ହରଭଙ୍ଗା: (ଚିତ୍ତରଞ୍ଜନ ସିଂହ)ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣା କଟକ ମିନି ଷ୍ଟାଡିୟମ ଠାରେ ମାଁ ଭୈରବୀ ମହୋତ୍ସବ 2023 ର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହେବାସହ କମିଟି ର ନୂତନ କର୍ମକର୍ତା ଚୟନ ହୋଇଯାଇଛି l କମିଟିର ସଭାପତି ଅଶୋକ କୁମାର ଅଗ୍ରୱାଲ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ବୈଠକ ରେ ପ୍ରଥମେ ଗତ ବର୍ଷ ହୋଇଥିବା ମହୋତ୍ସବ ର ଆୟ ବ୍ୟୟ ହିସାବ ପରେ ଚଳିତ ବର୍ଷ ମହୋତ୍ସବ ର ନୂତନ କମିଟି ଗଠନ କରାଯାଇଥିଲା l ଏଥିରେ ସର୍ବ ସମ୍ମତି କ୍ରମେ ପ୍ରଥମେ ମହୋତ୍ସବ ର ସଭାପତି ଭାବେ ଅଶୋକ କୁମାର ଅଗ୍ରୱାଲ ଙ୍କୁ ଚୟନ କରାଯାଇଥିବା ବେଳେ ସମ୍ପାଦକ ଭାବେ ସ୍ଥାନୀୟ ସରପଞ୍ଚ ଅଶୋକ କୁମର ସେଠି ଙ୍କୁ ଚୟନ କରାଯାଇଥିଲା lସେହିପରି କମିଟିର ଉପ ସଭାପତି ଭାବେ ପୁରୁଣା କଟକ ସମିତି ସଭ୍ୟ ସରୋଜ ପ୍ରଧାନ, ସହ ସମ୍ପାଦକ ସୁବାସ ପ୍ରଧାନ, କୋଷାଧକ୍ଷ ମନୋଜ ସାହୁ,ସାଂଗଠନିକ ସମ୍ପାଦକ ପ୍ରାଣବନ୍ଧୁ ସାହୁ, ମହୋତ୍ସବ ଆବାହକ ବିଭୁଦତ୍ତ ବୋଷ,ଙ୍କୁ ଚୟନ କରାଯାଇଥିଲା l
ଉପଦେଷ୍ଟା ମଣ୍ଡଳୀରେ ହରଭଙ୍ଗା ବ୍ଲକ ଉପାଧକ୍ଷ ସରୋଜ ପ୍ରଧାନ, ଅକ୍ରୁର ସେଠି, ନିହାର ଘୋଷ, ସତୀଶ ବେହେରା, କୈଳାସ ଅଗ୍ରୱାଲା,ମନୋନୀତ ହୋଇଥିବା ବେଳେ ମହୋତ୍ସବ ର ସାଂସ୍କୃତିକ ବିଭାଗର ସମ୍ପାଦକ ଶୁଭର୍ଜିତ ପ୍ରଧାନ, ଖାଦ୍ୟ ବିଭାଗର ସମ୍ପାଦକ ଅଜିତ ଦେହୁରୀ, ଷ୍ଟେଜ ଓ ମିନବଜାର ସମ୍ପାଦକ ସୁକାନ୍ତ ପଟ୍ଟନାୟକ, ମହୋତ୍ସବ ର ସ୍ମରଣିକା ସମ୍ପାଦକ ଅଧ୍ୟାପକ ପ୍ରମୋଦ ମହାପାତ୍ର, ଷ୍ଟଲ ସମ୍ପାଦକ ସୁକାନ୍ତ ଦାସ, ଅଭ୍ୟର୍ଥନା କମିଟି ରେ ଓ ଶ୍ରୀବନ୍ତ ମେହେର,ବିପ୍ଳବ ଗାଈ ଗାଈଗୋଉରିଆ ମିଡ଼ିଆ ସମ୍ପାଦକ ଭାବେ ସାମ୍ବାଦିକ ଭାଗବତ ମେହେର, ହିମାଂଶୁ ଶେଖର ସାହୁ, ଧିରେନ ପ୍ରଧାନ, ପରିମଳ ଓ ପରିବେଶ ସ୍ୱଛତା ପାଇଁ ଅଧ୍ୟାପକ ରଞ୍ଜିତ ସାମଲ,ଦର୍ଶକ ଗ୍ୟାଲେରୀ ପରିଚାଳନା ସମ୍ପଦକ ଦାୟିତ୍ୱ ଅମୁଲ୍ୟ ମିଶ୍ର, ବିନୋଦ ବିହାରୀ, ଶୃଙ୍ଖଳା କମିଟି ରେ ବିଜୟ କଁହର, ଫାଷ୍ଟଆଡ଼ ଦାୟିତ୍ୱ ରେ ଟୁଲୁ ଅଗ୍ରୱାଲ, ସାଂସ୍କୃତିକ ଶୋଭାଯାତ୍ରା ଭୈରବୀ କନିଷ୍ଟ ମହାବିଦ୍ୟାଳୟ ଅଧ୍ୟାପକ ପ୍ରଶାନ୍ତ ସେଠି, ସମ୍ବର୍ଦ୍ଧନା କମିଟି ରେ ଚିତ୍ତ ପ୍ରଧାନ , ବିରଞ୍ଚି ମହାରଣା, ପାନୀୟ ଜଳ ବ୍ୟବସ୍ଥା ପାଇଁ ଗୋବିନ୍ଦ ଯୋଶୀ ଙ୍କୁ ଦାୟିତ୍ୱ ବଣ୍ଟନ କରାଯାଇଥିଲା ମହୋତ୍ସବ ର କାର୍ଯ୍ୟକାରୀ କମିଟି ରେ ଅମୁଲ୍ୟ ମିଶ୍ର, ସଜନ ଅଗ୍ରୱାଲ, ମନୋଜ ପାଢ଼ୀ, ବିକାଶ ମିଶ୍ର, ଚିତ୍ତ ରଂଜନ ପ୍ରଧାନ, ଡିଗ୍ରୀ କଲେଜ ଅଧକ୍ଷ ରମେଶ ଚନ୍ଦ୍ର ତାରିଣୀଆଁ,ଙ୍କୁ ମନୋନୀତ କରାଯଇଥିଲା ଏବଂ ବୈଠକ ରେ ଚଳିତ ବର୍ଷ ହେବାକୁ ଥିବା ମାଁ ଭୈରବୀ ମହୋତ୍ସବ କିପରି ସରସ ସୁନ୍ଦର ଓ ଆକର୍ଷଣୀୟ ହେବ, ଏବଂ ସଦସ୍ୟ ଙ୍କ ଭିତରେ ପାଣ୍ଠି ସଂଗ୍ରହ, ସହ ମହୋତ୍ସବ ଶାନ୍ତି ଶୃଙ୍ଖଳା ସହ କିପରି ହେବ ସେନେଇ ବିସ୍ତୃତ ଆଲୋଚନା ହୋଇଥିଲା ଶେଷରେ ସଙ୍ଘଠନିକ ସମ୍ପାଦକ ପ୍ରଣାବନ୍ଧୁ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ l