Breaking News
9:17 pmତିଗିରିଆ: ତିଗିରିଆ ତହସିଲ ଅନ୍ତର୍ଗତ କୋଇଲିକନ୍ୟା ଗ୍ରାମର ଅଖା ବ୍ୟବସାୟୀ ପ୍ରହଲ୍ଲାଦ ମନ୍ତ୍ରୀଙ୍କ ଗୋଦାମ ଗୃହରେ ଅଗ୍ନିକାଣ୍ଡ 9:15 pmମାଲକାନଗିରି: ଜିଲ୍ଲାର ପଡ଼ିଆ ବ୍ଲକ ଅନ୍ତର୍ଗତ ଏମଭି ୫୬ ଗ୍ରାମରେ ଥିବା ଏକ ଶ୍ରମିକ କ୍ୟାମ୍ପରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ପକ୍ଷରୁ ଚଢ଼ଉ 9:15 pmମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ସୁକୁମା ଜିଲ୍ଲାରେ ଜଣେ ମାଓବାଦୀକୁ ପୁଲିସ ଗିରଫ କରିଛି। ତାଠାରୁ ବହୁ ବିସ୍ଫୋରକ ସାମଗ୍ରୀ ଜବତ 9:14 pmବିବାଦ ଭିତରେ ଅକ୍ଟୋବର ୫ ତାରିଖରେ କରାଯିବ ମହାପ୍ରଭୁଙ୍କ ବନକଲାଗି ନୀତି। ସୂଚନା ଦେଲେ ଦତ୍ତ ମହାପାତ୍ର ଓ ମୁଦୁଲି ନିଯୋଗର କର୍ତ୍ତୃପକ୍ଷ । ଏକ ମାସ ଧରି ବନ୍ଦ ରହିଛି ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର 10:21 amସିସୋର ଚିଟଫଣ୍ଡ ମାମଲା: ପ୍ରଭାତ ବିଶ୍ବାଳ ଓ ତାଙ୍କ ପତ୍ନୀଙ୍କ ନାମରେ ହେଲା ଚାର୍ଜ ଫ୍ରେମ

ଟିଟିଲାଗଡ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ରକ୍ଷାବନ୍ଧନ କାର୍ଯ୍ୟକ୍ରମ ଅନୁଷ୍ଠିତ

30 0

ଟିଟିଲାଗଡ:(ସଞ୍ଜୟ କୁମାର ନାୟକ)ବୁଧବାର ଦିନ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ରକ୍ଷାବନ୍ଧନ ଓ ସ୍ଵଭାବ କବି ଗଙ୍ଗାଧର ମେହେରଙ୍କ ଜନ୍ମ ଜୟନ୍ତି ପାଳିତ ହୋଇଯାଇଛି ।ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ଶ୍ୟାମ ସୁନ୍ଦର ମହାପାତ୍ର ସ୍ବାଗତ ଭାଷଣ ଦେଇଥିବା ବେଳେ ସୁଶ୍ରୀ ରଞ୍ଜିତା ମିଶ୍ର ଶିଶୁ ମାନଙ୍କ ଦ୍ଵାରା ମଞ୍ଚ ପରିଚାଳନା କରିଥିଲେ।

