ବୌଦ୍ଧି ଜିଲ୍ଲାରେ ଶିଶୁ ଶ୍ରମିକ:କେନ୍ଦୁପତ୍ର ଫଡ଼ିରେ ଶିଶୁ ଶ୍ରମିକ,ସ୍କୁଲ ଛୁଟି ଫାଇଦା ଉଠାଉଛି କେନ୍ଦୁପତ୍ର ବିଭାଗ

45 0

ବୌଦ୍ଧ:(ଚିତ୍ତରଞ୍ଜନ ସିଂହ) ବୌଦ୍ଧ ଜିଲ୍ଲା ରେ ବଢ଼ିଚାଲିଛି ଶିଶୁ ଶ୍ରମିକ ସଂଖ୍ୟା।ସ୍କୁଲ ଛୁଟିର ଫାଇଦା ଉଠାଉଛ୍ତି କେନ୍ଦୁପତ୍ର ବିଭାଗ।କେନ୍ଦୁପତ୍ର ଫଡିରେ ନିୟୋଜିତ ହେଉଛନ୍ତି ଶିଶୁ ଶ୍ରମିକ। ନଦେଖିଲା ପରୀ ହେଉଛନ୍ତି ବିଭାଗୀୟ ଅଧିକାରୀ।ଭଳ ଦୁଇପଇସା ରୋଜଗାର କରୁଛନ୍ତି ଏହି ବିଭାଗୀୟ ବାବୁ।ଶ୍ରମିକ ବଦଳରେ କାର୍ଯ୍ୟରେ ଲଗାଉଛନ୍ତି ଶିଶୁଶ୍ରମିକଙ୍କୁ। ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକର ଲଣ୍ଡାପଦର ଓ ତମ୍ବାସିନା ପତ୍ର ଫଡ଼ି ମାନଙ୍କରେ ୧୫ବର୍ଷରୁ କମ ବୟସର ନାବାଳକ ତଥା ନାବାଳିକା ମାନଙ୍କୁ କାର୍ଯ୍ୟରେ ନିୟୋଜିତ କରାଯାଉଥିବା ଦେଖିବାକୁ ମିଳିଛି ।ସରକାର କେନ୍ଦୁପତ୍ର ତୋଳାଳୀ ମାନଙ୍କ ପାଇଁ ଅନେକ ଯୋଜନା ପ୍ରଣୟନ କରି ବିପୁଳ ଟଙ୍କା ଖର୍ଚ୍ଚ କରୁଛନ୍ତି ।

କିନ୍ତୁ ବିଭାଗୀୟ ଅଧିକାରୀ କିମ୍ବା କର୍ମଚାରୀ ମାନେ ସରକାରୀ ଟଙ୍କାକୁ ବିଭିନ୍ନ ଉପାୟ ଅବଲମ୍ବନ କରି ବାଟ ମାରଣା କରୁଥିବା ଅଭିଯୋଗ ହୋଇଛି ।ସୂଚନା ଅନୁସାରେ,ବର୍ତ୍ତମାନ ସମୟରେ ପ୍ରତ୍ୟେକ କେନ୍ଦୁ ପତ୍ରଫଡ଼ି ମାନଙ୍କରେ ଶ୍ରମିକମାନେ ତୋଳୁଥିବା କେନ୍ଦୁପତ୍ର ଗୁଡ଼ିକୁ ଖରାରେ ଶୁଖାଇବା ପାଇଁ ଶ୍ରମିକ ମାନଙ୍କୁ ଏହି କାମରେ ନିୟୋଜିତ କରିବାର ନିୟମ ରହିଥିଲେ ସୁଦ୍ଧା ପ୍ରତ୍ୟେକ ପତ୍ରଫଡ଼ି ମାନଙ୍କରେ ତାହାର ବ୍ୟତିକ୍ରମ ଦେଖାଦେଇଛି ।ଶ୍ରମିକ ମାନଙ୍କୁ ନିୟୋଜିତ କରିବା ବଦଳରେ ଶିଶୁ ଶ୍ରମିକ ମାନଙ୍କୁ ନିୟୋଜିତ କରାଯାଉଥିବା ଭଳି ସଙ୍ଗୀନ ଚିତ୍ର ଦେଖିବାକୁ ମିଳିଛି ।କାହିଁକି ନା ଶ୍ରମିକ ମାନଙ୍କ ମଜୁରୀ ୨୫୦ ଟଙ୍କା ହୋଇଥିବାବେଳେ ଏହି ଶିଶୁ ଶ୍ରମିକ ମାନଙ୍କୁ ମାତ୍ର ୫୦ ଟଙ୍କା ମଜୁରୀ ଦେଇ ପତ୍ରଫଡି କର୍ମଚାରୀ ମାନେ କାମ ହାସଲ କରି ନେଉଛନ୍ତି ।

