Breaking News
9:17 pmତିଗିରିଆ: ତିଗିରିଆ ତହସିଲ ଅନ୍ତର୍ଗତ କୋଇଲିକନ୍ୟା ଗ୍ରାମର ଅଖା ବ୍ୟବସାୟୀ ପ୍ରହଲ୍ଲାଦ ମନ୍ତ୍ରୀଙ୍କ ଗୋଦାମ ଗୃହରେ ଅଗ୍ନିକାଣ୍ଡ 9:15 pmମାଲକାନଗିରି: ଜିଲ୍ଲାର ପଡ଼ିଆ ବ୍ଲକ ଅନ୍ତର୍ଗତ ଏମଭି ୫୬ ଗ୍ରାମରେ ଥିବା ଏକ ଶ୍ରମିକ କ୍ୟାମ୍ପରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ପକ୍ଷରୁ ଚଢ଼ଉ 9:15 pmମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ସୁକୁମା ଜିଲ୍ଲାରେ ଜଣେ ମାଓବାଦୀକୁ ପୁଲିସ ଗିରଫ କରିଛି। ତାଠାରୁ ବହୁ ବିସ୍ଫୋରକ ସାମଗ୍ରୀ ଜବତ 9:14 pmବିବାଦ ଭିତରେ ଅକ୍ଟୋବର ୫ ତାରିଖରେ କରାଯିବ ମହାପ୍ରଭୁଙ୍କ ବନକଲାଗି ନୀତି। ସୂଚନା ଦେଲେ ଦତ୍ତ ମହାପାତ୍ର ଓ ମୁଦୁଲି ନିଯୋଗର କର୍ତ୍ତୃପକ୍ଷ । ଏକ ମାସ ଧରି ବନ୍ଦ ରହିଛି ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର 10:21 amସିସୋର ଚିଟଫଣ୍ଡ ମାମଲା: ପ୍ରଭାତ ବିଶ୍ବାଳ ଓ ତାଙ୍କ ପତ୍ନୀଙ୍କ ନାମରେ ହେଲା ଚାର୍ଜ ଫ୍ରେମ

ସୋନପୁର ସହର ଧୀବର ପଡ଼ା କ୍ଲବ୍ ରେଏକ ସ୍ବାସ୍ଥ୍ୟ ଶିବିର

83 0

ସୁବର୍ଣ୍ଣପୁର:(ଅଜିତ କୁମାର ପୁଜାହାରୀ)ସୁବର୍ଣ୍ଣପୁର ସହରାଞ୍ଚଳ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ପିପୁଲ୍ସ ଫୋରମ୍ ସଂଯୋଜନା ଓ ରକ୍ତ ଦାତା ଅନୁଷ୍ଠାନ ଅନ୍ୟାନ୍ୟ ସଂଗଠନ ସହାୟତା ରେ ସୋନପୁର ସହର ଧୀବର ପଡ଼ା କ୍ଲବ୍ ରେ ଆଜି ଏକ ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇ ଯାଇଛି । ଏସ ଡ଼ି ପି ଓ ପୁଷ୍ପାଞ୍ଜଳି ନିଙ୍ଗି ଓ ଜିଲ୍ଲା କୃଷକ ସଂଗଠନ ସଭାପତି ବୈକୁଣ୍ଠ ଶତପଥୀ ଅତିଥି ଭାବେ ଯୋଗ ଦେଇ ଏହାର ଲକ୍ଷ୍ୟ ଉଦ୍ଦେଶ୍ୟ ଉପରେ ମତ ରଖିଥିଲେ l ଡାକ୍ତର ଅଭିନାଶ ପୁରୋହିତ, ଡାକ୍ତର ଚିନ୍ମୟ ଶେଖର ବିଶ୍ବାଳ ପ୍ରମୁଖ ଶତାଧିକ ରୋଗୀ ଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିଥିଲେ l

ମା ସୁରେଶ୍ଵରୀ ପାଠାଗାର ର ସମ୍ପାଦକ ଶିବ ବେହେରା ଓ ଧୀବର ପଡ଼ା ର ଯୁବକ ମାନଙ୍କ ପ୍ରଚେଷ୍ଟା ରେ ଜିଲ୍ଲା ରକ୍ତ ଦାତା ସେବା ସଂଘ, ପତାଞ୍ଜଳୀ ଯୁବ ଭାରତ ଓ ଏହାର ମହିଳା ଶାଖା, ସଚ୍ଛ ଭାରତ , ସବୁଜ ସୁବର୍ଣ୍ଣପୁର ଓ ଜିଲ୍ଲା କୃଷକ ସଂଗଠନ ର ସହାୟତା ରେ 100ରୁ ଉର୍ଧ୍ଵ ମହିଳା, ପୁରୁଷ, ଓ ବୟସ୍କ ଲୋକ ମାନେ ରକ୍ତ ଚାପ, ଡାଇବେଟିସ ଓ କ୍ୟାନ୍ସର ଭଳି ଅନ୍ୟାନ୍ୟ ଜଟିଳ ରୋଗ ର ଚିକିତ୍ସା ସୁବିଧା ନେଇ ଏହାର ପ୍ରତିକାର ବ୍ୟବସ୍ଥା ଓ ଔଷଧ ଉପକରଣ କୁ ମାଗଣା ରେ ପାଇଥିଲେ ।

