Breaking News
7:25 amପରବର୍ତ୍ତୀ ରାଜ୍ୟପାଳ ନିଯୁକ୍ତି ଯାଏ ପ୍ରଫେସର ଗଣେଶୀ ଲାଲଙ୍କୁ ଦାୟିତ୍ବ 7:25 amବୁଧବାର ରାଜ୍ୟରେ +୨ ବାଣିଜ୍ୟ ଓ ବିଜ୍ଞାନ ପରୀକ୍ଷା ଫଳ ପ୍ରକାଶ ପାଇଛି,ପ୍ରାୟ ସମସ୍ତ କଲେଜରେ ଭଲ ଫଳ ହୋଇଛି 7:24 amବିଦ୍ୟୁତ ବିଭାଗ ଡିଜିଏମ୍‌ ଦାମୋଦର ଦାଶଙ୍କ ୮.୩୩ ଲକ୍ଷର ସମ୍ପତ୍ତି ବାଜ୍ୟାପ୍ତ। ଭିଜିଲାନ୍ସ ଆବେଦନ ଆଧାରରେ ବାଜ୍ୟାପ୍ତ କଲେ ସ୍ୱତନ୍ତ୍ର କୋର୍ଟ 7:23 amକଟକ ବକ୍ସଡ୍ରେନ୍ ଟ୍ରାଜେଡି ଘଟଣା: ୨ ସହକାରୀ ଯନ୍ତ୍ରୀ ନିଲମ୍ବିତ। ସହକାରୀ ଯନ୍ତ୍ରୀ ସଂଜୀବ ପ୍ରଧାନ ଓ ଦିଲୀପ ସାହୁ ନିଲମ୍ବିତ। କର୍ତ୍ତବ୍ୟରେ ଅବହେଳା ନେଇ ନିଲମ୍ବନ କଲା ନଗର ଉନ୍ନୟନ ବିଭାଗ,ଗମାଡିଆ ପାଖରେ ପାଇପ୍ ସନ୍ଧିରେ ଖସିପଡ଼ି ନାବାଳିକାର ମୃତ୍ୟୁ ହୋଇଥିଲା 7:22 amକେନ୍ଦ୍ରାପଡ଼ା : ଜାଲ୍‌ ଦସ୍ତଖତରେ ସାଢ଼େ ୯ ଲକ୍ଷ ଟଙ୍କା ହଡ଼ପ, ପରିବାର ସହ ଅଭିଯୁକ୍ତ ମହିଳା ଫେରାର୍‌,ମିସନ ଶକ୍ତି ଏମ୍‌ବିକେ ବା ଦକ୍ଷ ନଥିପତ୍ର ପରିଚାଳିକା ଲୋପାମୁଦ୍ରା ବେହେରା(୩୬)ଙ୍କ ନାମରେ ଏତଲା

ଆନ୍ତର୍ଜାତୀୟ ଶ୍ରମିକ ଦିବସ-୨୦୨୩ ପାଳିତ

80 0

ମୁନିଗୁଡା :୦୧/୦୫(ରମାକାନ୍ତ ପଡାଲ) ଜିଲ୍ଲାସ୍ତରୀୟ ଆନ୍ତର୍ଜାତିକ ଶ୍ରମିକ ଦିବସ ସ୍ଥାନୀୟ-ଅଶୋକ କଲ୍ୟାଣ ମଣ୍ଡପ, ରାୟଗଡ ଠାରେ ପାଳିତ ହୋଇଯାଇଛି l ଜିଲ୍ଲାପାଳ ଶ୍ରୀମତୀ ସ୍ୱଧା ଦେବ ସିଂ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ମାନ୍ୟବର ବିଧାୟକ ତଥା ଅନୁସୂଚିତ ଜାତି ଓ ଜନଜାତି ବିକାଶ,ପଛୁଆ ଓ ସଂଖ୍ୟା ଲଘୁ ସଂପ୍ରଦାୟ ବିକାଶ ଓ ଆଇନ ମନ୍ତ୍ରୀ ଶ୍ରୀ ଜଗନ୍ନାଥ ସାରକା, ସମ୍ମlନିତ ଅତିଥି ଭାବରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୁଶ୍ରୀ ସରସ୍ୱତୀ ମାଝୀ, ସଚିବ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଶ୍ରୀମତୀ ନିବେଦିତା ପଣ୍ଡା, ଅଧ୍ୟକ୍ଷ ପୌରପରିଷଦ ରାୟଗଡ ଶ୍ରୀ ପି ମହେଶ ପଟନାୟକ ଆଦି ଯୋଗଦାନ କରି ନିର୍ମାଣ ଶ୍ରମିକ ମାନଙ୍କୁ ଉତ୍ସାହିତ କରିଥିଲେ l।

