Breaking News
2:05 pmତେଲ ରେଟ କମିବାରୁ କମିଲା ବସ ଭଡା ,ସାଧାରଣ ବସରେ କିଲୋମିଟର ପିଛା ୩ ପଇସା ହ୍ରାସ, 2:04 pmପାରାଦୀପ ରେ ଫାଟିଲା IOCL ତେଲ ପାଇପ ,ଘଟଣା ସ୍ଥଳ ରେ ପହଞ୍ଚିଲେ IOCL ଅଗ୍ନିଶମ ବାହିନୀ, ପ୍ରଚୁର ମାତ୍ର ରେ ତେଲ ବହି ପାଣି ରେ ମିଶୁଚି 1:58 pmଭୁବନେଶ୍ବର: ରାଜ୍ୟସଭା ଉପନିର୍ବାଚନ ଲାଗି ବିଧାନସଭା ପକ୍ଷରୁ ପ୍ରକାଶ ପାଇଲା ବିଜ୍ଞପ୍ତି, ଆଜିଠାରୁ ନାମାଙ୍କନ ପତ୍ର ଦାଖଲ ଆରମ୍ଭ 10:45 pmଭୁବନେଶ୍ୱର: ଜମିଜମା ବିବାଦକୁ ନେଇ ପୁରୁଣା ଭୁବନେଶ୍ୱର ରଥରୋଡରେ ପୁଲିସ ଉପସ୍ଥିତିରେ ବଡ଼ଭାଇକୁ ହାଣିଲା ସାନଭାଇ। ଖଣ୍ଡା ଆକ୍ରମଣରେ ବଡ଼ଭାଇ ଗୁରୁତର। ହସ୍ପିଟାଲରେ ଭର୍ତ୍ତି। 10:44 pmଭୁବନେଶ୍ବର: ବରିଷ୍ଠ ଅଭିନେତା ବିରାଜ ଦାସଙ୍କ ପରଲୋକ। ୬୩ ବର୍ଷ ବୟସରେ ଶେଷ ନିଃଶ୍ୱାସ ତ୍ୟାଗ କଲେ ବିରାଜ ଦାସ। କଟକର ଏକ ଘରୋଇ ହସ୍ପିଟାଲରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି।

ଏଟିଏମ୍ ହ୍ୟାକ୍, ଗ୍ରାହକଙ୍କ ଆକାଉଂଟରୁ ୪୦ହଜାର ଟଙ୍କା ଗାୟବ

435 6

ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ) ଏଟିଏମ୍ ହ୍ୟାକ୍ ଅଭିଯୋଗ । ଗ୍ରାହକଙ୍କ ପାଖରେ ଏଟିଏମ୍ କାର୍ଡ ଥାଇ ମଧ୍ୟ ଆକାଉଂଟରୁ ଟଙ୍କା ଗାୟବ । ଏପରିକି ମୋଇବାଲ ନମ୍ବରକୁ ଆସିଲାନାହିଁ କୈାଣସି ମେସେଜ୍ । ଫଳରେ ଗ୍ରାହକଙ୍କ ଆକାଉଂଟରୁ ଅଜାଣତରେ ଚାଲିଗଲା ୪୦ହଜାର ଟଙ୍କା । ଏଭଳି ଅଭିଯୋଗ ଆଣିଛନ୍ତି ଯାଜପୁର ଜିଲ୍ଲା ଜାରକା ଏସବିଆଇ ଶାଖାର ଗ୍ରାହକ ଧିରେନ୍ଦ୍ର ମହାନ୍ତି । ଗତ ନଭେମ୍ବର ୭ତାରିଖରେ ସେ ଏଟିଏମ ସାହାଯ୍ୟରେ ୨ହଜାର ଟଙ୍କା ଉଠାଇଥିଲେ । ପରେ ତାଙ୍କ ଆକାଉଂଟରେ ୧ଲକ୍ଷ ୨୯ହଜାର ଟଙ୍କା ବାଲାନ୍ସ ରହିଥିବା ମୋବାଇଲକୁ ମେସେଜ୍ ଆସିଥିଲା । ତେବେ ଡିସେମ୍ବର ୯ତାରିଖ ଦିନ ଧିରେନ୍ଦ୍ର ଟଙ୍କା ଉଠାଇବାକୁ ଯାଇଥିବା ବେଳେ ଏଟିଏମ କାର୍ଡ କାମ କରିନଥିଲା । ପରେ ସେ ଶାଖା ସହ ଯୋଗାଯୋଗ କରିବାରୁ ତାଙ୍କ ଏଟିଏମ ବ୍ଲକ ହୋଇଯାଇଥିବା ଜାଣିବାକୁ ପାଇଥିଲେ । ପରଦିନ ସେ ଜମା ଖାତା ଆଣି ଆକାଉଂଟ୍ ଯାଂଚ କରିବା ପରେ ତାଙ୍କ ଆକାଉଂଟରୁ ୪୦ହଜାର ଟଙ୍କା ଚାଲିଯାଇଥିବା ଜାଣିବାକୁ ପାଇଥିଲେ ।

