ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ )ଯାଜପୁର ସଦର ଥାନା ତଥା ଯାଜପୁର ବ୍ଳକ ଅନ୍ତର୍ଗତ ଏରବାଙ୍କ ଅଂଚଳରେ ରାଜନୈତିକ ହିଂସାକୁ ନେଇ ବିଳମ୍ବିତ ରାତିରେ ହଣାକଟା। ରାଜନୈତିକ ପୂର୍ବ ଶତ୍ରୁତାକୁ ନେଇ ଯାଜପୁର ଜିଲ୍ଲାର ୩୧ ନମ୍ବର ଜୋନ ଜିଲ୍ଲା ପରିଷଦ ବିନୋଦ କୁମାର ମାଝିଙ୍କ ପରିଵାରକୁ ଗତ ରାତିରେ ସଂଘବଦ୍ଧ ଆକ୍ରମଣ କରାଯାଇଛି।
ଏହି ଆକ୍ରମଣରେ ଖଣ୍ଡା ଭୁଜାଲି ବୁଲି ଥିବା ବେଳେ ହଣାକଟା ରେ ସ୍ଥାନୀୟ ଗ୍ରାମରକ୍ଷୀଙ୍କ ସହ ଜିଲ୍ଲା ପରିଷଦ ପରିବାରର ୩ ଜଣଙ୍କ ସହ ବିପକ୍ଷ ଗୋଷ୍ଠୀର ଜଣେ ଗୁରୁତର ଆହତ ହୋଇଛନ୍ତି। ତେବେ ପୂର୍ବ ରାଜନୈତିକ କଥାକୁ ନେଇ ଗତକାଲି ଜିଲ୍ଲା ପରିଷଦକୁ ବିପକ୍ଷ ଗୋଷ୍ଠୀର ଲୋକ ରାସ୍ତାରେ ଅଟହାସ୍ୟ କରିଥିଲେ। ପରେ ଏହି ଘଟଣା ଗ୍ରାମରକ୍ଷୀଙ୍କ ଜରିଆରେ ସମାଧାନ ଆଡକୁ ଯାଉଥିବା ବେଳେ ଜିଲ୍ଲା ପରିଷଦଙ୍କ ପରିବାର ଉପରେ ୩୦ ରୁ ଉର୍ଧ ଲୋକ ସଂଘବଦ୍ଧ ଆକ୍ରମଣ କରିଥିଲେ।
ଯେଉଁ ଥିରେ ଜିଲ୍ଲା ପରିଷଦର ସାନ ଭାଇ ପ୍ରଶାନ୍ତ ମାଝି, ବଡବାପା ନାରାୟଣ ମାଝି ଓ ବାପା ବୀର କିଶୋର ମାଝିଙ୍କ ସହ ଗ୍ରାମରକ୍ଷୀ ସୁରେନ୍ଦ୍ର ମଲିକଙ୍କୁ ଆକ୍ରମଣ କରି ଗୁରୁତର ଭାବେ ରକ୍ତାକ୍ତ କରି ଦେଇଛନ୍ତି। ଏହି ଆକ୍ରମଣରେ ବିପକ୍ଷ ପଟର ବ୍ରଜ କିଶୋର ମଲିକ ମଧ୍ୟ ଗୁରୁତର ହୋଇଥିବା ବେଳେ ସମସ୍ତେ ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ପ୍ରାଥମିକ ଚିକିତ୍ସା ପରେ ବିଳମ୍ବିତ ରାତିରେ କଟକ ସ୍ଥାନାନ୍ତରିତ ହୋଇଛନ୍ତି।