତା ମାନେ ଗର୍ଜନ କରିଥିଲେ|

କଳାହାଣ୍ଡି ଜିଲ୍ଲା ସଭାପତି ଆର୍ତ୍ତତ୍ରାଣ ମହାପାତ୍ର ଙ୍କ ଅଧ୍ୟକ୍ଷତା ରେ ଆରମ୍ଭ ହୋଇଥିବା ବିକ୍ଷୋଭ ସଭାରେ ପୂର୍ବ ସଭାପତି ଶେଷ ଦେବ ବେହେରା, ଭବେନ୍ଦ୍ର ପଣ୍ଡା, ହିମାଂଶୁ ଶେଖର ମେହେର, ପୂର୍ବ ସାଂସଦ ଅର୍କ କେଶରୀ ଦେଓ , ଲକ୍ଷ୍ମୀ କାନ୍ତ ବାଗ, କାଳୀ ପ୍ରସାଦ ରାଇଗୁରୁ, ଯୁବ ମୋର୍ଚ୍ଚା ସଭାପତି ବିଜୟ ଦେବ ସାହୁ, ଦୀପ ଜ୍ୟୋତି ମୁଣ୍ଡ, ମମତା ପଣ୍ଡା, ବିଜୟ ଦିସାରି, ଉଆଁସୁ ବିଶ୍ଵାଳ, ବିମୁଗ୍ଧ ପଣ୍ଡା, ବୈଦ୍ୟନାଥ ଠାକୁର, ମନୋଜ ପାତ୍ର, ଜିଲ୍ଲା ପରିଷଦ ସଭ୍ୟ ଅଙ୍ଗଡ ମାଝୀ ପ୍ରମୁଖ ଉଦବୋଧନ ଦେଇଥିଲେ|ତୀର୍ଥ ରାଜ ଦଳପତି ମଞ୍ଚ ପରିଚାଳନା କରିଥିଲେ|ଏହି ଅବସର ରେ ବ୍ଲକ ପ୍ରଶାସନ ମାଧ୍ୟମ ରେ ରାଜ୍ୟପାଳ ଙ୍କୁ ଏକ ଦାବୀ ପତ୍ର ପ୍ରଦାନ କରାଯାଇ ଥିଲା|

Related Post

ପୁଣି ଧସିଲା ବୈତରଣୀ ନଦୀବନ୍ଧ

Posted by - August 17, 2023 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ )ପୁଣି ଧସିଲା ବୈତରଣୀ ନଦୀବନ୍ଧ। ଦଶରଥପୁର ବ୍ଳକ କମାରଡିହି ପଂଚାୟତ ବଳରାମପୁର ଠାରେ ଧସିଲା ବୈତରଣୀ ନଦୀବନ୍ଧ। ପାଖାପାଖି ୫୦  ଫୁଟ ଲମ୍ବର…

ଗ୍ରାନାଇଟ ଫେକ୍ଟ୍ରି ଭିତରେ ଡ୍ରାଇଭର ଶବ ଉଦ୍ଧାର,ହତ୍ୟା ନା ଆତ୍ମହତ୍ୟା ତଦ ନ୍ତ ଜାରି

Posted by - March 7, 2023 0
କେସିଙ୍ଗା:(ପ୍ରିତେସ ପଟେଲ) କଳାହାଣ୍ଡି ଜିଲ୍ଲା କେସିଙ୍ଗା ମିନି ଷ୍ଟାଡିୟମ ପାଖରେ ଥିବା ଆର୍ ଏମ୍ ଏନ୍ ଗ୍ରାନାଇଟ ଫ୍ୟାକ୍ଟ୍ରି ଷ୍ଟାଫ କ୍ୱାଟର ଭିତରେ ଫ୍ୟାକ୍ଟ୍ରି ର ଟ୍ରଲର…

ଫଟାମୁଣ୍ଡା-ଦେଢ଼େଣମାଳ ପୋଲ ନିର୍ମାଣ ହେବ କେବେ ?

Posted by - August 8, 2023 0
ବୌଦ୍ଧ 🙁 ଚିତ୍ତରଞ୍ଜନ ସିଂହ)ଲୋକଙ୍କ ସୁବିଧା ନିମନ୍ତେ ରାଜ୍ୟ ସରକାର ଗମନାଗମନ କ୍ଷେତ୍ରକୁ ଅଧିକ ଗୁରୁତ୍ୱ ଦେଉଛନ୍ତି l କିନ୍ତୁ ପ୍ରଶାସନିକ ବିଧିବ୍ୟବସ୍ଥାରେ ଯୋଗାଯୋଗ କ୍ଷେତ୍ର ଏକ…

ପିଚୁ ପ୍ଳାଣ୍ଟ ଯୋଗୁ ଜନ ଅସନ୍ତୋଷ, ଆନ୍ଦୋଳନ ପାଇଁ ଦାନା ବାନ୍ଧୁଛି

Posted by - May 11, 2023 0
ନଲ୍ଲା୦୯/୦୫ (ଅମୀୟ କୁମାର ଦାସ)କଲାହାଣ୍ଡି ଜିଲ୍ଲା ନଲ୍ଲା ବ୍ଳକ ରୁପ୍ରାରୋଡ ପଞ୍ଚାୟତ ଲାଖଗୁଡା ଗ୍ରାମ ନିକଟରେ ଏକ ପିଚୁ ପ୍ଳାଣ୍ଟ ପ୍ରାୟ ଚାରି ବ ର୍ଷରୁ ଅଧିକ…