ମୃତ ପୂଅ ର ଚକ୍ଷୁ ଦାନ କଲେ ବାପା

241 0

ମୁନିଗୁଡା :(ରମାକାନ୍ତ ପୋଡାଲ )ଜୀବନର ସାହାରା ଭବିଷ୍ୟତର ଆଶା ବାଡ଼ି ଥିଲା ଭୁବନେଶ୍ୱର ITR College reବିଟେକ ପଡୁଆ ପୁଅ ଦେବାଶିଷ ଗୌଡ଼, ବିଧିର ବିଧାନ ଥିଲା ବିଚିତ୍ର,ବାପା ହରିଶ୍ଚନ୍ଦ୍ର ଗୌଡ଼ ଙ୍କ ପାଦ ତଳୁ ମାଟି ଖସି ଯାଇଥିଲା ଯେତେବେଳେ ଶୁଣିଥିଲେ ଯବାନ ପୁଅର ମୃତ୍ୟୁ ଖବର ,ସୁଦୂର ରାୟଗଡା ରୁ ଧାଇଁ ଯାଇଥିଲେ ବାପା ଓ ପରିବାର ବର୍ଗ,ମୃତ୍ୟୁ ର କାରଣ ଅସ୍ପଷ୍ଟ ଥିବାବେଳେ ମେଧାବୀ ଶାନ୍ତ ସରଳ ପୁଅକୁ ହରେଇବା ପରେ ଛାତିରେ କୋହକୁ ଛାପିରଖିସମାଜ ra କଲ୍ୟାଣ ନିମନ୍ତେ ପୁଅର ଚକ୍ଷୁ ଦାନ କରି ମହତ କାର୍ଯ୍ୟ କରିଛନ୍ତି ବାପା।

ଏଭଳି ଏକ ଦୁଃଖଦ ଘଟଣା ଦେଖିବାକୁ ମଳିଛି ରାୟଗଡ଼ା ଜିଲ୍ଲା, ମୁନିଗୁଡ଼ା ବ୍ଲକ ଅନ୍ତର୍ଗତ ଆଗୁଳ ଗ୍ରାମରେ ।ଆଗୁଳ ଭଳି ଏକ ଛୋଟ ଗାଁ ରେ ବାସ କରନ୍ତି ହରିଶ୍ଚନ୍ଦ୍ର ଗୌଡ ,ସେ ଜଣେ ଚାଷୀ ତା ସଙ୍ଗେ ଶିକ୍ଷକତା କରନ୍ତି ହରିଶ୍ଚନ୍ଦ୍ର ଗୌଡ।।ସେ ତାଙ୍କ ବଡ ପୁଅ ଦେବାଶିଷ ଗୌଡ ଙ୍କୁ ଉଚ୍ଚ ଶିକ୍ଷିତ କରିବାକୁ ଚେଷ୍ଟା କରି ଭୁବନେଶ୍ୱର ସ୍ଥିତ ITR କଲେଜ ରେ ବିଟେକ ପାଠ ପଢେଇବା ପାଇଁ ପଠାଇଥିଲେ,,ଦେବାଶିଷ ଜଣେ ଭଲ ଉତ୍ତମ ଗୁଣବାନ ଛାତ୍ର ଥିଲା,ସେ ବି ଟେକ୍ ରେ ଦିତୀୟ ବର୍ଷ ପାଠ୍ୟକ୍ରମ ସାରି ଦେଇଥିଲା ହେଲେ ଗତ ୧୧/୦୫ ରେ ହଠାତ୍ ବାପାଙ୍କୁ ସ୍କୁଲ କର୍ତୃପକ୍ଷ ଫୋନ କରି ଜଣେଇ ଥିଲେ ପୁଅର ଅସୁସ୍ଥ ଖବର।।

ଏ ଖବର ପାଇ ବାପା ସଙ୍ଗେ ସଙ୍ଗେ ବାହାରି ଥିଲେ ଭୁବନେଶ୍ୱର।। ଭୁବନେଶ୍ୱର ରେ ସୋମ ହସ୍ପିଟାଲ ରେ ପୁଅର ମୃତ ଶରୀର ଦେଖି ବାପାଙ୍କ ପାଦତଳୁ ମାଟି ଖସିଲା ଭଳି ପାରିବା ପୁଅ ର ମର ଶରୀରକୁ ଦେଖି ହତବାକ ହୋଇଥିଲେ ବାପା।। ଛାତିରେ ଛାତିଏ ଦୁଃଖ ଭରି ନିଜ ମନକୁ ଦୃଢ଼ କରି ବାପା ପୁଅର ମୃତ ଶରୀର ଆଣିବାକୁ ଚେଷ୍ଟା କଲେ। ମାଟିର ଶରୀର ମାଟିରେ ମିଶିବ ହେଲେ ସଂସାର କୁ କିଛି ମହତ ଉଦ୍ଦେଶ୍ୟଟି ଦେବାକୁ ଚେଷ୍ଟା କଲେ ବାପା ସୋମ ହସ୍ପିଟାଲ ଙ୍କୁ ଅନୁରୋଧ କରି ପୁଅର ଚକ୍ଷୁ ଦାନ କରି ବା ପାଇଁ ନିବେଦନ କଲେ ବାପା ହରିଶ୍ଚନ୍ଦ୍ର ଗୌଡ।ମହତ କାର୍ଯ୍ୟ ପାଇଁ ସାରା ଅଞ୍ଚଳ ହରିଶ୍ଚନ୍ଦ୍ର ଗୌଡ ଙ୍କ ପ୍ରଶଂସା ର ସୁଅ ଛୁଟିବାରେ ଲାଗଛି ।