ଜିଲ୍ଲା ଶ୍ରମ ଅଧିକାରୀ ଶ୍ରୀମତି ଜସ୍ମୀନି ଶୁଭଦର୍ଶିନୀ ସାହୁ ପ୍ରାରମ୍ଭିକ ଭାଷଣ ପ୍ରଦାନ କରି ଶ୍ରମିକ ଦିବସର ତାତ୍ପର୍ଯ୍ୟତା ଓ ଜିଲ୍ଲାରେ ପଞ୍ଜୀକୃତ ସଙ୍ଗଠିତ ଓ ଅଣସଙ୍ଗଠିତ ଶ୍ରମିକ ମାନଂକ ତାଲିକା ଉପସ୍ଥାପନ କରିବା ସହ ସେମାନଙ୍କ କଲ୍ୟାଣ ନିମନ୍ତେ ସରକାରଙ୍କ ତରଫରୁ ପ୍ରଦାନ କରାଯାଉଥିବା ସହାୟତା ସମ୍ବନ୍ଧରେ ଉପସ୍ଥାପନ କରିଥିଲେ l
ରାୟଗଡ ଜିଲ୍ଲା ଶ୍ରମ କାର୍ଯ୍ୟାଳୟରେ ଆଜି ପର୍ଯ୍ୟନ୍ତ ମୋଟ ୯୮୨୪୫ ଜଣ ନିର୍ମାଣ ଶ୍ରମିକ ପଞ୍ଜିକୃତ ହୋଇଛନ୍ତି ।ରାୟଗଡ ଜିଲ୍ଲାରେ ୨୦୨୨-୨୦୨୩ ଆର୍ଥିକ ବର୍ଷରେ ମୋଟ ୭ କୋଟି ଟଙ୍କା ଲେବର ସେସ୍ ଆଦାୟ କରାଯାଇଅଛି ।।

୨୦୨୨-୨୦୨୩ ଆର୍ଥିକ ବର୍ଷରେ ଶ୍ରମିକ ମାନଙ୍କୁ ପ୍ରଦାନ କରାଯାଇଥିବା ବିଭିନ୍ନ ସହାୟତା ରାଶି ଯଥା ଶିକ୍ଷା ସହାୟତା ୨୬୯ ଜଣ ହିତାଧିକାରୀଙ୍କୁ ୧୨,୭୮,୨୦୦ଟଙ୍କା/-,ସେହିପରି ୨୧୫ ଜଣଙ୍କୁ ବିବାହ ସହାୟତା ୧,୦୫,୭୫,୦୦୦/- ଟଙ୍କା, ପ୍ରସୂତୀକାଳିନ ସହାୟତା ୩୬ ଜଣକୁ ୩,୬୦,୦୦୦/-ଟଙ୍କା, ଦୁର୍ଘଟଣା ଜନିତ ମୃତ୍ୟୁ ସହାୟତା ପାଇଁ ୧ ଜଣକୁ ୪,୦୦,୦୦୦/- ଟଙ୍କା, ମୃତ୍ୟୁ କାଳୀନ ସହାୟତା ପାଇଁ ୭୧୧ ଜଣକୁ ୧୩,୯୦,୦୦,୦୦୦/- ଟଙ୍କା, ଅନ୍ତ୍ୟେଷ୍ଟିକ୍ରିୟା ସହାୟତା ପାଇଁ ୬୯୪ ଜଣକୁ ୩୪,୭୦,୦୦୦/- ଟଙ୍କା ସର୍ଵମୋଟ ୧୯୨୬ ଜଣ ହିତାଧିକାରୀଙ୍କୁ ୧୫,୫୦,୮୩,୨୦୦/- ଟଙ୍କା ପ୍ରଦାନ କରାଯାଇଛି l

