Breaking News
10:10 amଶ୍ରୀଜଗନ୍ନାଥ ଅନ୍ତର୍ଜାତୀୟ ବିମାନବନ୍ଦର: ୨୭ ଏକର ଜମିକୁ ଜଙ୍ଗଲ ଓ ପରିବେଶ ମନ୍ତ୍ରାଳୟ ଅନୁମତି ୧୧୬୪ ଏକର ଜମିରେ ନିର୍ମାଣ ହେବ ବିମାନବନ୍ଦର 10:10 amକବିସୂର୍ଯ୍ୟନଗର: ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଅଢ଼େଇବର ଗ୍ରାମରେ ଚରିତ୍ର ଉପରେ ସନ୍ଦେହରୁ ଦୁଃଖଦ ପରିଣାମ: ବିଷଧର ନାଗ ଆଣି ପତ୍ନୀ ଓ ଶିଶୁକନ୍ୟାକୁ ହତ୍ୟା ଅଭିଯୁକ୍ତ ସ୍ବାମୀ ଗିରଫ 10:08 amଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ନବରଙ୍ଗପୁର ଜିଲ୍ଲା ଅବକାରୀ ବିଭାଗର ସୁପରିଟେଣ୍ଟେଡ଼ ଗଙ୍ଗା ପାଇକରାୟଙ୍କ ନବରଙ୍ଗପୁର ସ୍ଥିତ ଭଡାଘରେ ଆଜି ଭିଜିଲାନ୍ସ ରେଡ଼ କରିଛି 1:47 pmବୌଦ୍ଧ: ବୌଦ୍ଧ ବୁଟୁପାଲିରେ ଥିବା ପୁଲିସ କଲୋନୀର କ୍ୱାଟର୍ସରୁ ଜଣେ ମହିଳା କନେଷ୍ଟବଳଙ୍କ ମୃତଦେହ ଜବତ,ସ୍ୱାମୀ ଅଟକ 1:46 pmଭୁବନେଶ୍ବର: ସର୍ବଦଳୀୟ ବୈଠକ ପରେ ବି ଚାଲିପାରିଲାନି ଗୃହ। ଅପରାହ୍ଣ ୪ଟା ଯାଏ ବିଧାନସଭା ମୁଲତବୀ।

କେସିଙ୍ଗା ମହାବିଦ୍ୟାଳୟରେ ବନମହୋତ୍ସବ ପାଳିତ

61 0

କେସିଙ୍ଗା:୬/୭ (ପ୍ରିତେଶ ପଟେଲ)କଳାହାଣ୍ଡି ଜିଲ୍ଲା କେସିଙ୍ଗା ମହାବିଦ୍ୟାଳୟ ଜାତୀୟ ସେବା ଯୋଜନା ଏବଂ କେସିଙ୍ଗା ବନ ବିଭାଗଙ୍କ ମିଳିତ ସହଯୋଗରେ ବନମହୋତ୍ସବ କାର୍ଯ୍ୟ କ୍ରମ ପାଳିତ ହୋଇଯାଇଛି।

ଏହି ଅବସରରେ ଏକ ସାଧାରଣ ସଭାରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ଯୁକ୍ତ ସୁଶାନ୍ତ କୁମାର ପାଢ଼ୀ ଜାତୀୟ ସେବା ଯୋଜନା ଅଧିକାରୀ ଶ୍ରୀ ଯୁକ୍ତ ଭୂପେନ୍ଦ୍ର ମଙ୍ଗରାଜ ,ପ୍ରାଧ୍ୟାପକ ସୁରଥ ପ୍ରଧାନ,ବନବିଭାଗ ଅଧିକାରୀ ଶ୍ରୀ ଯୁକ୍ତ ଦେବବ୍ରତ ମିଶ୍ର,ଶ୍ରୀମୁଖ ମେହେର ,ଗ୍ରାମ୍ୟ ବିକାଶ ସଂଗଠନ ନବରଙ୍ଗ ପୁରର ବିକାଶ ଅଧିକାରୀ ଶ୍ରୀ ଯୁକ୍ତ ନୀରଜ କୁମାର ଦାସ ପ୍ରମୁଖ ଯୋଗ ଦେଇ ବୃକ୍ଷ ରୋପଣ ର ଆଭିମୁଖ୍ୟ ,ଗୁରୁତ୍ୱ ଏବଂ ମହତ୍ତ୍ଵ ଉପରେ ଛାତ୍ର ଛାତ୍ରୀ ମାନଙ୍କୁ ଅବଗତ କରାଇଥିଲେ।ବୃକ୍ଷ ହିଁ ଜୀବନ ବୃକ୍ଷ ହିଁ ସ୍ପନ୍ଦନ ଏହି ମର୍ମ ରେ ସମସ୍ତେ ମିଶି ବୃକ୍ଷ ରୋପଣ କରିଥିଲେ।

