Breaking News
9:02 amବାହାନଗା ଟ୍ରେନ ଦୁର୍ଘଟଣା: ମୃତକଙ୍କ ଚିହ୍ନଟ ପାଇଁ ଅନ୍ୟ ହସ୍ପିଟାଲ ନଯାଇ କେବଳ ଏମ୍ସ ଯିବାକୁ ସୂଚନା ଦେଲା ପୂର୍ବତଟ ରେଳପଥ 8:51 amସ୍ବାଭାବିକ ହୋଇପାରୁନି ଟ୍ରେନ୍‌ ସେବା, ଆଜି ୯ ଟ୍ରେନ୍‌ ବାତିଲ୍‌ ରହିବ ଦୁର୍ଘଟଣା ସ୍ଥଳରେ କମୁଛି ଟ୍ରେନ୍‌ ବେଗ 8:19 pmରେଳ ଦୁର୍ଘଟଣାରେ ମୃତ ଓ ଆହତଙ୍କୁ ଉଦ୍ଧାର କରି ଆସିବା ପରେ ବଦଳିଯାଇଛି ଉଦ୍ଧାରକାରୀଙ୍କ ସ୍ବଭାବ: ଏନଡିଆରଏଫର ମହାନିର୍ଦ୍ଦେଶକ 5:54 pmବ୍ରହ୍ମପୁର : ଏକ୍ସପ୍ରେସରେ ଧୂଆଁ ;ସିକନ୍ଦରାବାଦ୍‌‌-ଅଗରତାଲା ଏକ୍ସପ୍ରେସ ବି-୫ ବଗିରେ ଧୂଆଁ ଦେଖି ମଙ୍ଗଳବାର ଯାତ୍ରୀ ଭୟଭୀତ ହୋଇ ଯାଇଥିଲେ । ଦୀର୍ଘ ୪୫ ମିନିଟ୍‌‌ ପରେ ଗଡିଲା ଟ୍ରେନ୍‌‌ 5:51 pmବାହନଗା ଟ୍ରେନ୍‌ ଦୁର୍ଘଟଣାରେ ଆହତଙ୍କୁ ଏସ୍‌ସିବିରେ ଭେଟି ଆଶୁ ଆରୋଗ୍ୟ କାମନା କଲେ ସାଂସଦ ଅପରାଜିତା ଷଡ଼ଙ୍ଗୀ