ଯା ଫଳରେ ଜଣେ ଶ୍ରମିକ ପିଛା ୨ଶହ ଟଙ୍କା କେନ୍ଦୁପତ୍ର କର୍ମଚାରୀଙ୍କ ପକେଟ୍ କି ଯାଇଥାଏ । ସେଥିପାଇଁ ଗରିବ ନିରୀହ ପିଲାମାନେ କିଛି ଟଙ୍କା ଲୋଭରେ ନିଜର ପାଠପଢ଼ା ଛାଡି ଏହି କାମରେ ନିୟୋଜିତ ହୋଇଥାଆନ୍ତି । ସରକାର ଆଜିର ଶିଶୁ କାଲିର ଭବିଷ୍ୟତ ନାଁରେ ଡ଼ିମଡିମ ପିଟୁଥିବା ବେଳେ ପ୍ରଶାସନ କେବେ ଶିଶୁମାନଙ୍କୁ ଏହି କାର୍ଯ୍ୟରେ ନିୟୋଜିତ କରିଥିବା ଅଧିକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ତାହା ଦେଖିବାକୁ ବାକି ରହିଲା । ଏସମ୍ପର୍କରେ ଜିଲ୍ଲା କେନ୍ଦୁପତ୍ର ଅଧିକାରୀ ଶ୍ରୀଯୁକ୍ତ ଅରବିନ୍ଦ ମହାନ୍ତିଙ୍କୁ ପଚାରିବାରୁ ପ୍ରତ୍ୟେକ ଫଡ଼ି ମାନଙ୍କରେ ଶିଶୁ ଶ୍ରମିକ ମାନଙ୍କୁ ଏହି କାମରେ ନ ଲଗାଇବା ପାଇଁ ବିଭାଗୀୟ ସମସ୍ତ ଅଧିକାରୀ ଙ୍କୁ ଚିଠି ମାଧ୍ୟମରେ ଅବଗତ କରାଯାଇଛି । ଯଦି ତା ସତ୍ତ୍ୱେ କେଉଁଠି ଏମିତି ହୋଇଛି ତାଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ।ଏଠାରେ ଦେଖିବାକୁ ବାକି ରହିଲା କେବେ କାର୍ଯ୍ୟନୁଷ୍ଠାନ।

Related Post

କନକ ଗଡର ୨୫ ବର୍ଷ ଶାସନରେ ସରୋଜ ରାଜ ପୋଛି ନେଲେ ଅଧ୍ୟକ୍ଷା ସମେତ ୧୪ କାଉନସିଲର ୧ ସ୍ବାଧିନ ହାତରେ

Posted by - March 26, 2022 0
ପାଟଣାଗଡ଼:(ତାପସ ରଞ୍ଜନ ବେହେରା) ପାଟଣାଗଡ଼ରେ ପୌର ନିର୍ବାଚନ ପାଇଁ ଶନିବାର ଦିନ ମତଗଣନା କଡ଼ା ସୁରକ୍ଷା ବ୍ୟବସ୍ଥା ରେ ଆରମ୍ଭ ହୋଇଯାଇଛି । ଏନଏସିର ୧୫ଟି ୱାର୍ଡ…

ଶ୍ରୀକ୍ଷେତ୍ରରେ ବଲିଉଡ୍‌ ସୁପରଷ୍ଟାର ଗୋବିନ୍ଦା,ସବ୍ୟର୍ଚ୍ଚିତାଙ୍କୁ ବିବାହର ଶୁଭେଚ୍ଛା ଜଣାଇଲେ

Posted by - March 21, 2021 0
ପୁରୀ: ଶ୍ରୀକ୍ଷେତ୍ରରେ ବଲିଉଡ୍‌ ସୁପରଷ୍ଟାର ଗୋବିନ୍ଦା । ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ଦର୍ଶନ କଲେ ବଲିଉଡ ଫିଲ୍ମ ସୁପରଷ୍ଟାର ଗୋବିନ୍ଦା ଓ ତାଙ୍କ ଧର୍ମ ପତ୍ନୀ । ସେ…

ସାବଧାନ !! ଭୁବନେଶ୍ବର ରେ ବସ୍ତି ଚିନ୍ତା,ଗୋଷ୍ଠୀ ସଂକ୍ରମଣ ଭୟ

Posted by - June 28, 2020 0
ଭୁବନେଶ୍ବର : ରାଜଧାନୀରେ ଏବେ କରୋନା ହୁ ହୁ ହୋଇ ମାଡ଼ୁଛି। ମାର୍ଚ୍ଚ ୧୫ରୁ ମେ ୩୧ ସୁଦ୍ଧା ୬୫ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଜୁନ୍‌…

ପ୍ରଶାସନ ର ଦୃଷ୍ଟି ଆଢୁଆଳରେ ଅବହେଳିତ ପର୍ଯ୍ୟଟନ ସ୍ଥଳୀ କରକ ଜଳପ୍ରପାତ

Posted by - December 19, 2021 0
କଳାହାଣ୍ଡି:(ନରେନ୍ଦ୍ର ନେଗୀ/ଅର୍ଜୁନ ପଟ୍ଟନାୟକ)ପ୍ରକୃତି ରାଣୀର ଅପରୂପ ସୌନ୍ଦର୍ଯ୍ୟ ରେ ଭରା ସବୁଜ ସୁନ୍ଦର କଳାହାଣ୍ଡି କୁ ପ୍ରକୃତିର ଗନ୍ତାଘର କହିଲେ କିିଛି ଅତ୍ୟୁକ୍ତି ହେବନାହିଁ।ଜିଲ୍ଲାରେ ପ୍ରଚୁର ଖଣିଜ…

କୋରୋନା ସମୟରେ ପ୍ରଧାନଶିକ୍ଷୟତ୍ରୀ ଙ୍କ ଦ୍ୱାରା ମଧ୍ୟାହ୍ନ ଭୋଜନ ଟଙ୍କା ହଡପ ଅଭିଯୋଗ

Posted by - August 21, 2021 0
ନବରଙ୍ଗପୁର:(ବେଣୁ ଗୋପାଳ ରାଓ)ଛାତ୍ର ଛାତ୍ରୀ ଙ୍କ ସରକାରୀ ମଧ୍ୟାହ୍ନ ଭୋଜନ ବାବଦ ସହାୟତା ରାଶି ଟଙ୍କା କୁ ଶିକ୍ଷୟତ୍ରୀ ଙ୍କ ଲୋଲୁପ ଦୃଷ୍ଟି । ଶିକ୍ଷକ ଙ୍କ…