Breaking News
9:17 pmତିଗିରିଆ: ତିଗିରିଆ ତହସିଲ ଅନ୍ତର୍ଗତ କୋଇଲିକନ୍ୟା ଗ୍ରାମର ଅଖା ବ୍ୟବସାୟୀ ପ୍ରହଲ୍ଲାଦ ମନ୍ତ୍ରୀଙ୍କ ଗୋଦାମ ଗୃହରେ ଅଗ୍ନିକାଣ୍ଡ 9:15 pmମାଲକାନଗିରି: ଜିଲ୍ଲାର ପଡ଼ିଆ ବ୍ଲକ ଅନ୍ତର୍ଗତ ଏମଭି ୫୬ ଗ୍ରାମରେ ଥିବା ଏକ ଶ୍ରମିକ କ୍ୟାମ୍ପରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ପକ୍ଷରୁ ଚଢ଼ଉ 9:15 pmମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ସୁକୁମା ଜିଲ୍ଲାରେ ଜଣେ ମାଓବାଦୀକୁ ପୁଲିସ ଗିରଫ କରିଛି। ତାଠାରୁ ବହୁ ବିସ୍ଫୋରକ ସାମଗ୍ରୀ ଜବତ 9:14 pmବିବାଦ ଭିତରେ ଅକ୍ଟୋବର ୫ ତାରିଖରେ କରାଯିବ ମହାପ୍ରଭୁଙ୍କ ବନକଲାଗି ନୀତି। ସୂଚନା ଦେଲେ ଦତ୍ତ ମହାପାତ୍ର ଓ ମୁଦୁଲି ନିଯୋଗର କର୍ତ୍ତୃପକ୍ଷ । ଏକ ମାସ ଧରି ବନ୍ଦ ରହିଛି ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର 10:21 amସିସୋର ଚିଟଫଣ୍ଡ ମାମଲା: ପ୍ରଭାତ ବିଶ୍ବାଳ ଓ ତାଙ୍କ ପତ୍ନୀଙ୍କ ନାମରେ ହେଲା ଚାର୍ଜ ଫ୍ରେମ

ସ୍ତ୍ରୀଙ୍କ ଶବକୁ ପୋଡ଼ି ପ୍ରମାଣ ନଷ୍ଟ ପାଇଁ ଅଲଗା ଅଲଗା ଜାଗାରେ ହାଡ଼ ପାଉଁଶ ଫିଙ୍ଗିଲା ନୃଶଂସ ସ୍ଵାମୀ

45 0

ଭୁବନେଶ୍ବର/ବଲାଙ୍ଗୀର: (ନରେନ୍ଦ୍ର ନେଗୀ)ସ୍ତ୍ରୀଙ୍କ ଶବକୁ ପୋଡି ପ୍ରମାଣ ନଷ୍ଟ ପାଇଁ ଅଲଗା ଅଲଗା ଜାଗାରେ ହାଡ଼ ପାଉଁଶ ଫିଙ୍ଗିଛି ଜଣେ ନୃଶଂସ ସ୍ୱାମୀ । ଜନ୍ମ ଜନ୍ମାନ୍ତର ପାଇଁ ଜୀବନ ସାଥୀ ଭାବେ ଗ୍ରହଣ କରି ବିବାହ କରିଥିବା ଜଣେ ସ୍ୱାମୀ ତା ସ୍ତ୍ରୀ ପ୍ରତି ଏଭଳି ଆଚରଣ ପ୍ରଦର୍ଶନ କରିବ, କେହି କେବେ ଚିନ୍ତା କରିପାରିବେନି । ସୂଚନା ଅନୁଯାୟୀ ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ଥାନା ଅନ୍ତର୍ଗତ ପୁତ୍‌ଲାମହୁଲ ଗ୍ରାମର ତେଜରାଜ ସାହୁ କିନ୍ଦରିଟାଲ ଗ୍ରାମର ଭଏଁରୀ ଓରଫ୍‌ ଚୁଳବତୀ ଭୁଏଙ୍କୁ ୮ ବର୍ଷ ତଳେ ପ୍ରେମ ବିବାହ କରିଥିଲେ । ସେମାନଙ୍କ କୋଳରେ ଏବେ ୪ ବର୍ଷର ଏକ କନ୍ୟା ସଂତାନ ରହିଛି ।

