କେସିଙ୍ଗା : (ପ୍ରିତେଶ ପଟେଲ) କଳାହାଣ୍ଡି ଜିଲ୍ଲା କେସିଙ୍ଗା ଠାରେ ୨୦୧୪ ମସିହାରେ ଲୋକଙ୍କ ସୁବିଧା ପାଇଁ ରାଜ୍ୟ ସରକାର କେସିଙ୍ଗା ରେ ଦେବାନୀ ତଥା ଜେ ଏମ୍ ଏ ଫ ସି ଙ୍କ ଅଦାଲତ ର ସ୍ଥାପନ କରି ଥିଲେ। ଏନ୍ ଏ ଚ ୨୬ କଡ଼ରେ କେସିଙ୍ଗା ଏନ୍ ଏ ସି ସାଇଡ ରେ ଥିବା ଏକ ପୁରାତନ ବିଲ ଡି ଙ୍ଗ ରେ ଅଦାଲତର କାମ କାଯ ଆରମ୍ଭ ହେଲା। ବିଲଡିଙ୍ଗ ଆବଶ୍ୟକତା ଠାରୁ ବହୁତ ଛୋଟ ଥିବାରୁ ଅନେକ ସମସ୍ୟା ଦେଖା ଯାଉ ଥିଲା। ସବୁ ସମସ୍ୟା ର ଅନ୍ତ ଘଟି ପ୍ରାୟ ୭ କୋଟି ରୁ ଅଧିକ ଟଙ୍କା ରେ ନିର୍ମିତ ନୂତନ କୋର୍ଟ କୋଠା ର ଉଦ୍ଘାଟନ ଓଡ଼ିଶା ହାଇକୋର୍ଟ ମୂଖ୍ୟ ବିଚାରପତି ମାନ୍ୟବର ଜଷ୍ଟିସ ଡ଼ ଏସ ମୂରଲୀଧର ଙ୍କ କରକମ ଳ ରେ ହୋଇଯାଇଛି। ମୂଖ୍ୟ ବିଚାରପତି ତାଙ୍କ ଉଦବୋଧନ ରେ ଧନୀ ହେଉ କି ଗରିବ ସମସ୍ତ ଙ୍କୁ ସମାନ ନ୍ୟାୟ ମିଳିବ ବୋଲି ପ୍ରକାଶ କରିଥିଲେ ଓ କୋର୍ଟ କୋଠା ର ଡିଜାଇନ୍ ଓ ସମସ୍ତ ସୁବିଧା ଦେଖି ଖୁସି ପ୍ରକାଶ କରିଥିଲେ। ଏ ହିଁ କୋର୍ଟ କୋଠା ରେ ସବୁ ସୁବିଧା ଓ ସମସ୍ତ ଙ୍କ ପାଇଁ ସୁବିଧା କରାଯାଇଛି ଯଥା ୨୪ ଘଣ୍ଟା ସି ସି ଟିଭି ,ପାର୍କିଂ ବ୍ୟବସ୍ଥା, ହେଲ୍ପ ଡେସ୍କ, ସାକ୍ଷୀ ମାନଙ୍କ ପାଇଁ କୋଠରୀ,ଭି ସି ରୁମ୍, ଇ ସେବା କେନ୍ଦ୍ର, କୋର୍ଟ କୁ ଆସୁଥିବା ଜନସାଧାରଣ ଙ୍କ ପାଇ ପାଣି ଓ କେଣ୍ଟିନ ବ୍ୟବସ୍ତା ପ୍ରଭୃତି ଅଛି।
୧ ତାରିଖରୁ ସବୁ ସୁଣାନି ନୂତନ କୋର୍ଟ ରେ ହେବ ବୋଲି ସୂଚନା ଦିଆଯାଇଛି। ଏ ହିଁ ଉଦ୍ଘାଟନୀ ଉତ୍ସବ ରେ ଅନ୍ୟ ତମ ଅତିଥି ଭାବରେ ଯୋଗଦେଇ ଥିଲେ ହାଇ କୋର୍ଟ ବିଚାରପତି ତଥା ଅଧ୍ୟକ୍ଷ ବିଲ ଡି ଙ୍ଗ କମିଟି ମାନ୍ୟବର ଜଷ୍ଟିସ ଡ଼ ବିଦ୍ୟୁତ୍ ରଞ୍ଜନ ଷଡଙ୍ଗୀ ଗେଷ୍ଟ ଅଫ ଅନର ଭାବରେ ଯୋଗଦେଇ ଥିଲେ କଳାହାଣ୍ଡି ଜିଲ୍ଲା ଓ ସେସନ୍ କୋର୍ଟ ଜଜ୍ ଦୀପ୍ତିରଞ୍ଜନ କାନୁନଗୋ, ରେଜିଷ୍ଟର ଭିଜିଲାନ୍ସ ଓଡ଼ିଶା ହାଇକୋର୍ଟ ଅଖିଳ କୁମାର ପଶ୍ଚିମ କବାଟ,ଜିଲ୍ଲା ପାଲ କଳାହାଣ୍ଡି ପି ଅନ୍ୱେଷା ରେଡ୍ଡୀ,କଳାହାଣ୍ଡି ପୋଲିସ ଅଧିକ୍ଷକ ଅଭିଳାଷ ଜି,କେସିଙ୍ଗା ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ଶ୍ରୀ ଧନଞ୍ଜୟ ନାୟକ,ବିଡ଼ିଓ ପ୍ରଫୁଲ୍ଲ କୁମାର ଓଡୁ,ତହସିଲଦାର ଯୋଗେଶ୍ୱର ସାହୁ, ନର୍ଲା ବିଧାୟକ ଭୂପିନ୍ଦ୍ର ସିଂ , କେସିଙ୍ଗା ଓକିଲ ସଂଘ ସଭାପତି ପ୍ରକାଶ ଦାସ ସମ୍ପାଦକ ଆଲୋକ ରଂଜନ ଦାସ,ଆଇନଜୀବୀ ସନ୍ତୋଷ ଦାସ,ଯୁଗଳ କିଶୋର ଦୀପ ,ସୌମ୍ୟ ରଞ୍ଜନ ମିଶ୍ର,ସୁଶାନ୍ତ ମହାପାତ୍ର,ପୂର୍ବତନ ବିଧାୟକ ଦୁଷ୍ମନ୍ତ ନାୟକ, କେସିଙ୍ଗା ନଗର ପାଳ ନୂର୍ପ ରାଜ ଯାଦବ,ବିଜେଡି ଟାଉନ ସଭାପତି ରମେଶ ପଟ୍ଟନାୟକ,ଭକ୍ତ ଦାସ, ପ୍ରମୁଖ ଉପସ୍ଥିତ ଥିଲେ।କେସିଙ୍ଗା ଓକିଲ ସଂଘ ର ତିନି ଜଣ କର୍ମ କର୍ତ୍ତା ଙ୍କ ମୃତ୍ୟୁ ଘଟି ଥିବାରୁ ତାଙ୍କ ପରିବାବର୍ଗକୁ ମୂଖ୍ୟ ବିଚାରପତି ସାଲ ଓ ଉପଢୋକନ୍ ଦେଇ ସମ୍ମାନିତ କରିଥିଲେ।