ଏହି କାର୍ଯ୍ୟକ୍ରମରେ ଅଧ୍ୟାପକ ଅନନ୍ତ ମାଝୀ ,ଶ୍ରୀମତୀ ଗୀତାଞ୍ଜଳି ଦୋରା ,ଶ୍ରୀ ଯୁକ୍ତ ବାଇଲୁଚନ ନାୟକ ଅଧ୍ୟାପକ ରାକେଶ କୁମାର ବିଶି ,ଅଧ୍ୟାପକ ମଣି ରଣା,କ୍ରୀଡା ଶିକ୍ଷକ ଅଶ୍ଵିନୀ ପାଇକରାୟ ଏବଂ ଶ୍ରୀ ଯୁକ୍ତ ନରେନ୍ଦ୍ର ସିନ୍ଦୂର ପ୍ରମୁଖ ଯୋଗଦେଇ ଥିଲେ। ଆଗାମୀ ଦିନରେ ଚଳିତ ବର୍ଷ ମହାବିଦ୍ୟାଳୟ ପରିସରରେ ଶତାଧିକ ବୃକ୍ଷ ରୋପଣ କରିବା ନିମନ୍ତେ ଅଧ୍ୟକ୍ଷ ଶ୍ରୀ ଯୁକ୍ତ ପାଢ଼ୀ ଆହ୍ୱାନ କରି ଥିଲେ।

 

Related Post

ଆଇନ ସଚେତନତତା ଶିବିର ଅନୁଷ୍ଠିତ

Posted by - March 24, 2023 0
ଯାଜପୁର:ଯାଜପୁର ଦଶରଥପୁର ବ୍ଲକ ପାଲଟପୁର ପଂଚାୟତ କାର୍ଯ୍ୟଳୟରେ ଏକ ଆଇନ ସଚେତନତତା ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରଟିକୁ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଏବଂ…

ମରଣାନ୍ତକ ଆକ୍ରମଣ ପାଇଁ ଅଭିଯୁକ୍ତ ଦ୍ୱୟଙ୍କୁ ୩ ବର୍ଷ ଜେଲ ଦଣ୍ଡାଦେଶ

Posted by - August 21, 2023 0
ଧର୍ମଗଡ଼: (ହେମନ୍ତ କୁମାର ମାଝୀ)୨୦୧୯ ମସିହାରେ କେଗାଁ ଥାନା ଅନ୍ତର୍ଗତ ଆଇଁଲି ଯୋରପଡା ଗ୍ରାମର ଅଶୋକ କଟା, ଅଷ୍ଟମ କଟା ଓ ଜିତ କେତକୀ କିଛି ଗ୍ରାମବାସୀ…

ଭୈରବୀ ଡିଗ୍ରୀ ମହାବିଦ୍ୟାଳୟ ରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ

Posted by - July 2, 2023 0
ହରଭଙ୍ଗା: ୦୧/୦୭ (ଚିତ୍ତରଞ୍ଜନ ସିଂହ)ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଭୈରବୀ ଡିଗ୍ରୀ ମହାବିଦ୍ୟାଳୟ ଠାରେ ଶନିବାର ଦିନ ଯୁବ ରେଡ଼କ୍ରସ ତରଫରୁ ଭୈରବୀ ମହାବିଦ୍ୟାଳୟ ର…

ସଚେତନତା ଶୋଭାଯାତ୍ରା

Posted by - January 25, 2023 0
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ )କନ୍ୟା ସନ୍ତାନ ଦିବସ ଅବସରରେ ଯାଜପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ସଚେତନତା ଶୋଭାଯାତ୍ରା। ଜିଲା ସଂସ୍କୃତି ଭବନ ପରିସରରୁ ଏହି ଶୋଭାଯାତ୍ରା…

ଧର୍ମଗଡ଼ ଶିଶୁ ମନ୍ଦିର ଛାତ୍ରୀ ଙ୍କ ସଫଳତା ଭବିଷ୍ୟତ ରେ ହେଵି ହେବି-ରକ୍ସି ନାଏକ

Posted by - May 18, 2023 0
ଧର୍ମଗଡ଼ :(ହେମନ୍ତ କୁମାର ମାଝୀ)ଶିକ୍ଷକ ରବିଶଙ୍କର ନାଏକ ଓ ତାଙ୍କ ଧର୍ମପତ୍ନୀ ପ୍ରମିଳା ନାଏକ ଙ୍କ ଝିଅ ରକ୍ସି ନାଏକ ମୋଟ ୬୦୦ ମାର୍କ ରୁ ୫୪୦…