Breaking News
10:45 pmଭୁବନେଶ୍ୱର: ଜମିଜମା ବିବାଦକୁ ନେଇ ପୁରୁଣା ଭୁବନେଶ୍ୱର ରଥରୋଡରେ ପୁଲିସ ଉପସ୍ଥିତିରେ ବଡ଼ଭାଇକୁ ହାଣିଲା ସାନଭାଇ। ଖଣ୍ଡା ଆକ୍ରମଣରେ ବଡ଼ଭାଇ ଗୁରୁତର। ହସ୍ପିଟାଲରେ ଭର୍ତ୍ତି। 10:44 pmଭୁବନେଶ୍ବର: ବରିଷ୍ଠ ଅଭିନେତା ବିରାଜ ଦାସଙ୍କ ପରଲୋକ। ୬୩ ବର୍ଷ ବୟସରେ ଶେଷ ନିଃଶ୍ୱାସ ତ୍ୟାଗ କଲେ ବିରାଜ ଦାସ। କଟକର ଏକ ଘରୋଇ ହସ୍ପିଟାଲରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। 10:43 pmରକ୍ଷକ ସାଜିଲା ଭକ୍ଷକ ମାମଲା : ଶିଶୁ ‌‌‌ଯୌନ ନିର୍ଯାତନା ମାମଲାରେ କନଷ୍ଟେବଳ ରଜନୀକାନ୍ତ ଗମାଙ୍ଗୋ ଗିରଫ 12:38 amଭିଜିଲାନ୍ସ ଜାଲରେ ନାରାୟଣପାଟଣା ବ୍ଲକରେ କାର୍ଯ୍ୟରତ ସିଆରସିସି ଏସ କିଶାନ କୁମାର। ୨୦ ହଜାର ଟଙ୍କା ଲାଞ୍ଚ ନେଇ ଗିରଫ 12:36 amପୁରୀ: ଶ୍ରୀମନ୍ଦିର ସାମ୍ନାରେ ଗୁଳିକାଣ୍ଡ,ଜଣେ ଯୁବକଙ୍କୁ ଟାର୍ଗେଟ କରି ଦୁର୍ବୃତ୍ତଙ୍କ ଗୁଳିମାଡ଼,ଗୁଳମାଡ଼ରେ ଶ୍ରୀଲୋକନାଥ ସେବାୟତ ଗୁରୁତର

ସହର ମଧ୍ୟରେ ପୁଣି ସଡକ ଦୁର୍ଘଟଣା – କଣ୍ଟେନର ଚାପାରେ ଜଣେ ମୃତ

744 0

ଅନୁଗୋଳ(ମହେଶ ଭୋମରାଜ) ଅନୁଗୋଳ ସହର ମଧ୍ୟରେ ସଡକ ଦୁର୍ଘଟଣାରେ ଆଉ ଜଣଙ୍କର ଜୀବନ ଯାଇଛି । ସହର ମଧ୍ୟ ଦେଇ ଯାଇଥିବା ଜାତୀୟ ରାଜପଥ ୫୫ ର ଥାନା ଛକଠାରେ ଏକ ସ୍କୁଟିକୁ ଏକ କଣ୍ଟେନର ଧକ୍କା ଦେବା ଫଳରେ ପର୍ଶୁରାମ ରାଉତ ନାମକ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି । ମିଳିଥିବା ସୂଚନା ଅନୁସାରେ ପର୍ଶୁରାମ ଆଜି ତାଙ୍କ ସ୍କୁଟିରେ ରବିବାର ହାଟରୁ ପରିବା ଧରି ଥାନା ଛକ ଅତିକ୍ରମ କରୁଥିବା ବେଳେ ତାଙ୍କୁ ଜାତୀୟ ରାଜପଥ ଉପରେ ଏକ ଦ୍ରୁତଗାମୀ କଣ୍ଟେନର ଧକ୍କା ଦେଇଥିଲା । ତାଙ୍କୁ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆ ଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ଦୁର୍ଘଟଣା ପରେ ସ୍ଥାନୀୟ ଲୋକ ଉତ୍ତ୍ୟକ୍ତ ହୋଇ ଜାତୀୟ ରାଜପଥ ଉପରେ ଟାୟାର ଜାଲି ରାସ୍ତା ଅବରୋଧ କରିଛନ୍ତି । ବାରମ୍ବାର ସହର ଭିତରେ ଦୁର୍ଘଟଣା ଘଟୁଥିବା ବେଳେ ପ୍ରଶାସନ ନିରବଦ୍ରଷ୍ଟା ସାଜିଥିବା ଲୋକ ଅଭିଯୋଗ କରିଛନ୍ତି । ଏଠାରେ ସୂଚନା ଯୋଗ୍ୟ ଯେ ଗତ ଗୁରୁବାର ଦିନ ବୁଢୀ ଠାକୁରାଣୀ ଛକରେ ଟ୍ରକ ଚାପାରେ ମା ଓ ପୁଅଙ୍କ ମୃତ୍ୟୁ ହୋଇଥିଲା ।

Facebook Notice for EU! You need to login to view and post FB Comments!

Related Post

ବେଆଇନ ମୋରମ ଚାଲାଣ ବେଳେ ଭାରଶ୍ୟାମ ହରାଇ ଓଲଟିଲା ମୁରମ ବୋଝେଇ ଡ଼ମ୍ଫର

Posted by - January 11, 2022 0
ବାଲେଶ୍ଵର :ପୁଣି ରାସଗୋବିନ୍ଦପୁର ବ୍ଲକ ଅଞ୍ଚଳରେ ମୋରମ ମାଫିଆ ସକ୍ରିୟ ହୋଇ ଉଠିଥିବା ଦେଖିବାକୁ ମିଳିଛି।ସୂଚନା ଥାଉ କି ଯେ, ରାସଗୋବିନ୍ଦପୁର ଥାନା ଦେଇ ଦୈନିକ ମଧ୍ୟ…

ଯୁବ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ

Posted by - February 24, 2022 0
ବେଲଗୁଣ୍ଠା:(ସୁଶାନ୍ତ କୁମାର ବେହେରା )ବୁଗୁଡ଼ା ବଡ଼ ଦାଣ୍ଡ ସ୍ଥିତ ନିକୁଞ୍ଜ ମୋହନ କ୍ଳବ୍ ଠାରେ ନେହେରୁ ଯୁବକେନ୍ଦ୍ର ସଂଗଠନ ପକ୍ଷରୁ ଏକ ଯୁବ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ…

ଧର୍ମଶାଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ୫ଟି ଟିମ।

Posted by - November 16, 2019 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ)ଧର୍ମଶାଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ୫ଟି ଟିମ। ମେଡିକାଲ ଏଜୁକେସନ ଟ୍ରେନିଙ୍ଗ ଯୁଗ୍ମ ନିର୍ଦେଶକ ଅନିଲ କୁମାର ସାହୁଙ୍କ ନେତୃତ୍ୱରେ ଏକ ୩ଜଣିଆ ପ୍ରତିନିଧି…

Leave a comment

Your email address will not be published.