ଯାଜପୁର :ଯାଜପୁର ଗୌତମ ବୁଦ୍ଧ ସଂସ୍କୃତି ଭଵନ ପରିସରରେ ଜିଲ୍ଲାର ଅଗ୍ରଣୀ ସଂସ୍କୃତିକ ଅନୁଷ୍ଠାନ ଆହ୍ୱାନର ଏକାଦଶତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ବରିଷ୍ଠ ସାମ୍ବାଦିକ ତପନ ମହାରଣ୍ୟଙ୍କ ସଭାପତିତ୍ବରେ ମୁଖ୍ୟ ଅତିଥି ଭାବେ ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ଶିକ୍ଷକ ଭୂପତି ଭୁଷଣ ମିଶ୍ର ଯୋଗ ଦେଇ ଏହାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ।
ସମ୍ମାନିତ ଅତିଥି ଭାବେ ଅନନ୍ୟା ସାହିତ୍ୟ ସଂସଦର ସଭାପତି ସନ୍ତୋଷ ନନ୍ଦ, ଯାଜପୁର ପୋୖର ପାଳିକାର ପୋୖର ଉପାଧ୍ୟକ୍ଷ ସନ୍ତୋଷ ମଲିକ, ଶିକ୍ଷାବିତ ଦାମୋଦର ବେହେରା ପ୍ରମୁଖ ଯୋଗ ଦେଇ ଆହ୍ୱାନ ପରିବାରର ପ୍ରଶଂସା କରିଥିଲେ। ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ସୁନାମ ଅର୍ଜନ କରିଥିବା ବ୍ୟକ୍ତି ବିଶେଷଙ୍କୁ ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା। ପରିଶେଷରେ ଅନୁଷ୍ଠାନ ପକ୍ଷରୁ ପ୍ରସ୍ତୁତ ହୋଇଥିବା ନାଟକକୁ ସମସ୍ତ ଉପସ୍ଥିତ ଅତିଥି ମାନେ ଉପଭୋଗ କରିଥିଲେ।