କେସିଙ୍ଗା ଜୈନ ସମାଜ ତରଫ ରୁ “ଆତ୍ମ ହତ୍ୟା ମୁକ୍ତ ଭାରତ “ଜାଗରଣ ସଚେତନତା

47 0

କେସିଙ୍ଗା :(ପ୍ରିତେଶ ପଟେଲ୍) ଜୈନ ଆଚାର୍ଯ୍ୟ ଶ୍ରୀ ବିଜୟ ରାଜ୍ୟ ଜୀ ଙ୍କ ଆହ୍ୱାନ କ୍ରମେ ସ୍ଥାନକ ବାସୀ ଜୈନ ସମାଜ ପକ୍ଷରୁ ଆତ୍ମହତ୍ୟା ମୁକ୍ତ ଭାରତ କରିବା ପାଇଁ ସ୍ଥାନୀୟ ସଂସ୍ଥା ଦ୍ୱାରା କେସିଙ୍ଗା ରେ ଜନ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ସାଙ୍ଗରେ ସ୍ଥାନୀୟ ଜୈନ ଭବନ ଠାରେ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି।ଏହି ସଭାରେ ଉପସ୍ଥିତ ଅତିଥିମାନେ ମଣିଷ ଚାପ ଗ୍ରସ୍ତ ହେବା କଥା ନୁହେଁ, ଯୌଥ ପରିବାର ବାଦ ଧିରେ ଧିରେ ଲୋପ ପାଇବା ରୁ ମାନସିକ ବିକାଶ ହୋଇ ନ ପାରିବା ଏବଂ ଆବଶ୍ୟକତା ରୁ ଅଧିକ ଆଶା କରିବା ହିଁ ଆତ୍ମହତ୍ୟା ର ମୂଳ କାରଣ।ଯାହା ସମାଜ ରେ ବ୍ୟାଧି ହୋଇଯାଇଛି।

ଏଣୁ ସମସ୍ତେ ମିଶି ଏହି ବ୍ୟାଧି କୁ ହଟାଇବା ପାଇଁ ସମସ୍ତେ ଉଦ୍ୟମ କରିବାର ଆହ୍ୱାନ ଦେଇଥିଲେ। ସଂସ୍ଥା ର ଅଧକ୍ଷ ବେଦ ପ୍ରକାଶ ଜୈନ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବରେ ସମାଜସେବୀ। ସୁନ୍ଦର ଲାଲ ଜୈନ,ମୁଖ୍ୟବକ୍ତା ଭାବରେ ସମାଜସେବୀ ତଥା ବିଶିଷ୍ଟ ନୃତ୍ୟ ଶିଳ୍ପୀ ସୀମା ଅଗ୍ରୱାଲ ଯୋଗୋଦାନ କରିଥିଲେ।

ସମ୍ମାନିତ ଅତିଥି ଭାବରେ ବୃନ୍ଦାବନ ସାଂସ୍କୃତିକ ଅନୁଷ୍ଠାନ ର ସଭାପତି ସୁଶାନ୍ତ କୁମାର ମହାପାତ୍ର, ୟଙ୍ଗ ବ୍ଲଡ଼ ପବ୍ଲିକ ସ୍କୁଲ ର ପ୍ରିନ୍ସିପାଲ ଦୀପ୍ତି ରାଣୀ ସିଂ,ଅଗ୍ରୱାଲ ସଭା ଅଧ୍ୟକ୍ଷ ଲଜେରାମ ଅଗ୍ରୱାଲ, ଦିଗାମ୍ବର ଜୈନ ସମାଜ ର ରାଜ କୁମାର ଜୈନ,ଯୁବ ସମାଜସେବୀ ଜୟଭବାନ ଜୈନ, ସ୍ଥାନୀୟ ମସଜିଦ୍ ର ମୌଲାନା ସାହେବ ଉପସ୍ଥିତ ରହି ବକ୍ତବ୍ୟ ରଖିଥିଲେ ।ଅନ୍ୟମାନଙ୍କ ମଧ୍ୟରେ ଜେ ସି ଆଇ ସଂସ୍ଥା ର ସଂଜୀବ ଜୈନ,ମାରବାଡି ଯୁବାମଞ୍ଚ ସୁରେଶ ଗୋଏଲ, ସି ଏ ବସନ୍ତ ଜୈନ ବି ନିଜର ମତବ୍ୟକ୍ତ କରିଥିଲେ।ଧନ୍ୟବାଦ ଅର୍ପଣ କରିଥିଲେ ବିଶିଷ୍ଟ ଶାନ୍ତ କ୍ରାନ୍ତି ସଙ୍ଘ ର ବସନ୍ତ ଲାଲ ଜୈନ ଧନ୍ୟବାଦ ଅର୍ପଣ କରିଥିଲେ। ଯୁବ ସଙ୍ଗଠକ ଶୈଳନ୍ଦ୍ର ଜୈନ ମଞ୍ଚ ପରିଚାଳନା କରିଥିଲେ।