ସହ ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ନୃପରାଜ ସେଠ୍ ମଞ୍ଚାସୀନ ଅତିଥି ମାନଙ୍କର ପରିଚୟ ପ୍ରଦାନ କରିଥିଲେ। ଶିଶୁ ସାହିତ୍ୟ ଓ ସଂସ୍କୃତି ଗବେଷକ ଡକ୍ଟର ଯୁଗଳ କିଶୋର ଷଡ଼ଙ୍ଗୀ ମୁଖ୍ୟ ଅତିଥି ରୂପେ ଯୋଗଦେଇ ଶିଶୁ ଭାଇଭଉଣୀ ମାନଙ୍କୁ ରକ୍ଷାବନ୍ଧନ ଓ ଗଙ୍ଗାଧର ମେହେରଙ୍କ ଜନ୍ମ ଜୟନ୍ତି ଅବସରରେ ସାରଗର୍ଭକ ମାର୍ଗଦର୍ଶନ କରିଥିଲେ। ବିଦ୍ୟାଳୟର ସଭାପତି ମାନନୀୟ ଶ୍ରୀଯୁକ୍ତ ଜ୍ୟୋତି ପ୍ରକାଶ ଗଡତ୍ୟା ଦ୍ଵାରା ଶିଶୁ ଭାଇଭଉଣୀ ମାନଙ୍କଠାରେ ଉତ୍ସାହ ସୃଷ୍ଟି କରିବା ନିମନ୍ତେ ରକ୍ଷାବନ୍ଧନ ଓ ଗଙ୍ଗାଧର ମେହେରଙ୍କ ବିଷୟରେ କିଛି କୁଇଜ୍ ପ୍ରତିଯୋଗିତା ଆୟୋଜନ କରି କୃତୀ ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା ।

ଶିଶୁ ବାଟିକା ବିଭାଗର ପ୍ରମୁଖା ଶ୍ରୀମତୀ ସଂଯୁକ୍ତା ପାଣିଗ୍ରାହୀ ଶିଶୁମାନଙ୍କୁ ସଂକ୍ଷିପ୍ତ ଅଭିଭାଷଣ ଦେଇଥିଲେ। ବିଦ୍ୟାଳୟର ସମସ୍ତ ଭାଇଭଉଣୀ ପରସ୍ପରକୁ ପବିତ୍ର ରାକ୍ଷୀବାନ୍ଧି ଭାଇଭଉଣୀଙ୍କ ପବିତ୍ର ସମ୍ପର୍କକୁ ବଜାୟ ରଖିଛନ୍ତି । ବିଦ୍ୟାଳୟ ତରଫରୁ ଶିଶୁ ଭାଇଭଉଣୀ ମାନଙ୍କୁ ରାକ୍ଷୀ ଓ ମିଷ୍ଟାନ୍ନ ଯୋଗାଇ ଦିଆଯାଇଥିଲା ,ବିଦ୍ୟାଳୟର ସଂସ୍କୃତ ଆଚାର୍ଯ୍ୟ ଶ୍ରୀଯୁକ୍ତ ପଙ୍କଜ ବେହେରା,ଅମିତ ତ୍ରିପାଠୀ,କୈଳାଶ ଚନ୍ଦ୍ର ସାହୁ,ମଦନ ମୋହନ ପୁଟେଲ,ହିମାଂଶୁ ସାହୁ ,ଆଚାର୍ଯ୍ୟା ଶ୍ରୀମତୀ ସଂଯୁକ୍ତା ସାହୁ ଓ ଶ୍ରୀମତୀ ଉଷା ରାଣୀ ବିଶ୍ଵାଳ ତଥା ସମସ୍ତ ଗୁରୁଜୀ ଗୁରୁମାଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ସଫଳତାର ସହିତ ସମାପ୍ତ ହୋଇଥିଲା।

Related Post

ବ୍ଲକ ଅଧ୍ୟକ୍ଷାଙ୍କ ଦିଅର ଗାଁ ସାଥୀ ଏବଂ କନିଷ୍ଠ ଯନ୍ତ୍ରୀଙ୍କୁ ମନରେଗା ଯୋଜନା ରେ ଟଙ୍କା ହଡ଼ପ ମିଥ୍ୟା ଅଭିଯୋଗ ପ୍ରତିବାଦ ରେ ଶ୍ରମିକ ଙ୍କ ବ୍ଲକ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ

Posted by - January 6, 2022 0
ବଙ୍ଗୋମୁଣ୍ଡା:(ଅଭିମନ୍ୟୁ ବହିଦାର)ବଲାଙ୍ଗୀର ଜିଲ୍ଲାବଙ୍ଗୋମୁଣ୍ଡା ବ୍ଳକରେ ଅନ୍ତର୍ଗତ ।ଝଲପ ପଞ୍ଚାୟତ ରେ ମନରେଗା ଯୋଜନା ରେ ବ୍ୟାପକ ହରିଲୁଟ ହୋଇଥିବା ଲୋକଙ୍କୁ ମଜୁରୀ ମିଳୁନଥିବା ବେଳେ କାମ ନ…

ଖପ୍ରାଖୋଲ ରେ ବୁଥ ଲେବେଲ ଅଫିସର ଙ୍କୁ ନେଇ ବ୍ଲକ ସ୍ତରୀୟ ବୈଠକ ,ଆନ୍ତରିକତା ସହ କର୍ତ୍ତବ୍ୟ କରିବାକୁ ଆହ୍ବାନ

Posted by - February 8, 2023 0
ଖପ୍ରାଖୋଲ: ୦୭/୦୨ସ୍ଥାନୀୟ ବ୍ଲକ କାର୍ଯ୍ୟଳୟ ର ନୂତନ ସଭାଗୃହ ଠାରେ ବୁଥ ଲେବେଳ ଅଫିସର ଙ୍କୁ ନେଇ ଏକ ବ୍ଲକ ସ୍ତରୀୟ ବୈଠକ ଗ୍ରାମ ପଞ୍ଚାୟତ ସମ୍ପ୍ରସାରଣ…

୨୩ ତାରିଖରୁ ଯାଜପୁର ବାଳାଶ୍ରମ ପଡିଆ ରେ ରାଜ୍ୟସ୍ତରୀୟ ପୁସ୍ତକ ମେଳା

Posted by - December 21, 2019 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ)ଆସନ୍ତା ୨୩ ତାରିଖରୁ ଯାଜପୁର ବାଳାଶ୍ରମ ପଡିଆ ରେ ଆରମ୍ଭ ହେବାକୁ ଯାଉଛି ରାଜ୍ୟସ୍ତରୀୟ ପୁସ୍ତକ ମେଳା । ଯାଜପୁର ଜିଲା ପ୍ରଶାସନ, ଓଡ଼ିଆ…

ପାଇଲିପଡ଼ା ସ୍ୱାସ୍ଥ୍ୟକେନ୍ଦ୍ରରେ ଯୋଗ ଶିକ୍ଷା

Posted by - May 12, 2022 0
ବେଲଗୁଣ୍ଠା:(ସୁଶ।ନ୍ତ କୁମାର ବେହେରା) ବେଲଗୁଣ୍ଠା ବ୍ଳକ୍ ପାଇଲିପଡ଼ା ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ ୪୮ନମ୍ବର ଜୋନ ଜିଲ୍ଲାପରିଷଦ ତଥା ଜନାରୋଗ୍ୟ କଲ୍ୟାଣ ସମିତିର ଅଧ୍ୟକ୍ଷ ସୁଧୀର କୁମାର ଜେନାଙ୍କ…

ମର୍ମନ୍ତୁଦ ସଡକ ଦୁର୍ଘଟଣା, ଧାନ ବୋଝେଇ ଟ୍ରକ୍ କୁ ଧକ୍କା ଦେଲା ବୋଲେରୋ ୪ ମୃତ ୭ ଗୁରୁତର

Posted by - February 23, 2022 0
କଳାହାଣ୍ଡି:(ନରେନ୍ଦ୍ର ନେଗୀଙ୍କ ସହ ଅର୍ଜୁନ ପଟ୍ଟନାୟକକ)ଳାହାଣ୍ଡି ଜିଲ୍ଲା କେସିଙ୍ଗା ଥାନା ରାଜ୍ଯ ରାଜପଥ ୨୧୭ ତୁର୍ଳାଖମନ ଠାରେ ଗତ କାଲି ବିଳମ୍ବିତ ରାତିରେ ଏକ ମର୍ମନ୍ତୁଦ ସଡ଼କ…