ବ୍ଲକ ସ୍ତରୀୟ ଷୋହଳଖଣ୍ଡ ଗୌଡ଼ ସମାଜର କର୍ମକର୍ତା ଚୟନ

116 0

ମୁନିଗୁଡା :(ରମାକାନ୍ତ ପୋଡାଲ )ରାୟଗଡ଼ ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଶିକାରପାଇ ଗୌଡ଼ ସାହିରେ ବ୍ଲକ ସ୍ତରୀୟ ଷୋହଳ ଖଣ୍ଡିୟ ଗୌଡ଼ ସମାଜର ବୈଠକ ଅନୁଷ୍ଠିତ ହେଇ ଯାଇଛି | ଉକ୍ତ ବୈଠକରେ ଅନେକ ଦିନରୁ ଏକ ପରିଚାଳନା ପରିଷଦ ଗଠନ କରିବା ଯୋଜନା ସଫଳ ହେଇଯାଇଛି | ଏହି କମିଟି ମାଧ୍ୟମରେ ଗୌଡ଼ ସମାଜର କୁ ସଂସ୍କାର, ଅଶ୍ରୁସ୍ୟତା, ଅନ୍ଧ ବିଶ୍ୱାସକୁ ଦୂରୀକରଣ କରି କିପରି ସାମାଜିକ ମୁଖ୍ୟ ସ୍ରୋତରେ ସାମିଲ ହେଇ ସର୍ବ ସାଧାରଣଙ୍କ ସମସ୍କନ୍ଧ ହେଇପାରିବ ଏନେଇ କାମ ଚାଲୁ ରହିବ ବୋଲି ସମାଜ ତରଫରୁ କୁହାଯାଇଛି |

ପାଇକ ସମାଜ ପରେ ଦ୍ଵିତୀୟ ବୃହତ ଜନ ସଂଖ୍ୟା ବହୁଳ ସମାଜ ମାନଙ୍କ ମଧ୍ୟରେ ଗଣା ହେଉଥୁବା ସମାଜ କିପରି ସବୁ ସରକାରୀ ସୁବିଧା ପାଇବା ତା ପାଇଁ ଲଢେଇ ଜାରି ରହିବ ବୋଲି କୁହାଯାଇଛି |ସେ ନେଇ କଲ୍ୟାଣ ସିଂହପୁର ବ୍ଲକ ସ୍ଥିତ ଶିକରପାଇ ଗ୍ରାମ ଗୌଡ଼ ସାହି ଗୋଷ୍ଠୀ ଗୃହରେ ଷୋହଳ ଖଣ୍ଡ ଗୌଡ଼ ସମାଜର ବରିଷ୍ଠ ଶ୍ରୀ ଦାଶରଥି ନାୟକଙ୍କ ସଭାପତିତ୍ୱରେ କଲ୍ୟାଣସିଂହପୁର ବ୍ଲକ ସ୍ତରୀୟ ନୂତନ କର୍ମକର୍ତା ଚୟନ କରି କମିଟି ଗଠନ କରାଗଲା l ଉକ୍ତ ନୂତନ ଗଠିତ ଷୋହଳ ଖଣ୍ଡ ଗୌଡ଼ ସମାଜ ବୈଠକରେ ନଅ ଜଣିଆ କମିଟି ଗଠନ କରାଗଲା l