ସେହିପରି ଓଡିଶା ଅଣ ସଙ୍ଗଠିତ ଶ୍ରମିକ ସାମାଜିକ ସୁରକ୍ଷା ବୋର୍ଡ, ଭୁବନେଶ୍ୱର, ରାୟଗଡା ଜିଲ୍ଲାରେ ପଞ୍ଜିକୃତ ହୋଇଥିବା ଅଣ ସଙ୍ଗଠିତ ଶ୍ରମିକ ବର୍ଗର ପଞ୍ଜିକୃତ ହୋଇଥିବା ଅଣ ସଙ୍ଗଠିତ ଶ୍ରମିକ ଯଥା ବୁଲା ବିକାଳି, କ୍ଷୁଦ୍ରବେପାରୀ, ଘରୋଇ ଶ୍ରମିକ, ରିକ୍ସା ଚାଳକ, ଅଟୋ ଚାଳକ, ମୋଚି, କୃଷି ଶ୍ରମିକ, ଜଙ୍ଗଲ ଶ୍ରମିକ, ଖବର କାଗଜ ବିକାଳି, ସଫେଇ ବାଲା ଇତ୍ୟାଦି ମୋଟ ୮୧୩୩ ଜଣ ଅଛନ୍ତି lରାୟଗଡା ଜିଲ୍ଲାରେ ଅଣ ସଙ୍ଗଠିତ ଶ୍ରମିକ ସାମାଜିକ ସୁରକ୍ଷା ବୋର୍ଡରେ ୨୦୨୨-୨୩ ଆର୍ଥିକ ବର୍ଷରେ ମୋଟ ୩୬,୦୦,୦୦୦/- ଟଙ୍କା ୩୬ ଜଣ ଅଣ ସଙ୍ଗଠିତ ଶ୍ରମିକଙ୍କୁ ମୃତ୍ୟୁ କାଳୀନ ସହାୟତା ପ୍ରଦାନ କରାଯାଇଅଛି ।

ମଇ ଦିବସ ଅବସରରେ ତଥା ତା ୦୧.୦୫.୨୦୨୩ ରିଖରେ ୨୬୯ ଜଣ ଶ୍ରମିକଙ୍କୁ ଶିକ୍ଷା ସହାୟତା ବାବଦରେ ୧୨ ଲକ୍ଷ ୭୮ ହଜାର ୨୦୦ ଟଙ୍କାର ମୋଟ ରାଶି, ୨୧୫ ଜଣ ଶ୍ରମିକଙ୍କୁ ବିବାହ ସହାୟତା ବାବଦରେ ୧ କୋଟି ୫ ଲକ୍ଷ ୭୫ ହଜାର ଟଙ୍କାର ମୋଟ ରାଶି , ୩୬ ଜଣ ମହିଳା ଶ୍ରମିକଙ୍କୁ ପ୍ରସୁତୀ ସହାୟତା ବାବଦରେ ୩ ଲକ୍ଷ ୬୦ ହଜାର ଟଙ୍କାର ମୋଟ ରାଶି,୨୦୦ ଜଣ ଶ୍ରମିକଙ୍କ ମୃତ୍ୟୁକାଳୀନ ସହାୟତା ୪ କୋଟି ଟଙ୍କାର ସହାୟତା ରାଶି ଏବଂ ୨୦୦ ଜଣ ଶ୍ରମିକଙ୍କ ଅନ୍ତ୍ୟେଷ୍ଟିକ୍ରିୟା ସହାୟତା ସହାୟତା ୧୦ ଲକ୍ଷ ଟଙ୍କାର ସହାୟତା ରାଶି କରାଯାଇଥିବା ମଣ୍ଡଳ ଶ୍ରମ ଅଧିକାରୀ, ରାୟଗଡ଼ା ଜଣାଇଛନ୍ତି lଶେଷରେ ସହକାରୀ ଶ୍ରମ ଅଧିକାରୀ ସଞ୍ଜୟ କୁମାର ରଇତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l