ଗତ ୧୬ ତାରିଖ ଶୁକ୍ରବାର ଦିନ ୨ଟା ବେଳେ ଚୁଳବତୀ ଭୁଏଙ୍କ ମୃତ ଶରୀର ତାଙ୍କ ଶାଶୁ ଏବଂ ଜେଠାଣି ଦେଖିବାକୁ ପାଇଥିଲେ । ସ୍ୱାମୀ ତେଜରାଜ ଘଟଣା ବିଷୟରେ ଜାଣିସାରିବା ପରେ ଚୁଳବତୀ ଭୁଏଙ୍କ ପରିବାର ଲୋକଙ୍କୁ କିମ୍ବା ଖପ୍ରାଖୋଲ ପୋଲିସକୁ କୌଣସି ଖବର ନଦେଇ ରାତି ଅଧରେ ସ୍ତ୍ରୀଙ୍କ ମୃତଦେହକୁ ଅଖାରେ ଭରି ସାଇକେଲରେ ଲଦି ପୁତ୍‌ଲାମହୁଲ ବନ୍ଦେପଦର ମଝିରେ ଥିବା ଗୋଟିଏ ନଦୀ ମୁହାଁଣରେ ଶବ ଉପରେ ପେଟ୍ରୋଲ ଢାଳି, ଟାୟାର ଏବଂ କାଠ ସହାୟତାରେ ଶବକୁ ପୋଡିଦେଲେ ।

ଏପରିକି ଶବ ପୋଡ଼ି ଯିବା ପରେ ପ୍ରମାଣ ନଷ୍ଟ କରିବା ପାଇଁ ବାକିଥିବା ହାଡ଼ ଗୋଟାଇ ୧୦୦ ମିଟର ଦୂରରେ ପାଣିରେ ଫିଙ୍ଗିଦେଲେ । ସେହିପରି ବାକିତକ ପାଉଁଶ ଏବଂ କୋଇଳାକୁ ବିଭିନ୍ନ ଜାଗାରେ ନେଇ ଫିଙ୍ଗି ଦେଇଥିବା ସୂଚନାରେ କୁହାଯାଇଛି । ଏସବୁ କାମରେ ସ୍ୱାମୀ ତେଜରାଜଙ୍କ ବଡଭାଇ ଟିକେଲାଲ ସାହୁ ଏବଂ ତେଜରାଜଙ୍କ ମଉସା ଲରମ୍ଭା ଥାନା ଅନ୍ତର୍ଗତ ଘୁମେର ଗ୍ରାମର ବୁଧୁ ଓରଫ ଗୁଣନିଧି ସାହୁ ସହଯୋଗ କରି ପ୍ରମାଣ ନଷ୍ଟ କରିଥିବା ଗାଁରେ ଆଲୋଚନା ହେଉଛି । ତେବେ ଏ ବିଷୟରେ ଗ୍ରାମବାସୀ ମୁହଁ ଖୋଲିବାକୁ ରାଜି ନଥିଲେ । ଚୁଳବତୀ ଭୁଏଙ୍କ ପରିବାର ଲୋକେ ଖପ୍ରାଖୋଲ ପୋଲିସରେ ଶନିବାର ଦିନ ଚୁଳବତୀ ଭୁଏ ନିଖୋଜ ଥିବା ଲିଖିତ ଅଭିଯୋଗ କରିବା ପରେ ଖପ୍ରାଖୋଲ ପୋଲିସ ତଦନ୍ତ ଆରମ୍ଭ କରିଥିଲା । ଘଟଣାଟି ଅତି ସମ୍ବେଦନଶୀଳ ହୋଇଥିବାରୁ ପୋଲିସ ସତର୍କତାର ସହିତ ତଦନ୍ତ ଚଳାଇଥିଲା ।

ଗତ ରବିବାର ଦିନ ପ୍ରଥମେ ଚୁଳବତୀ ଭୁଏଙ୍କୁ ଯେଉଁଠି ପୋଡା ହୋଇଥିଲା, ସେ ଜାଗାକୁ ସନ୍ଧାନୀ କୁକୁରର ସହାୟତାରେ ଚିହ୍ନଟ କରାଯାଇଥିଲା । ବଲାଙ୍ଗିରରୁ ସାଇନ୍‌ଟିଫିକ୍‌ ଦଳ ପହଞ୍ଚି ଘଟଣାସ୍ଥଳରୁ ନମୁନା ସଂଗ୍ରହ କରିଥିଲେ । ପରେ ତିନି ଜଣ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରି ଖପ୍ରାଖୋଲ ଥାନାକୁ ଆଣିଥିଲା । ଏନେଇ ଖପ୍ରାଖୋଲ ଥାନା କେସ ନଂ ୯୫/୨୦୨୩ ରେ ୪୯୮ଏ / ୩୦୨/ ୨୦୧/ ୩୪ ଆଇପିସି ଏବଂ ଏସ୍‌ ଏସ୍‌ଟି ପ୍ରୋଟେକ୍ସନ୍‌ ଆକ୍ଟ ଅନୁସାରେ ଏକ ମାମଲା ୠଜୁ କରି ତିନିଜଣ ଅଭିଯୁକ୍ତ ତେଜରାଜ, ଟିକେଲାଲ ଓ ବୁଧୁ ଓରଫ ଗୁଣନିଧି ସାହୁଙ୍କୁ କୋର୍ଟ ଚାଲାଣ କରାଯାଇଥିବା ତଦନ୍ତକାରୀ ଅଧିକାରୀ ପାଟଣାଗଡ଼ ଏସ୍‌ଡ଼ିପିଓ ଜ୍ୟୋତିର୍ମୟ ଭୁକ୍ତା ପ୍ରକାଶ କରିଛନ୍ତି ।