ସଭାପତି- ଶ୍ରୀ ବ୍ରଜ ବଲ୍ଲବ ନାୟକ, ଉପସଭାପତି ଶ୍ରୀ ବିଜୟ ନାୟକ, ସମ୍ପାଦକ- ଶ୍ରୀ ମନୋଜ ନାୟକ , କୋଷାଧ୍ୟକ୍ଷ ଶ୍ରୀ ପ୍ରସାଦ ଗୌଡ଼ ସଂଯୋଜକ ଶ୍ରୀ ପ୍ରକାଶ ନାୟକ ଏବଂ ସଦସ୍ୟ ରୂପେ ଶ୍ରୀ କିଶୋର ଗୌଡ଼, ଶ୍ରୀ ବିଦ୍ୟାଧର ଗୌଡ଼, ଶ୍ରୀ ଚିତ୍ତରଞ୍ଜନ ନାୟକ, ଶ୍ରୀ ବିଜୟ ଗୌଡ଼, ଶ୍ରୀ ଡମ୍ବରୁଧର ଗୌଡ଼ ଙ୍କୁ ସର୍ବ ସମ୍ମତି କ୍ରମେ ଚୟନ କରାଯାଇଥିଲା l ଉକ୍ତ ବୈଠକରେ ନୂତନ ସଭାପତି ଶ୍ରୀ ନାୟକ ଆଗାମୀ ଦିନରେ ଷୋହଳ ଖଣ୍ଡ ଗୌଡ଼ ସମାଜର ସମୃଦ୍ଧି ସାଧନ ସହ ସମାଜ ମଙ୍ଗଳ କାମରେ ସମର୍ପିତ ହେବାପାଇଁ ଆହ୍ୱାନ ଦେଇଥିଲେ lଉକ୍ତ ବୈଠକରେ ଗୌଡ଼ ସମାଜର ବରିଷ୍ଠ ଶ୍ରୀ ଦୁଃଖୁ ଗୌଡ଼, ଶ୍ରୀ ପୂର୍ଣଚନ୍ଦ୍ର ନାୟକ, ଶ୍ରୀ ଗୌରୀ ଶଙ୍କର ନାୟକ, ଶ୍ରୀ ଗୋବିନ୍ଦ ସାରା, ଶ୍ରୀ ଶଙ୍କର ବେହେରା, ଶ୍ରୀ ପଦ୍ମ ଚରଣ ନାୟକ, ଶ୍ରୀ ରାଜୀବ ନାୟକ ପ୍ରମୁଖଙ୍କ ସହ ଶତାଧିକ ଗୌଡ଼ କୁଳର ବ୍ୟକ୍ତିମାନେ ଯୋଗ ଦେଇଥିଲେ l

Related Post

କେସିଙ୍ଗା ଆଦର୍ଶ ଥାନା ପକ୍ଷରୁ ଦହି ସରବତ ବଣ୍ଟନ

Posted by - April 18, 2023 0
କେସିଙ୍ଗା:୧୭/୦୪(ପ୍ରୀତେଶ୍ କୁମାର ପଟେଲ)ଦିନକୁ ଦିନ ବଢି ଚାଲିଛି ଖରା ।ସବୁଦିନ ପାରା ୪୦ ଡିଗ୍ରୀ ଉପରେ ରହୁଥିବା ବେଳେ କଳାହାଣ୍ଡି ଜିଲ୍ଲା କେସିଙ୍ଗା ଆଦର୍ଶ ଥାନା ପକ୍ଷରୁ…

ନାହିଁ ନାହିଁର ଗାଁ ସୁନାମୁଦି , କିଏ ଛଡାଇବ ସୁନାମୁଦିର କଳଙ୍କ ?

Posted by - November 11, 2022 0
ସମ୍ବଲପୁର : (ରମାକାନ୍ତ ବିଶ୍ବାଳ) ମୂଳରୁ ମାଇପ ନାହିଁ ପୁଅ ନାମ ଗୋପାଳିଆ’ ଏଭଳି ଗପର କାହାଣୀ ପରି ସତ କଥାର ନିଆରା ବିକାଶ ପ୍ରତିଫଳିତ ହୋଇଛି…

ସ୍କୁଲରେ ପାଠପଢା ପାଇଁ ଗ୍ରୀଷ୍ମ ଛୁଟିରେ କାଟ୍ ଛାଟ୍ : ଗଣଶିକ୍ଷା ବିଭାଗର ନିଷ୍ପତ୍ତି।

Posted by - April 16, 2022 0
ଭୁବନେଶ୍ୱର:( ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ) ଓଡ଼ିଶାରେ କରୋନା ମହାମାରୀ ସକାଶେ ସ୍କୁଲ ଛାତ୍ର ଛାତ୍ରୀଙ୍କ ପାଠପଢାରେ ବ୍ୟାଘାତ ସୃଷ୍ଟି ହେବା ସହ ବିଦ୍ୟାର୍ଥୀ…