ଉଦ୍ୟମାନ ଚାଷୀଙ୍କ ପ୍ରୟାସରେ କଳାହାଣ୍ଡି ରେ ଫଳିଲା ହିମାଚଳର ଗ୍ରୀନ ସେଓ

118 0

ଧର୍ମଗଡ଼:(ହେମନ୍ତ କୁମାର ମାଝୀ)ଅଖ୍ୟାତ ପଲ୍ଲୀ ରେ ବିଖ୍ୟାତ ଚାଷ l ୟୁଟ୍ୟୁବ ଆଣିଦେଲା ରୋଜଗାର ପନ୍ଥା l ନିଜ ମାଟିରେ ହିମାଚଲ ର ସେଓ ଚାଷ କରି ରାଜ୍ୟରେ ଏକ ଉଦ୍ୟମାନ ଚାଷୀ ଭାବେ ପରିଗଣିତ ହେବାରେ ଲାଗିଛନ୍ତି। ପ୍ରଥମେ ପେଟ ପାଇଁ ଦାଦନ ପରେ ବିଭିନ୍ନ ଚାଷ ଉପରେ ରୁଚି ଆଉ ଏବେ ସଫଳ ଚାଷୀ l ବିଭିନ୍ନ ସମୟ ରେ ବିଦେଶୀ ଫଳ ଟ୍ରାଗନ ଚାଷ କରି ରାଜ୍ୟ, ଦେଶ ରେ କଳାହାଣ୍ଡି ର ଚାଷୀ ସୁନାମ ଅର୍ଜନ କରିଥିବା ବେଳେ ଏବେ ପୁଣି ଗ୍ରୀନ ସେଓ ଚାଷ କରି ଚର୍ଚ୍ଚା ରେ ଆସିଛନ୍ତି।କଳାହାଣ୍ଡି ମାଟିରେ ନିଜ ଜମିରେ ସେଓ ଗଛ ଲଗେଇ ସଫଳ ଭାବେ ଫଳ ଫଳାଇ ରାଜ୍ୟ ପାଇଁ ଏକ ଗୌରବ ସୃଷ୍ଟି କରିପାରିଛନ୍ତି।କଳାହାଣ୍ଡି ଜିଲ୍ଲା ଧର୍ମଗଡ ବ୍ଲକ କଦଲିମୁଣ୍ଡା ଗ୍ରାମର ଚାଷୀ କାଳେଶ୍ୱର କାଣ୍ଡ ଅସମ୍ଭବ କୁ ସମ୍ଭବ କରିଦେଖାଇ ଦେଇଛନ୍ତି।ସେ ପଞ୍ଚମ ପଢ଼ିଛନ୍ତି ସତ ହେଲେ ୟୁତୁବ ମାଧ୍ୟମରେ ପ୍ରେରଣା ଜ୍ଞାନ ଆରୋହଣ କରି ସେଓ ଚାଷ ପ୍ରତି ମନ ବୋଲାଇ କରିଛନ୍ତି ଚାଷ l

ପ୍ରଥମେ ହିମାଚଳ କୁଚିଣ୍ଡାର ଚାଷୀ ଙ୍କ ସହ ଯୋଗାଯୋଗ କରି ସେଓ ଚାଷ ଉପରେ ପଚାରି ବୁଝି ଥିଲେ।ଚାରା ପିଛା ୩୫୦ଟଙ୍କା ଦେଇ ୧୫୦ଟି ଗଛ ସେଠାରୁ ମଗାଇଥିଲେ।ୟୁତୁବ ମାଧ୍ୟମରେ ପଦ୍ଧତି ପ୍ରକ୍ରିୟା ବୁଝି ପ୍ରାୟ ସେହି ଚାରା ସବୁ ଏକ ଏକର ଜମିରେ ଲଗାଇଥିଲେ।ଏଥିପାଇଁ ପ୍ରାୟ ୨ଲକ୍ଷ ଟଙ୍କା ଦୁଇ ବର୍ଷରେ ବିନିଯୋଗ ହୋଇଥିବା ସେ ପ୍ରକାଶ କରନ୍ତି।ବର୍ତ୍ତମାନ ଗଛ ରେ ସେଓ ଫଳ ଫଳିବା ଆରମ୍ଭ ହୋଇଛି।ବର୍ଷ କୁ ୨୦କୁଇଟାଲ ସେଓ ଅମଳ ହେବା ଆଶା ରଖିଥିବା ବେଳେ ଭବିଷ୍ୟତ ରେ ୧୦୦ରୁ ଉର୍ଦ୍ଧ୍ୱ କ୍ୱିଟାଲ ପାଇବା ପ୍ରୟାସ ଜାରି ରଖିଛନ୍ତି-ଏଥିପାଇଁ ସରକାରୀ ପ୍ରୋତ୍ସାହନର ଆବଶ୍ୟକ ଥିବା କହିଛନ୍ତି।ଅନ୍ୟପଟେ ପରିବାର ସଦସ୍ୟ ବିଶେଷ କରି ତାଙ୍କ ସ୍ତ୍ରୀ ଏହି ଚାଷ ରେ ସହଯୋଗ କରିଥିବା କରିଥିବା ପରିପ୍ରକାଶ କରିଛନ୍ତି ନିଜଗାଁ ରେ ପ୍ରଥମ ଥର ଏହି ଚାଷ କୁ ଦେଖି ଗାଁ ଲୋକେ ମଧ୍ୟ ଖୁସି ବ୍ୟକ୍ତ କରିବା ସହ ଗରିବ କ୍ଷୁଦ୍ର ଚାଷୀ କୁ ପ୍ରୋତ୍ସାହନ ଯୋଗାଇବା କୁ ସରକାର କୁ ଅନୁରୋଧ କରିଛନ୍ତି।