Related Post

ବୌଦ୍ଧ ଜିଲ୍ଲାରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶିତ

Posted by - January 8, 2023 0
ବୌଦ୍ଧ:(ଚିତ୍ତରଞ୍ଜନ ସିଂହ)ବୌଦ୍ଧ ଜିଲ୍ଲାରେ ଚଳିତ ବର୍ଷର ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶନ କରାଯାଇଛି l ଜିଲ୍ଲା ନିର୍ବାଚନ ଅଧିକାରୀ, ତଥା ଜିଲ୍ଲାପାଳ ବୌଦ୍ଧ, ଶ୍ରୀ ସତ୍ୟ ରଞ୍ଜନ…

ଜଳପାଙ୍କେଲ ଗାଁ ମହାବନ୍ଧ କାମରେ ଶ୍ରମିକ ଙ୍କୁ ଆବଶ୍ୟକ କାମ ମିଲୁ ନ ଥିବା ଅଭିଯୋଗ, ବିଡ଼ିଓ ଙ୍କୁ ଫେରାଦ ହେଲେ ଶ୍ରମିକ

Posted by - December 1, 2022 0
ଖପ୍ରାଖୋଲ: ୧/୧୨(ତାପସ ରଞ୍ଜନ ବେହେରା) ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ମାଳପଡା ପଞ୍ଚାୟତ ଜଳପାଙ୍କେଲ ଗାଁ ମହାବନ୍ଧ କାମରେ ଶ୍ରମିକ ମାନଙ୍କୁ ଆବଶ୍ୟକ କାମ ମିଳୁନଥିବା ଥିବା…

ଓଡ଼ିଶାର ନୂଆଁ ପୋଲିସ ମହାନିର୍ଦ୍ଦେଶକ (DGP)ଭାବେ ଦାୟିତ୍ଵ ଗ୍ରହଣ କରିବେ ସୁନିଲ କୁମାର ବଂଶଲ୍

Posted by - December 28, 2021 0
ଭୁବନେଶ୍ବର :(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)୨୦୨୨ ଜାନୁୟାରୀ ପହିଲାରୁ ରାଜ୍ୟର ନୂଆଁ ପୋଲିସ ମହାନିର୍ଦ୍ଦେଶକ ଭାବେ ଦାୟିତ୍ଵ ଗ୍ରହଣ କରିବେ ଆଇ ପି ଏସ…

ଧର୍ମଗଡ଼ କଳାହାଣ୍ଡି ଉତ୍ସବ ଶେଷ ସନ୍ଧ୍ୟା ,ବଜାସାଲ ଓ,ଢୋଲ ମହୁରୀରେ ଗର୍ଜିଲା ମଞ୍ଚ

Posted by - January 17, 2023 0
ଧର୍ମଗଡ଼:(ହେମନ୍ତ କୁମାର ମାଝୀ)ଧର୍ମଗଡ଼ଠାରେ  କଳାହାଣ୍ଡି ଉତ୍ସବ ଘୁମୁରା ଆଜି ଉଦଯାପିତ ହୋଇ ଯାଇଛି । ଉଦଯାପନି ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବେ କଳାହାଣ୍ଡି ବିଶ୍ୱ ବିଦ୍ୟାଳୟ କୁଳପତି…

ବୁଦା ମୂଳରୁ ଶିଶୁ କନ୍ୟା ଉଦ୍ଧାର

Posted by - July 29, 2023 0
ସୁବର୍ଣ୍ଣପୁର:(ଅଜିତ କୁମାର ପୁଜାହାରୀ)ସୁବର୍ଣ୍ଣପୁର ସହରର ଲଲୁ ପଡିଆ ନିକଟରେ ଏକ ବୁଦାମୂଳେ ଶିଶୁକନ୍ୟାଟି ପଡିଥିବା ବେଳେ ସ୍ଥାନୀୟ ଜଣେ ମହିଳା ଶିଶୁ କନ୍ୟାଟିକୁ ଉଦ୍ଧାର କରିଛନ୍ତି ।…