Related Post

କଳାହାଣ୍ଡି ଉତ୍ତର ବନଖଣ୍ଡ‌ ଅଞ୍ଚଳରେ ହାତୀ ଆତଙ୍କ : ଫସଲ ନଷ୍ଟ ଅଭିଜୋଗ ଆଣିଲେ ଚାଷୀ

Posted by - October 28, 2022 0
ଭବାନୀପାଟଣା : (ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ) କଳାହାଣ୍ଡି ଜିଲ୍ଲା ଉତ୍ତର ବନଖଣ୍ଡ ଅନ୍ତର୍ଗତ ନର୍ଲା ଓ କେସିଙ୍ଗା ରେଞ୍ଜ୍ ଅଧିନସ୍ଥ ଗ୍ରାମ ଗୁଡିକରେ…

ସ୍କୁଲରେ ଅଲିମ୍ପିକ ଶିକ୍ଷା ପ୍ରଦାନ ବ୍ୟବସ୍ଥା, ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

Posted by - May 25, 2022 0
ଭୁବନେଶ୍ବର (ବ୍ୟୁରେ।) :ଆଗାମୀ ଦିନରେ ସ୍କୁଲ ସ୍ତରରୁ ଅଲିମ୍ପିକ କ୍ରିଡ଼ା ପାଇଁ ପ୍ରସ୍ତୁତ ହେବେ ଛାତ୍ରଛାତ୍ରୀ। ଏଥିପାଇଁ ସ୍କୁଲ ରେ ଅଲିମ୍ପିକ ଶିକ୍ଷାଦାନ ବ୍ୟବସ୍ଥା ଯୋଜନାର ଶୁଭାରମ୍ଭ…

୨୨ ତାରିଖରେ ଜନତା କର୍ଫ୍ୟୁ, ସକାଳ ୭ରୁ ରାତି ୯ ଘରେ ହିଁ ରୁହନ୍ତୁ:-ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

Posted by - March 19, 2020 38
ନୂଆଦିଲ୍ଲୀ, ୧୯।୩ : ପ୍ରାଣଘାତୀ କରୋନା ଭାଇରସ୍‌ କ୍ରମଶଃ ଉଗ୍ରରୂପ ଧାରଣ କରିବାରେ ଲାଗିଛି। ଗୁରୁବାର ଏହା ଆଉ ଏକ ମୁଣ୍ଡ ଗଡ଼ାଇ ଥିବାବେଳେ ମୃତ୍ୟୁସଂଖ୍ୟା ୪କୁ…

ଜୁନାଗଡ ପର୍ଯ୍ୟନ୍ତ ହେବ ଜୟପୁର ନବରଙ୍ଗପୁର ରେଲପଥର ସମ୍ପ୍ରସାରଣ :-କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ

Posted by - April 25, 2022 0
ଭୁବନେଶ୍ବର/କଳାହାଣ୍ଡି :(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)କେନ୍ଦ୍ର ରେଲ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ମାଲାକାନଗିରି ଗସ୍ତରେ ଆସିଥିବା ସମୟରେ ବିଭିନ୍ନ ପ୍ରକଳ୍ପ ଉଦଘାଟନ ସହ ରେଲପଥ…

ପ୍ରଶାସନ ଶୁଣିଲାନି ଅଞ୍ଚଳବାସିନ୍ଦା ନିଜ ରାସ୍ତା ନିର୍ମାଣ ପାଇଁ ଭିଡିଲେ ଅଣ୍ଟା

Posted by - August 28, 2022 0
ସମ୍ବଲପୁର :୨୮/୦୮(ରମାକାନ୍ତ ବିଶ୍ବାଳ)ସମ୍ବଲପୁର ମହାନଗର ନିଗମ 36 ନମ୍ବର ୱାର୍ଡ ଭତରା ସଂପକ ବିହାର ଠାରେ ପ୍ରଶାସନିକ ଉଦାସୀନତା ମନୋଭାବ ପ୍ରତିବାଦରେ ନିଜେ ରାସ୍ତା ନିର୍ମାଣ ପାଇଁ…