Related Post

ସୋଲାର ଟାଙ୍କି ଅଛି ହେଲେ ,ପାଣି ନାହି,ଲୋକେ ପିଉଛନ୍ତି ଝରଣା ପାଣି

Posted by - December 28, 2022 0
ମୁନିଗୁଡା (ରମକାନତ ପୋଢଳ) ସୋଲାର ଟାଙ୍କି ଅଛି ହେଲେ ପାଣି ନାହି,ଲୋକେ ପିଉଛନ୍ତି ଝରଣା ପାଣି ,ଏଭଲି ଏକ ଅଭାବନିୟ ଦ୍ରୁଶ୍ୟ ଦେଖିବାକୁ ପାଉଛୁ,ରାୟଗଡା ଜିଲା,ବିଷମକଟକ ବ୍କକ,ଭାତପୁର…

ପାଟକୁରା ବିଧାନସଭା ନିର୍ବାଚନ ଲାଗି ବେଦପ୍ରକାଶ ଅଗ୍ରଓ୍ୱାଲ୍‌ଙ୍କ ପତ୍ନୀ ସାବିତ୍ରୀ ଅଗ୍ରଓ୍ୱାଲ୍‌ଙ୍କୁ ଟିକେଟ ଦେଲା ବିଜେଡି

Posted by - April 29, 2019 1,265
ଭୁବନେଶ୍ବର:ବିଜେଡି ପକ୍ଷରୁ ପ୍ରାର୍ଥୀପତ୍ର ଦାଖଲ କରିଥିବା ବେଦପ୍ରକାଶ ଅଗ୍ରଓ୍ବାଲ ଗତ ୨୦ ତାରିଖ ଦିନ ଇହଲିଳା ସମ୍ବରଣ କରିଥିଲେ। ଦୀର୍ଘ ଦିନ ଧରି ସେ ଅସୁସ୍ଥ ଥିଲେ…

କୋଭିଡ ସଂକ୍ରମଣରେ ବାତିଲ ହେଲା ଭିମସାର ଏମବିବିଏସ ପରିକ୍ଷା

Posted by - January 14, 2022 0
ସମ୍ବଲପୁର: :(ରମାକାନ୍ତ ବିଶ୍ବାଳ )ସମ୍ବଲପୁର ଜିଲ୍ଲା ରେ ଦୄତ ଗତିରେ ବଡୁଥିବା କୋଭିଡ ସଂକ୍ରମଣ ପାଇଁ ବାତିଲ ହେଲା ଭିମସାର ର ଏମବିବିଏସ ପରୀକ୍ଷା । ଏନେଇ…

ସାମ୍ବାଦିକ ଆକ୍ରମଣ ଘଟଣାରେ ୭ ଦିନ କଳା ଦିବସ ପାଳିବ ଯାଜପୁର ପ୍ରେସ କ୍ଲବ

Posted by - February 21, 2022 0
ଯାଜପୁର: ଆଜି ତୃତୀୟ ପର୍ଯ୍ୟାୟ ନିର୍ବାଚନ ବେଳେ ଯାଜପୁର  ପ୍ରେସ କ୍ଲବର ଦୁଇ ଜଣ ସାମ୍ବାଦିକ ବିଜୟ ସାହୁ ଓ ଦେବାଶିଷ ସାହୁଙ୍କୁ ମାଡ ଘଟଣା‌କୁ ଗୁରୁତର…

ହରଭଙ୍ଗା ଅଞ୍ଚଳରେ ବିଦେଶୀ ପକ୍ଷୀଙ୍କ କଳରବରେ ମୁଖରିତ ସାତକୋଶିଆ ଗଣ୍ଡ

Posted by - November 5, 2022 0
ବୌଦ୍ଧ : (ଚିତ୍ତ ରଞ୍ଜନ ସିଂହ)  ଅଧିକ ଶୀତ ଓ ଖାଦ୍ୟାଭାବରୁ ନିଜକୁ ରକ୍ଷା କରିବା ପାଇଁ ପକ୍ଷୀ ମାନେ ଦେଶାନ୍ତର ହୋଇଥାନ୍ତି l ହଜାର ହଜାର…