ସେହିପରି ଆଗାମୀ ଦିନରେ ମେଡିକାଲ କୁ ଯାଇ ପାରୁ ନ ଥିବା ଲୋକଙ୍କ ସ୍ବାସ୍ଥ୍ୟ ଓ ଆରୋଗ୍ୟ ସକାଶେ ସହର ର ପ୍ରତି ୱାର୍ଡ ରେ ଏ ସ୍ୱାସ୍ଥ୍ୟ ସେବା କାର୍ଯକ୍ରମ କୁ ବ୍ୟାପକ ଓ ତ୍ଵରାନିତ କରାଯିବ ଏବଂ ପ୍ରତି ମାସ ରେ ଏକ ଏନ ସି ଡି କ୍ୟାମ୍ପ, ଅଉଟ ଡ୍ରିକ୍ସ କ୍ୟାମ୍ପ ର ଆୟୋଜନ ହେଉଛି ବୋଲି ଜିଲ୍ଲା ସ୍ବାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ର ସଂଯୋଜକ ଆଶୁତୋଷ ସାହୁ କହିଛନ୍ତି l ଧୀବର ପଡ଼ା ର ନୀଳକଣ୍ଠ ଅଧିକାରୀ, ହିମାଂଶୁ ଅଧିକାରୀ, ସମାଜସେବୀ ମନୋ ରଂଜନ ତ୍ରିପାଠୀ, ଶ୍ରୀବତ୍ସ ମଲ୍ଲିକ, ମନୋଜ ପଣ୍ଡା, ସହରାଞ୍ଚଳ ସ୍ବାସ୍ଥ୍ୟ କେନ୍ଦ୍ର ର ସମସ୍ତ ଅଧିକାରୀ କ୍ୟାମ୍ପ୍ ପରି ଚାଳନା ରେ ସହ ଯୋଗ କରିଥିଲେ ।

 

Related Post

ବିଶ୍ୱ ରେଡ଼କ୍ରସ ଦିବସ ପାଳିତ

Posted by - May 9, 2023 0
ଯାଜପୁର:ଯାଜପୁର ଜିଲା ପରିଷଦ ସମ୍ମିଳନୀ ଗୃହରେ ଜିଲା ରେଡକ୍ରସ ଶାଖା ପକ୍ଷରୁ ବିଶ୍ୱ ରେଡ଼କ୍ରସ ଦିବସ ପାଳିତ ହୋଇଯାଇଛି ।  ଏଥିରେ ଯାଜପୁର ଜିଲ୍ଲା ପରିଷଦ ଅଧ୍ୟକ୍ଷା…

ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ

Posted by - May 2, 2021 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ)ଯାଜପୁର ବ୍ଳକ ଭୁବନେଶ୍ୱରପୁର ପଂଚାୟତ ଜମୁନା ପ୍ରାଥମିକ ବିଦ୍ୟାଳୟ ପରିସରରେ ଅଶୋକ ଦାସ ପାଂଉଣ୍ଡେସନ ପକ୍ଷରୁ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି ।…

ଭବାନୀପାଟଣା ଠାରେ ଜିଲ୍ଲା ସ୍ତରୀୟ ରେଡକ୍ରସ ଦିବସ ପାଳିତ

Posted by - May 8, 2023 0
ଭବାନୀପାଟଣା :୮/୫(ନରେନ୍ଦ୍ର ନେଗୀ)ଆଜି ଭାରତୀୟ ରେଡକ୍ରସ ସୋସାଇଟୀ ,କଳାହାଣ୍ଡି ଶାଖା ଏବଂ ଜିଲ୍ଲା ପ୍ରଶାସନ ଆନୁକୁଲ୍ୟରେ ଜିଲ୍ଲା ସ୍ତରୀୟ ରେଡକ୍ରସ ଦିବସ ପାଳିତ ହୋଇଯାଇଛି। ସକାଳ ୭.୩୦…

ଜିଲ୍ଲାସ୍ତରୀୟ ପରିବାର ନିୟୋଜନ ସଚେତନତା ରଥର ଶୁଭାରମ୍ଭ

Posted by - April 13, 2023 0
ମୁନିଗୁଡା :(ରମାକାନ୍ତ ପୋଢଳ) ରାୟଗଡ ଜିଲ୍ଲା ସ୍ୱାସ୍ଥ୍ୟ ସମିତି ପକ୍ଷରୁ ଆଜି ଏକ ପରିବାର ନିୟୋଜନ ସଚେତନତା ରଥକୁ ଆଜି ପୁର୍ବାହ୍ନରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଏବଂ…

ଜିଲାସ୍ତରୀୟ ରେଡକ୍ରସ ଦିବସ ପାଳନ ପାଇଁ ପ୍ରସ୍ତୁତି ବୈଠକ

Posted by - May 4, 2023 0
ବୌଦ୍ଧ:୦୩ା୦ ୫(ଚିତ୍ତରଞ୍ଜନ ସିଂହ) ବୌଦ୍ଧରେ ଜିଲ୍ଲାସ୍ତରୀୟ ରେଡକ୍ରସ ଦିବସ ପାଳନ ପାଇଁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷଠାରେ ଏକ ପ୍ରସ୍ତୁତି ବୈଠକ ଜିଲ୍ଲାପାଳ ସତ୍ୟ ରଂଜନ ସାହୁଙ୍କ…