ମୁନିଗୁଡା:(ରମାକାନ୍ତ ପୋଡାଳ )ରାୟଗଡ଼ା ବନଖଣ୍ଡ ମୁନିଗୁଡା ରେଞ୍ଜକୁ ମିଳିଛି ବଡ ସଫଳତା।ଶେଷ ସୁତ୍ରରୁ ଖବରପାଇ ମୁନିଗୁଡା ରେଞ୍ଜର ଙ୍କ ନେତୃତ୍ବ ରେ ବନ ବିଭାଗର ଏକ ଟିମ୍ ଅମ୍ବଦଳା ଥାନା ଅନ୍ତର୍ଗତ ଲକ୍ଷ୍ମୀପୁର ପଞ୍ଚାୟତ ବଡ କାନ୍ଦୁଲପଡା ଗାଁରେ ଚଢାଉକରି ଏକ କଲରାପତରିଆ ବାଘର ଛାଲ ସହ ୨ଟି ଦେଶି ବନ୍ଧୁକ ଜବତ କରିଥିବା ବେଳେ ଜଣେ ଶିକାରିକୁ ଗିରଫ କରିବାରେ ସଫଳ ହୋଇଛନ୍ତି ।
ଜବତ ହୋଇଥିବା ଛାଲର ଲମ୍ବା ୨୨୦ ସେମି ଓ ଓସାର ୬୦ ସେମି ରହିଥିବା ବେଳେ ଏହାର ନଖ ନଥିବା କହିଛନ୍ତି ରେଞ୍ଜର । ବନ ବିଭାଗ ପକ୍ଷରୁ ଅମ୍ବାଦଳା ଥାନା ଅଧୀନସ୍ଥ ଲକ୍ଷ୍ମୀପୁର ପଞ୍ଚାୟତ ବଡ କାନ୍ଦୁଲପଡା ଗ୍ରାମରେ ଚଢ଼ାଉ ପରେ କିତାନା ଆନ୍ଧିକିଆକୁ ଗିରଫ କରିଥିବା ବେଳେ ଅନ୍ୟଜଣେ ସହଯୋଗି ସୁମନ୍ତ ସିକକା ଫେରାର ଥିବା ଜଣାପଡିଛି ।
ତେବେ ବନ ବିଭାଗ ପକ୍ଷରୁ ଅଧିକ ତଦନ୍ତ ଜାରି ରହିଥିବା ଜଣାପଡିଛି। ଉକ୍ତ ଚଢାଉ ସମୟରେ ମୁନିଗୁଡା ରେଞ୍ଜର ଅନିଲ କୁମାର ବାଲାଙ୍କ ସମେତ ମୁନିଗୁଡା ବନପାଳ ପ୍ରମୋଦିନି ମାଣ୍ଡାଙ୍ଗି, ଫରେଷ୍ଟ ଗାର୍ଡ ସୁଭାଷିନୀ ମୁଳି, ରୋନିତ୍ କୁମାର ମହାରଣା, ଅମ୍ବାଦଳା ବାନପାଳ ସୁରେଶ କୁମାର ପାତ୍ର, ଫରେଷ୍ଟ ଗାର୍ଡ ପ୍ରଳୟ ଦଣ୍ଡସେନା, ପିଙ୍କି ଭୂଇଁଆ, ଶର୍ମିଷ୍ଠା ବଡଜେନା, କସ୍ତୁରୀ ପ୍ରହରାଜ ,ଏଲିଫ୍ଷାଣ୍ଟ ସ୍କ୍ୱାର୍ଡ ପିତାମ୍ବର ଗୌଡ ଓ ସେମାନଙ୍କ ସାଥୀ ଇଲିଫ୍ୟାଣ୍ଟ ସ୍କ୍ୱାର୍ଡ କର୍ମଚାରୀ ମାନେ ଉପସ୍ଥିତ ରହିଥିଲେ।