ସନ୍ଦେହ ଘେରରେ ତୃତୀୟଲିଙ୍ଗୀ ଯୁବକଙ୍କ ଆତ୍ମହତ୍ୟା

55 0

ବେଲଗୁଣ୍ଠା:୦୬/୦୫(ସୁଶାନ୍ତ କୁମାର ବେହେରା )ବେଲଗୁଣ୍ଠା କୋଳିସାହି ବାସୀନ୍ଦା କାଳିଆ ପତ୍ର (24) ଆଜି ସକାଳେ ବେଲଗୁଣ୍ଠା ଚିକେନ୍ ବଜାରରେ ବେକରେ ଦଉଡ଼ି ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି ।  ଘଟଣାଟି ଭୋର୍ ଚାରିଟା ସମୟରୁ ହୋଇଥିବା ଅନୁମାନ କରାଯାଉଛି ।  କାଳିଆର ଝୁଲନ୍ତା ଶବକୁ କିଛି ଲୋକ ଦେଖି ତାର ପାରିବାର ଲୋକଙ୍କୁ ଖବର ଦେଇଥିଲେ ।

ଘଟଣା ସଂପର୍କରେ ବେଲଗୁଣ୍ଠା ଥାନା ଅଧିକାରୀ ପ୍ରକାଶ କୁମାର ସାହୁଙ୍କ ନିର୍ଦ୍ଦେଶ କ୍ରମେ ପୋଲିସ୍ ଆସି କାଳିଆର ଶବକୁ ଜବତ କରି 08/23 ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ବେଲଗୁଣ୍ଠା ଥାନା ଏସ୍ଆଇ ନାରାୟଣ ନାୟକ ଘଟଣାର ତଦନ୍ତ କରୁଛନ୍ତି ।  କାଳିଆର ଶବକୁ ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟରେ ବ୍ୟବଚ୍ଛେଦ କରାଯିବା ପରେ ତାର ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି ।

କାଳିଆର ମାଆ ସୁଷମା ପାତ୍ର ଏନେଇ ବେଲଗୁଣ୍ଠା ଥାନାରେ ଏତାଲା ଦାୟର କରିଛନ୍ତି ।  ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ରହିଛି ।  ମିଳିଥିବା ତଥ୍ୟ ଅନୁସାରେ ଗତକାଲି କାଳିଆ ଏବଂ ତାର ବଡ଼ ଭାଇଙ୍କ ମଧ୍ୟରେ କୌଣସି ବିଷୟକୁ ନେଇ ଝଗଡ଼ା ହୋଇଥୁଲା ।  ଏହାକୁ ନେଇ କାଳିଆ ଆତ୍ମହତ୍ୟା କରିଥାଇପାରେ ବୋଲି ଅନୁମାନ କରାଯାଉଛି ।  ଏନେଇ ବେଲଗୁଣ୍ଠା ପୋଲିସ୍ ଘଟଣାର ତଦନ୍ତ ଜାରି ରଖିଛି ।

Related Post

ସମ୍ବଲପୁର ରେ ହାଇକୋର୍ଟ ଆନ୍ଦୋଳନ, ପୋଲିସ ଓକିଲ ଧସ୍ତାଧସ୍ତି

Posted by - December 1, 2022 0
ସମ୍ବଲପୁର: ୩୦/୧୧ (ରମାକାନ୍ତ ବିଶ୍ବାଳ)ସମ୍ବଲପୁର ରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବିରେ ଆଜି ଆନ୍ଦୋଳନ ସ୍ଥଳରେ ତିବ୍ର ଉତ୍ତେଜନା ପରିସ୍ଥିତି ସୄଷ୍ଠି ହୋଇଛି । ଜିଲ୍ଲା ଓକିଲ…

ମହାକାଶକୁ ଯିବେ ବଲାଙ୍ଗୀର ପୁଅ ଓ୍ୱିଙ୍ଗ୍ କମାଣ୍ଡର ନିଖିଳ ରଥ

Posted by - September 8, 2019 77
ବଲାଙ୍ଗିର: ଦେଶର ବହୁ ପ୍ରତୀକ୍ଷିତ ଗଗନଯାନ ପ୍ରକଳ୍ପରେ ସାମିଲ ହୋଇପାରନ୍ତି ଓଡ଼ିଆ ବାୟୁସେନା ଅଧିକାରୀ ଓ୍ୱିଙ୍ଗ୍ କମାଣ୍ଡର ନିଖିଲ ରଥ। ବଲାଙ୍ଗିରର ବିଶିଷ୍ଟ ଆଇନଜୀବୀ ଅଶୋକ ରଥଙ୍କ…

ଐତିହାସିକ ବାଲିଯାତ୍ରା ପଡ଼ିଆରେ ରାଜ୍ୟସ୍ତରୀୟ ପଞ୍ଚାୟତିରାଜ ଦିବସ ପାଳନ

Posted by - March 5, 2020 1,714
କଟକ: ଆଜି କଟକର ଐତିହାସିକ ବାଲିଯାତ୍ରା ପଡ଼ିଆରେ ଆୟୋଜିତ ରାଜ୍ୟସ୍ତରୀୟ ପଞ୍ଚାୟତିରାଜ ଦିବସ ପାଳନ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦବୋଧନ ଦେଇ କହିଛନ୍ତି, ‘ସାଢ଼େ ୪…

ଯାଜପୁରରେ ୭୪ ତମ ଜିଲାସ୍ତରୀୟ ସ୍ୱାଧିନତା ଦିବସ ପାଳିତ

Posted by - August 15, 2020 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ )ଯାଜପୁରରେ କୋରୋନା କଟକଣା ମଧ୍ୟରେ ୭୪ ତମ ଜିଲାସ୍ତରୀୟ ସ୍ୱାଧିନତା ଦିବସ ପାଳିତ ହୋଇଯାଇଛି । ଜିଲା ହାଇସ୍କୁଲ ପଡିଆରେ ଅନୁଷ୍ଠିତ ଏହି…