ଦୁଇ ଗଞ୍ଜେଇ ମାଫିଆଙ୍କ ସମ୍ପତ୍ତିକୁ ବାଜ୍ୟାପ୍ତି କଲା ନବରଙ୍ଗପୁର ପୋଲିସ

88 0

ନବରଙ୍ଗପୁର:(ବେଣୁ ଗୋପାଳ ରାଓ)ନବରଙ୍ଗପୁର ଜିଲ୍ଲା ଆରକ୍ଷୀ ଅଧିକ୍ଷକ କାର୍ଯ୍ୟଳୟ ଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ଏ ସଂପର୍କରେ ସୂଚନା ପ୍ରଦାନ କରିଛନ୍ତି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଏସ ସୁଶ୍ରୀ। ସୂଚନା ଅନୁଯାୟୀ ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକର ଦୁଇ ଜଣ ଗଞ୍ଜେଇ ମାଫିଆଙ୍କ ସ୍ଥାବର ସମ୍ପତ୍ତିକୁ ଜବତ କରିଥିବା କହିଛନ୍ତି ଏସ ପି।ଉମରକୋଟ ବ୍ଲକ୍ ଦିନେଶ ବିଶ୍ବାସ ଚକଲାପଦର ଓ ଦିନେଶ ଭଦ୍ରା ବୁର୍ଜା ଗ୍ରାମର ଏହି ଦୁଇଜଣ ଗଞ୍ଜେଇ ଚାଲାଣ କାରବାରରେ ପ୍ରତ୍ୟକ୍ଷ ଓ ପରୋକ୍ଷରେ ପ୍ରଚ୍ଛଦ ପଟରେ ରହି ଗଞ୍ଜେଇ ବେପାରୀଙ୍କୁ ହାତ ବାରିଶି କରି ଗଞ୍ଜେଇ ବେପାର ଚଳାଇ ଆସୁଥିଲେ।

ଦୁଇ ଜଣଙ୍କ ବିରୋଧରେ ପୁର୍ବରୁ ଗଞ୍ଜେଇ ଚାଲାଣ ଅଭିଯୋଗ ସହ ଉମରକୋଟ ଥାନା କେସ ନମ୍ବର ସିଆର୍ ୨୧୨ ତା ୧୫.୯.୨୦୨୦ ରିଖ, ସି ଆର୍ ୮ ତା ୭.୧.୨୧ ରିଖ, ସି ଆର୍ ୮୨ ତା ୨୮.୨.୨୧ ରିଖ ପ୍ରକାରେ ଏନ ଡି ପି ଏସ ମାମଲା ରହିଅଛି। ଧାରା ୬୮ଏଫ୍ (୨) ଏନଡିପିଏସ ଆଇନ୍ ୧୯୮୫ ପ୍ରକାରେ ଦୁଇ ଗଞ୍ଜେଇ ମାଫିଆଙ୍କ ସଂପତ୍ତିର ଆନୁମାନିକ ପରିମାଣର ମୂଲ୍ୟ ୪୧ ଲକ୍ଷ ୪୧ ହଜାର ଟଙ୍କା ରହିଛି।

ଏହି ଦୁଇ ଗୋଟି କୋଠା କଲିକତା କଂପିଟେଣ୍ଟ ଅଥରିଟୀ ଏଣ୍ଡ ଆଡମିନିଷ୍ଟ୍ରେଟରଙ୍କ ନିକଟରେ ମାମଲା ବିଚାର ପରେ ତାଙ୍କ ଆଦେଶ ଅନୁଯାୟୀ ନବରଙ୍ଗପୁର ପୁଲିସ ଏହା ଜବତ କରିଥିବା କହିଛନ୍ତି ।ଦୁହିଁଙ୍କ ମଧ୍ୟରେ ଜଣେ ଦିନେଶ ବିଶ୍ବାସ ଜେଲ୍ ବିଚାରାଧୀନ ରହିଥିବା ବେଳେ ଅନ୍ୟ ଜଣେ ଦିନେଶ ଭଦ୍ରା ଫେରାର ରହିଛି।ଏମିତି ମାମଲାରେ ଜଡିତ ଅନ୍ୟ ବ୍ୟକ୍ତିଙ୍କ ପାଇଁ ମଧ୍ୟ ଅର୍ଥନୈତିକ ତଦନ୍ତ ଚାଲୁ ରହିଥିବା ଏସପି ଏସ ସୁଶ୍ରୀ କହିଛନ୍ତି।

 

Related Post

ଓଡ଼ିଶାରେ ସାଇବର ଲୁଟେରାଙ୍କ ଆତଙ୍କ,ଡାକ୍ତରଙ୍କଠାରୁ ଠକିନେଲେ ୭୭ ଲକ୍ଷ

Posted by - February 18, 2021 0
କଟକ: ସିଡିଏ ସେକ୍ଟର-୭ ଅଞ୍ଚଳର ଜଣେ ଡାକ୍ତର ସନାତନ ମହାନ୍ତିଙ୍କୁ ସାଇବର ଲୁଟେରା ୭୭ ଲକ୍ଷରୁ ଅଧିକ ଟଙ୍କା ଠକି ନେଇଛନ୍ତି। ଏ ସମ୍ପର୍କରେ ସନାତନ ସାଇବର…

ପାରିବାରିକ କଲହକୁ କେନ୍ଦ୍ର କରି ପୁତୁରା ଆକ୍ରମଣରେ ବଡ଼ବାପାଙ୍କ ପରିବାରବର୍ଗ ମେଡ଼ିକାଲରେ ଭର୍ତ୍ତି

Posted by - January 3, 2023 0
ଯାଜପୁର :(ଯାଜପୁର ଥାନା ଦଶରଥପୁର ବ୍ଳକ ଅକରପଡ଼ା ପଂଚାୟତ ଅନ୍ତର୍ଗତ ଇଟରା ଗାଁରେ ପାରିବାରିକ କଲହକୁ କେନ୍ଦ୍ର କରି ପୁତୁରା ଆକ୍ରମଣରେ ବଡ଼ବାପାଙ୍କ ପରିବାରବର୍ଗ ମେଡ଼ିକାଲରେ ଭର୍ତ୍ତି।…

ଚୋରା ମଦ ବିକ୍ରି କୁ ନେଇ ଗ୍ରାମରେ ଉତେଜନା ପରେ ପୋଲିସ ର କାର୍ଯ୍ୟାନୁଷ୍ଠାନ

Posted by - June 6, 2021 0
ବରୀ: (ସ୍ନେହାଂଶୁ ଶେଖର ମହାନ୍ତି)ରାମଚନ୍ଦ୍ରପୁର ଥାନା ଅନ୍ତର୍ଗତ ଇଷାଣପୁର ପଞ୍ଚାୟତ ର ଇଷାଣପୁର ଗ୍ରମରେ ଦୀର୍ଘ ଦିନ ହେଵ ଜୈନିକ ଦୁଇଭାଇ ଗତ କିଛିଦିନ ହେବ ଚୋରାମଦ…