ବାଇକ୍ ରେ ଯାଉଥିବା ଏକ ଦମ୍ପତିଙ୍କ ଉପରେ ଅଲଟି ପଡିଲା କ୍ରୋମାଇଟ୍ ବୋଝେଇ ଟ୍ରକ୍

373 0

ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ)ଯାଜପୁର କଳିଙ୍ଗନଗର ଥାନା ପଙ୍କପାଳ ବଙ୍ଗଳା ଛକ ନିକଟରେ ସଡ଼କ ଦୁର୍ଘଟଣା। ବାଇକ୍ ରେ ଯାଉଥିବା ଏକ ଦମ୍ପତିଙ୍କ ଉପରେ ଅଲଟି ପଡିଲା କ୍ରୋମାଇଟ୍ ବୋଝେଇ ଟ୍ରକ୍। ଫଳରେ ଦମ୍ପତି ଉକ୍ତ କ୍ରମାଇଟ ଭିତରେ ସମ୍ପୂର୍ଣ୍ଣ ପୋତି ହୋଇ ଯାଇଥିଲେ। ପରେ ନିକଟରେ ଥିବା ସ୍ଥାନୀୟ ଲୋକେ ଏବଂ ପୋଲିସ ପହଞ୍ଚି କ୍ରମାଇଟ ଭିତରୁ ଦମ୍ପତିଙ୍କୁ ଉଦ୍ଧାର କରି ସ୍ଥାନୀୟ ଟାଟା ମେଡିକା ହସ୍ପିଟାଲରେ ଭର୍ତ୍ତି କରିଥିଲେ।

ତେବେ ସ୍ୱାମୀ, ସ୍ତ୍ରୀ ଉଭୟଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡିଛି। ଉକ୍ତ ବ୍ୟକ୍ତିଙ୍କର ଗୋଡ ୨ଟି ସମ୍ପୂର୍ଣ୍ଣ ଭାବେ ନଷ୍ଟ ହୋଇଯାଇଛି। ଏହି ଦମ୍ପତି ତାଳଜଙ୍ଗା ଗ୍ରାମର ବୋଲି ଜଣାପଡିଛି। ତେବେ ଟ୍ରକ ଚାଳକ ଦୁର୍ଘଟଣା ଘଟାଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ବେଳେ ପୋଲିସ ଘଟଣାର ଅନୁସନ୍ଧାନ ଜାରି ରଖିଛି।

Facebook Notice for EU! You need to login to view and post FB Comments!

Related Post

୨୯ ଜଣ ଗ୍ରାମ ରୋଜଗାର ସେବକଙ୍କୁ ନିଯୁକ୍ତି ପତ୍ର ପ୍ରଦାନ

Posted by - June 22, 2021 0
ନବରଙ୍ଗପୁର:( ବେଣୁ ଗୋପାଳ ରାଓ )ନବରଙ୍ଗପୁର ଜିଲ୍ଲାରେ ବହୁଦିନରୁ ଖାଲି ପଡି ରହିଥିବା ଗ୍ରାମ ରୋଜଗାର ସେବକ ପଦବୀ ଜିଲ୍ଲାପାଳ ଡକ୍ଟର ଅଜିତ କୁମାର ମିଶ୍ର ଙ୍କ…

ନାବାଳିକା ମୃତ୍ୟୁକୁ ଧର୍ଷଣ ଓ ହତ୍ୟା ଅଭିଯୋଗ କରି ନ୍ୟାୟ ନପାଇ ପରିବାର ଲୋକ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ଦ୍ବାରସ୍ଥ

Posted by - July 15, 2021 0
ସୋନପୁର:(ଅଜିତ କୁମାର ପୁଝାରୀ )ନାବାଳିକା ମୃତ୍ୟୁକୁ ଧର୍ଷଣ ଓ ହତ୍ୟା ଅଭିଯୋଗ କରି ଦୁଇମାସ ହେଲା ନ୍ୟାୟ ନ ପାଇ ପରିବାର ଲୋକ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ…

ସଟ୍‌ଡାଉନ୍‌ ସମୟରେ ଏହିସବୁ ସେବାକୁ ମିଳିଲା ଅନୁମତି

Posted by - June 5, 2020 402
ଭୁବନେଶ୍ବର: ରାଜ୍ୟରେ ଆଜି ପୁଣି ୧୩୦ଜଣ କରୋନା ପଜିଟିଭ୍ ଚିହ୍ନଟ ହେବା ଫଳରେ ଏବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୬୦୮କୁ ବୃଦ୍ଧି ପାଇଛି।କରୋନା ସଂକ୍ରମଣ ରୋକିବା…

ପେଟ୍ରୋଲ ଡିଜେଲ ଦର ହ୍ରାସ, ଆର୍ଥିକ ସଙ୍କଟରେ ପେଟ୍ରୋଲିଅମ ଡିଲର

Posted by - May 24, 2022 0
ସମ୍ବଲପୁର :(ରମାକାନ୍ତ ବିଶ୍ବାଳ)ଏକକାଳୀନ ପେଟ୍ରୋଲ ଡିଜେଲ ଦର ହ୍ରାସ ର ଆର୍ଥିକ କ୍ଷତିପୂରଣ ଦାବି ପାଇଁ ସମ୍ବଲପୁର ପେଟ୍ରୋଲିୟମ ଡିଲରସ ଏସୋସିଏସନ ର ସାମ୍ବାଦିକ ସମ୍ମିଳନୀ।କେନ୍ଦ୍ର ସରକାରଙ୍କ…

ସାମ୍ବାଦିକ ଆକ୍ରମଣ ଘଟଣାରେ ୭ ଦିନ କଳା ଦିବସ ପାଳିବ ଯାଜପୁର ପ୍ରେସ କ୍ଲବ

Posted by - February 21, 2022 0
ଯାଜପୁର: ଆଜି ତୃତୀୟ ପର୍ଯ୍ୟାୟ ନିର୍ବାଚନ ବେଳେ ଯାଜପୁର  ପ୍ରେସ କ୍ଲବର ଦୁଇ ଜଣ ସାମ୍ବାଦିକ ବିଜୟ ସାହୁ ଓ ଦେବାଶିଷ ସାହୁଙ୍କୁ ମାଡ ଘଟଣା‌କୁ ଗୁରୁତର…

Leave a comment

Your email address will not be published.