ବୌଦ୍ଧ:୧୪/୬(ଚିତ୍ତରଞ୍ଜନ ସିଂହ)ଗ୍ରାମାଞ୍ଚଳରେ ଥିବା ଲୁକାୟିତ ଲୋକ କଳାକୁ ଉଜ୍ଜୀବିତ କରିବା ପାଇଁ ଲୋକ କଳା ଦିବସର ଆୟୋଜନ ଜରୁରୀ । କେବଳ ନାଚ,ଗୀତ, ଲୋକ ଗୀତ ବ୍ୟତୀତ ଲୁଗା ବୁଣିବା ମଧ୍ୟ ଏକ କଳା ବୋଲି ବୌଦ୍ଧ ବ୍ଲକ ଲକ୍ଷ୍ମୀପ୍ରସାଦ ପଞ୍ଚାୟତ ଅନ୍ତର୍ଗତ ଲୋକ କଳା ଗ୍ରାମ ନାରୟଣ ନଗର ହ।ଟପଦ। ଠାରେ ଅନୁଷ୍ଠିତ ବୌଦ୍ଧ ବ୍ଲକ ସ୍ତରୀୟ ଲୋକ କଳା ଦିବସ ଅବସରରେ ମଞ୍ଚ।ସିନ ଅତିଥି ମାନେ ବକ୍ତବ୍ୟ ରଖିଥିଲେ । ଏହି ଗ୍ରାମରେ ୮୦ ପ୍ରତିଶତ ପରିବାର କେବଳ ଲୁଗା ବୁଣି ପରିବାର ପ୍ରତି ପୋଷଣ କରୁଥିବାରୁ ରାଜ୍ୟ ସରକାର ଏହି ଗ୍ରାମକୁ ଲୋକ କଳା ଗ୍ରାମ ଭାବେ ପରିଗଣିତ କରିଛନ୍ତି।
ବିଭିନ୍ନ ଯୋଜାରେ ମାଧ୍ୟମରେ ବୁଣାକାର ପାରିବାରକୁ ଆର୍ଥିକ ସହଯୋଗ ଯୋଗାଇ ଦେଉଛନ୍ତି। ବୁଣାକାର ପରିବାର ତାଙ୍କର ଉତ୍ପାଦିତ ସାମଗ୍ରୀ କିପରି ଉଚିତ୍ ମୂଲ୍ୟରେ ବିକ୍ରୟ କରି ପାରିବେ ସେଥିପାଇଁ ବୁଣାକାର ବଜାର ଖୋଲିଛନ୍ତି ବୋଲି ମନ୍ତ୍ରୀ ପ୍ରଦୀପ କୁମାର ଅମାତ ତାଙ୍କ ବକ୍ତବ୍ୟ ରେ କହିଥିଲେ।ବୌଦ୍ଧ ବିଡ଼ିଓ ତଥା ବ୍ଲକ୍ କଳାକାର ସଂଘର ସଭାପତି ଅବିନାଶ ପାଣ୍ଡିଆ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସାସ୍କୃତିକ ସଭାରେ ମୁଖ୍ୟ ଅତିଥି ଭାବେ ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ, ପାନୀୟ ଜଳ ଓ ପଞଚାୟତିରାଜ, ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ପ୍ରଦୀପ କୁମାର ଅମାତ, ସମ୍ମାନୀତ ଅତିଥି ଭାବେ ଜିଲ୍ଲା ସଂସ୍କୃତି ଅଧିକାରୀ ରିତିକ।ନ୍ତ ବଳିଆର ସିଂହ ,୬ ନଂ ଜିଲ୍ଲା ପରିଷଦ ସଭ୍ୟ। କଳ୍ପନା ରାଣୀ ସାହୁ, ବରିଷ୍ଠ ଆଇନ ଜୀବୀ ତଥା ଗନ୍ଧର।ଡ଼ି ଲୋକ କଳା ମହୋତ୍ସବ କମିଟି ର ସଭାପତି ଅଶୋକ କୁମାର୍ ସାହୁ, ଲକ୍ଷ୍ମୀ ପ୍ରସାଦ ପଞ୍ଚାୟତ ସରପଞ୍ଚ ଭାରତୀ ପୁରୋହିତ, ତେଲିବନ୍ଧ ପୂର୍ବତନ ସରପଂଚ ଭୋଲ।ଗିରି ସାହୁ, ଲକ୍ଷ୍ମୀ ପ୍ରସାଦ ସମିତି ସଭ୍ୟ ପିଣ୍ଟୁ ମିର୍ଦ୍ଧା ମୁଖ୍ୟ ବକ୍ତା ଭାବେ ମୁଣ୍ଡାପଡ଼ା ପଞ୍ଚାୟତର ପୂର୍ବତନ ସରପଂଚ ବିଦ୍ୟାଧର ସ୍ୱାଇଁ ଯୋଗ ଦେଇ ଲୋକ କଳା ଦିବସ ପାଳନ ର ଉଦେଶ୍ୟ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ।
ଏହା ପରେ ପୁର୍ବରୁ କଳା ପ୍ରଦର୍ଶନ କରି ଥିବା ଜହ୍ନ। ପଙ୍କ ର ଶବର ସବରଣି ଦଳକୁ ପ୍ରଥମ ପୁରସ୍କାର ୩ ହଜାର ଟଙ୍କା, କମିରା ସିଂହ।ସିନି କୃଷ୍ଣ ଗୁରୁ ମଣ୍ଡଳୀ ଦଳକୁ ଦିତୀୟ ପୁରସ୍କାର ୨ ହଜାର , ସୁଭଦ୍ରା ମାତୃ ମଣ୍ଡଳୀ ବାଘପ।ଲି ଓ ବିନ।କ।ରିଆ ଜଗତି ଦଳକୁ ଯୁଗ୍ମ ଭାବେ ତୃତୀୟ ପୁରସ୍କାର ଏବଂ ଏକ ହଜାର ଟଙ୍କା ଦେବା ସହିତ ପ୍ରମାଣ ପତ୍ର ଦେଇ ଅତିଥି ମାନେ ପୁରସ୍କୃତ କରିଥିଲେ।
ଏହା ସହିତ ବୁଣାକାର ଭାବେ ଫକୀର ମେହେର, ଚାନ୍ଦିନୀ ମେହେର, ମହାଦେବ ମେହେର, କୈଳାସ ମେହେର, ଭକ୍ତ ଚରଣ ମେହେର, ଦ୍ରୌପଦୀ ମେହେର, ନିଳମଣୀ ମେହେର, ବୃ୍ଦାବନ ମେହେର, ଦୁଃଖ ନ।ସନ ମେହେର , ସୁମିତ୍ରା ଜେନା ଓ ଫକୀର ସାହୁଙ୍କୁ ମାନ ପତ୍ର ଦେଇ ଅତିଥି ମାନେ ସମ୍ବର୍ଦ୍ଧିତ କରିଥିଲେ।ପୁରସ୍କାର ବିତରଣ ଉତ୍ସବକୁ ପୂର୍ବତନ ବୌଦ୍ଧ ବ୍ଲକ ଉପାଧ୍ୟକ୍ଷ ମନୋରଞ୍ଜନ ପୁରୋହିତ ପରିଚାଳନା କରିଥିଲେ। ସ୍ବାଗତ ଭାଷଣ ଓ ମଞ୍ଚପରିଚାଳନା ବ୍ଲକ୍ କଳାକାର ସଂଘ ଉପ ସଭାପତି ସ୍ୱାଧୀନ କୁମାର ପରିଡା ଦେଇଥିବା ବେଳେ ଅଶୋକ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।