 

Related Post

୪୩୭ତମ ଦିବସରେ ପହଁଚିଲା କରୋନା ସଚେତନତା କାର୍ଯ୍ୟକ୍ରମ

Posted by - June 3, 2021 0
ଯାଜପୁର:ମହାମାରୀ କରୋନାକୁ ପ୍ରତିହତ କରିବା ପାଇଁ ଦେଶର ଅଗ୍ରଣୀ ସମାଜ କଲ୍ୟାଣକାରୀ ଲୋକସଙ୍ଗଠନ ଚିନ୍ମୟ ଫାଉଣ୍ଡେସନ ଓ ଫାଉଣ୍ଡେସନଦ୍ୱାରା ପରିଚାଳିତ ଡ଼ଲଫିନ ଡ୍ୟାନ୍ସ ସ୍କୁଲ ଆଣ୍ଡ ଗ୍ରୁପ…

୧୫% ସ୍କୁଲ ଫି ଛାଡ଼ ନିର୍ଦେଶର ସଠିକ କାର୍ଯ୍ୟକାରୀ ଦlବୀରେ ଓଡିଶା ଅଭିଭାବକ ମହାସଂଘର ବୌଦ୍ଧ ଜିଲ୍ଲାପାଳଙ୍କୁ ସ୍ମାରକ ପତ୍ର

Posted by - August 7, 2021 0
ବୌଦ୍ଧ : 06-08-21 (ଚିତ୍ତରଂଜନସିଂ)କରୋନା ମହାମାରୀରେ ଅଭିଭାବକ ମାନଙ୍କ ଆର୍ଥିକ ସଙ୍କଟ ଦୃଷ୍ଟିରୁ ଘରୋଇ ସ୍କୁଲରେ ଫି ଆଦାୟକୁ ନେଇ ମାମଲାରେ ମାନ୍ୟବର ହାଇକୋର୍ଟଙ୍କ ନିର୍ଦେଶରେ ଏମ.ଓ.ୟୁ…

ରାୟଗଡ ଜିଲ୍ଲାର ଉପାନ୍ତ ଅଞ୍ଚଳରେ ଓଡ଼ିଆ ଭାଷାର ଉନ୍ନତି ପାଇଁ ସଂଘର୍ଷ ଜାରି ରଖିଛି ରାୟଗଡ ଜିଲ୍ଲା ଉତ୍କଳ ମିଡ଼ିଆ ସାମ୍ବାଦିକ ସଂଘ

Posted by - February 11, 2023 0
ରାୟଗଡ଼ା:(ଅର୍ଜୁନ ପଟ୍ଟନାୟକଙ୍କ ସହ ନରେନ୍ଦ୍ର ନେଗୀ) ରାୟଗଡ଼ା ଜିଲ୍ଲା ସଦର ମହକୁମା ଠାରୁ ପ୍ରାୟ ୩୫ କିଲୋମିଟର ଦୂରତ୍ୱ ରେ ଥିବା ଆନ୍ଧ୍ରପ୍ରଦେଶ ଓ ଓଡ଼ିଶାର ସୀମାବର୍ତ୍ତି…

କlକାଙ୍କ ହତ୍ୟା ଘଟଣାରମୁଖ୍ୟ ଅଭିଯୁକ୍ତ କୋର୍ଟ ଚାଲାଣ

Posted by - September 14, 2023 0
କଳାହାଣ୍ଡି:(ନରେନ୍ଦ୍ର ନେଗୀ)କଳାହାଣ୍ଡି ନର୍ଲା ଥାନା ଅନ୍ତର୍ଗତ ଖାଇଚୁଆ ଗ୍ରାମର ବୃଦ୍ଧଙ୍କ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତକୁ ପୋଲିସ ଗିରଫ କରି କୋଟ ଚାଲାଣ କରିଛି lଗତ ୮ …

ଭୀମସାର ଛାତ୍ରଛାତ୍ରୀଙ୍କ ଶାନ୍ତିପୂର୍ଣ୍ଣ ପ୍ରତିବାଦ

Posted by - December 1, 2021 0
ସମ୍ବଲପୁର:(ରମାକାନ୍ତ ବିଶ୍ବାଳ)ସମ୍ବଲପୁର ବୁର୍ଲା ଭୀମସାର ମେଡ଼ିକାଲ କଲେଜ ରେ ଜେଡିଏ ଛାତ୍ରଛାତ୍ରୀ ଙ୍କ ଶାନ୍ତିପୂର୍ଣ୍ଣ ପ୍ରତିବାଦ। ନିଟ ପିଜି କାଉନସେଲିଂ ପ୍ରକ୍ରିୟା ରେ ଅହେତୁକ ବିଳମ୍ବ ର…