କଣ୍ଟାବାଞ୍ଜି ବ୍ୟୁରୋ: ୧୧/୧୦(ନରେନ୍ଦ୍ର ନେଗୀ)ବଡବାଙ୍କି ଗ୍ରାମର ଲକ୍ଷ୍ମୀଧର ସରାଫ ନାମକ ଜଣେ ଚିତ୍ରଶିଳ୍ପୀ ଏବଂ କଳାକାର ଅନେକ ଦିନରୁ ରୋଗରେ ପୀଡିତ ଥିଲେ । ଗତ କାଲି ତାଙ୍କ ଚିକିତ୍ସା ପାଇଁ ବୁର୍ଲାରୁ ରାଇପୁର ଯିବା ରାସ୍ତାରେ ଦେହାନ୍ତ ହୋଇଥିଲା । ତାଙ୍କ ପରିବାରରେ ସ୍ବାମୀ ସ୍ତ୍ରୀ ଏବଂ ଦୁଇ ଝିଅ । ଅନେକ ଦିନରୁ ତାଙ୍କ ସ୍ତ୍ରୀ ମାନସିକ ରୋଗରେ ଆକ୍ରାନ୍ତ ଅଟନ୍ତି ।
ଦୁଇ ଝିଅ ଙ୍କ ପାଠ ପଢ଼ା ଚାଲିଥିବା ବେଳେ ଏବେ ଦୁହେଁ ବେସାହରା । ଏବେ ଘରେ କେବଳ ଦୁଇ ଝିଅ ଏବଂ ତାଙ୍କ ସ୍ତ୍ରୀ । ଏହି ଖବର ସମାଜସେବୀ ତୁଳସୀ ରାମ ଜଗତ ବଙ୍ଗୋମୁଣ୍ଡା ସରପଞ୍ଚ ତଥା ରାଜ୍ୟ ଯୁବ ବିଜେଡ଼ି ସାଧାରଣ ସମ୍ପାଦକ ଅଜିତ ଯୋଶୀ ଙ୍କୁ ଜଣାଇଥିଲେ । ସଙ୍ଗେ ସଙ୍ଗେ ଅଜିତ ଯୋଶୀ ବଡବାଙ୍କି ପହଞ୍ଚି ପରିବାରକୁ ରାସନ୍ ସାମଗ୍ରୀ ଯୋଗାଇବା ସହ ତାଙ୍କୁ କିଛି ପଇସା ସହଯୋଗ କରିଥିଲେ ।
ଦୁଇ ଝିଅ ଙ୍କ ପାଠ ପଢ଼ା ଆଗକୁ କେମିତି କରାଯିବ ସେ ବିଷୟରେ ପରିବାର ସହ ଆଲୋଚନା କରି ପୂର୍ଣ୍ଣ ସଃଜୋଗ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ। ଏନେକ ସମୟରେ ଦେଖିବାକୁ ମିଳିଛି ଯେ ଅଜିତ ଯୋଶୀ ଏଭଳି ଖବର ପାଇବା ମାତ୍ରେ ସେହି ସ୍ଥାନକୁ ପହଞ୍ଚି ଯାଉଛନ୍ତି ଏବଂ ତାଙ୍କ ଦ୍ଵାରା ଯେଉ ସବୁ ସହଯୋଗ ହେଇ ପାରିବ ସେ ସବୁ ସହଯୋଗ କରୁଥିବାରୁ ଅଞ୍ଚଳ ରେ ତାଙ୍କୁ ଅନେକ ପ୍ରଶଂସା କରାଯାଉଛି