ତେବେ ଏହି ଟଙ୍କା ଝାଡଖଣ୍ଡ ରାଂଚି କଂଟାଟୋଲି ଛକ ସ୍ଥିତ ଏଟିଏମ କାଉଁଟରରୁ ସେହି ଦିନ ରାତି ୧୧.୧୯ମି. ସମୟରେ କ୍ରମାନ୍ୱୟରେ ୧୦ହଜାର ଟଙ୍କା କରି ୪ଥର ଉଠାଯାଇଥିବା ଷ୍ଟେଟମେଂଟ୍ରୁ ଜଣାପଡିଛି । ଏସଂପର୍କରେ ଧିରେନ୍ଦ୍ର ଶାଖା ପରିଚାଳକ ଓ ଧର୍ମଶାଳା ଥାନରେ ଲିଖିତ ଅଭିଯୋଗ କରିଛନ୍ତି । ତେବେ ଏସଂପର୍କରେ ଶାଖା ପରିଚାଳକ କ୍ୟାମେରା ସାମ୍ନାରେ କିଛି କହିବାକୁ ମନା କରିଥିବା ବେଳେ ଏସବିଆଇ ଭୁବନେଶ୍ୱର ମୁଖ୍ୟ କାର୍ଯ୍ୟାଳୟକୁ ଅଭିଯୋଗ ପଠାଇ ଦେଇଥିବା କହିଛନ୍ତି ।
ଯାଜପୁର ରୁ ଆନନ୍ଦ ଚନ୍ଦ୍ର ସାହୁ।

Facebook Notice for EU! You need to login to view and post FB Comments!

Related Post

କମିଶନରେଟ ପୁଲିସ୍‌କୁ ମିଲିଲା ବଡ ସଫଳତା । ଭୁବନେଶ୍ୱରରୁ ଲୁଟ ହେଉଥିବା କାର ଲୁଟେରା ଗ୍ୟାଙ୍ଗର ପର୍ଦାଫାସ।

Posted by - July 2, 2019 0
ଭୁବନେଶ୍ୱର:୪ କାର୍‌ ଲୁଟେରାଙ୍କୁ ଧରିଛି କମିଶନରେଟ୍‌ ପୋଲିସର ସ୍ପେଶାଲ ସ୍କ୍ବାର୍ଡ଼ । ହେଲେ ପୋଲିସ ପଞ୍ଝାକୁ ଆସିନି ଗ୍ୟାଙ୍ଗ୍‌ର ମାଷ୍ଟର ମାଇଣ୍ଡ୍‌। ଗଲା ଜୁନ୍‌ ୭, ବିଳମ୍ବିତ…

ବାପାକୁ ହତ୍ୟାପରେ କୂଅରେ ପକାଇଲା ପୁଅ

Posted by - June 9, 2021 0
ବେଲ ଗୁଣ୍ଠା:(ସୁଶାନ୍ତ କୁମାର ବେହେରା)ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ଥାନା ଜିରାବାଡ଼ି ଗ୍ରାମରେ ଦେଖିବାକୁ ମିଳିଛି ଅଭାବନୀୟ ଘଟଣା।ଘର ଭିତରେ ଥିବା କୂଅରୁ ବାପାର ହାତ ବନ୍ଧା ଯାଇଥିବା…

ରସୁଲପୁର ବିଡିଓ ଓ ତହସିଲଦାରଙ୍କୁ ଆକ୍ରମଣ ଘଟଣା, ଆଉ ୫ଜଣ ସଂପୃକ୍ତଙ୍କୁ ଗିରଫ କଲା ପୋଲିସ

Posted by - April 19, 2020 0
ଯାଜପୁର : ଗତକାଲି କୁଆଖିଆ ଥାନା ଗୋପୀନାଥପୁର ଗାଁରେ ରସୁଲପୁର ବିଡିଓ ଓ ତହସିଲଦାରଙ୍କୁ ସଂଗବଦ୍ଧ ଆକ୍ରମଣ ଘଟଣାରେ ସଂପୃକ୍ତ ଆଉ ୫ଜଣଙ୍କୁ ଗିରଫ କଲା କୁଆଖିଆ…

କେସିଙ୍ଗା ପୋଲିସ ଦ୍ବାରା ୨୪ ପେକେଟ ଗଞ୍ଜେଇ ଜବତ ,ଦୁଇ ଅଟକ

Posted by - May 25, 2022 0
କେସିଙ୍ଗା :(ପୀତେଶ ପଟେଲ)ବିଶାଖାପାଟଣା ରୁ ବିଳାସପୁର କୁ ଏକ ବୋଲେରୋ ରେ ୬୨ କେଜି ୭୫୮ ଗ୍ରାମ ଚୋରା ଗଞ୍ଜେଇ ଚାଲାଣ ହେଉଥିବାବେଳେ କେସିଙ୍ଗା ପୋଲିସ ଥାନା…

There are 6 comments

Leave a comment

Your email address will not be published.