ଧର୍ମଗଡ଼:୮/୫(ହେମନ୍ତ କୁମାର ମାଝୀ)ଓଡ଼ିଶା ପ୍ରଦେଶ ବିଜେପି ଓବିସି ମୋର୍ଚ୍ଚା ସଭାପତି ଶ୍ରୀଯୁକ୍ତ ସୁରଥ ବିଶ୍ଵାଳ ଙ୍କ ନେତୃତ୍ୱରେ ଧର୍ମଗଡ ମା ଭଣ୍ଡାରଘରଣୀ ମନ୍ଦିର ପ୍ରାଙ୍ଗଣ ରେ ଓବିସି ମୋର୍ଚ୍ଚା ର ଘର କୁ ଘର ଅଭିଯାନ ରଥ ଓ ରାଜ୍ୟ ନେତୃ ମଣ୍ଡଳୀ ଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଥିଲା
ଏପରିପେକ୍ଷି ରେ ଓବିସି ମୋର୍ଚ୍ଚା ର ରାଜ୍ୟ ଦୁଇ ଉପସଭାପତି ରମେଶ ଚନ୍ଦ୍ର ବେହେରା ଓ ସୁଶାନ୍ତ ବିଶ୍ଵାଳ ଓଡ଼ିଶା ବାରିକ ସମାଜ ସଭାପତି ସୁବାସ ବାରିକ ଉତ୍କଳ ଓଡ଼ିଶା ଯାଦବ ମହାସଭା ରାଜ୍ୟ ସଂପାଦକ ମନୋଜ ସୁକଲା ପୂର୍ବତନ ନଗର ସଭାପତି ହେମନ୍ତ କୁମାର ମାଝୀ ଧର୍ମଗଡ ନଗର ସାଧାରଣ ସମ୍ପାଦକ ଘନଶ୍ୟାମ ଭାଟି ମଂଚାସିନ୍ ହୋଇଥିଲେ
କାର୍ଯ୍ୟକ୍ରମ କୁ ପୁର୍ବତନ୍ ରାଜ୍ୟ ଓବିସି ମୋର୍ଚ୍ଚା ସମ୍ପାଦକ ଜନ୍ମେଜୟ ନାଏକ ପରିଚାଳନା କରିଥିଲେ ରାଜ୍ୟସଭାପତି ଓଡିଶା ସରକାର ଓବିସି ବର୍ଗ ଙ୍କୁ ପ୍ରତାରଣା କରୁଛି କେବଳ ନାମକୁ ମାତ୍ର ଓବିସି କମିଶନ ନିଯୁକ୍ତି କରି ତାଙ୍କୁ କୌଣସି ସାମ୍ବିଧାନିକ କ୍ଷମତା ଦିଆଯାଇନାହିଁ ଓ ରାଜ୍ୟ ର ଓବିସି ଵର୍ଗ ଙ୍କୁ ସର୍ଭେ ନାମରେ ଭ୍ରମିତ କରୁଥିବା କହିଥିଲେ
ସରକାର ଘରକୁ ଘର ବୁଲି ଓବିସି ବର୍ଗ ଙ୍କ ସର୍ବେ କରିବା ସହ ଇଂରାଜୀ ଫର୍ମ ବଦଳରେ ଓଡ଼ିଆ ଫର୍ମ ରେ ସର୍ବେ କରିବା ତଥା ଦାଦନ ଖଟିଯାଇଥିବା ଲୋକଙ୍କୁ ତାଲିକା ଭୁକ୍ତ କରିବା ସହ ନିଯୁକ୍ତି ଓ ଶିକ୍ଷା କ୍ଷେତ୍ରରେ କେନ୍ଦ୍ରୀୟ ହାରରେ 27% ସଂରକ୍ଷଣ କୁ ବଲବତ୍ତର କରିବା ସହ ଓବିସି ଙ୍କୁ ଅଧିକ ସୁବିଧା ଦେବା ପାଇଁ ଦାବି କରିବା ସହ ଏହା କୌଣସି ଦଳର ନୁହେ ହେବା କୁ କହିଥିଲେ ।