ସେଓ ସାଧାରଣତଃ ଶୀତଳ ପରିବେଶ ଭିତରେ ହୋଇଥାଏ ଆମ ଦେଶର ଜମ୍ମୁ କାଶ୍ମୀର ହିମାଚଳ ପ୍ରଦେଶ ମାନଙ୍କ ତୁଳନାରେ ଆମ ରାଜ୍ୟ ର ତାପ ମାତ୍ରା ଅଧିକ ଥିଲେ ହେଁ ଅସମ୍ଭବ କୁ ସମ୍ଭବ କରି ଦେଖାଇଛନ୍ତି କାଲେଶ୍ଵର। ୪୦ – ୪୫ ସେଲସିୟସ ତାପ ମାତ୍ରା ଭିତରେ ଗ୍ରିନ ସିଓ ଚାଷ କରି ସଫଳ ହୋଇଛନ୍ତି। ପନି ପରିବାର ପିଜୁଳି ଏବେ ଏହି ଗାଁ ରେ ସେଓ ଚାଷ ହୋଇଥିବା ଯୋଗୁଁ ଦୈନିକ ଚାଷ ଦେଖିବାକୁ ଦୂର ଦୂରଦୂରାନ୍ତରୁ ଲୋକଙ୍କ ସୁଅ ଛୁଟିଛି। ଏପରି କି ଦିଳ୍ଳୀ ରୁ ଏକ ଟିମ୍ ପରିଦର୍ଶନ କରି ଫେରୁଥିବା ଜଣାଯାଇଛି। ତେବେ କୃଷି ଓ ଉଦ୍ୟାନ କୃଷି ବିଭାଗ ଅଞ୍ଚଳର ଚାଷୀମାନଙ୍କୁ ପ୍ରତ୍ସାହନ ଯୋଗାଇ ଦେଳେ ଅନେକ ଚାଷୀ କାଲେଶ୍ଵର ଭଲି ସଫଳ ହୋଇ ପାରିବେ ବୋଲି ବୁଦ୍ଧିଜୀବୀମାନେ ମତ ପ୍ରକାଶ କରୁଛନ୍ତି।

Related Post

ଦୁଇ ଅସହାୟ ମହିଲାଙ୍କୁ ଥଇଥାନ କରାଇଲେ ସମାଜସେବୀ

Posted by - July 24, 2022 0
“ୟଦା ୟଦା ହି ଧର୍ମସ୍ୟ ଗ୍ଲାନିର୍ଭବତି ଭାରତ । ଅଭ୍ୟୁତଥାନମ୍ ଧର୍ମସ୍ୟ ତଦାତ୍ମାନଃ ସୃଜାମ୍ୟହମ୍ ।। ପରିତ୍ରାଣାୟ ସାଧୁନାଃ ବିନାଶାୟ ଚ ଦୁଷ୍କୃତାମ୍ । ଧର୍ମ ସଂସ୍ଥା…

ପର୍ବତ ରୋହଣ ପ୍ରଶିକ୍ଷଣରେ ବଡ଼ବିଲର ବିଷ୍ଣୁ ନାରାୟଣ ମହାନ୍ତ

Posted by - November 27, 2019 0
ବଡ଼ବିଲ,ତା ୨୫ ନଭେମ୍ବର (ସୀତାରାମ ଦୀକ୍ଷିତ) ପର୍ବତ ରୋହଣ ପ୍ରଶିକ୍ଷଣରେ କେନ୍ଦୁଝର ଜିଲ୍ଲା ବଡ଼ବିଲର ଜଗଦୀଶ ମହାନ୍ତଙ୍କ ପୁଅ ବିଷ୍ଣୁ ନାରାୟଣ ମହାନ୍ତ । ସେ ନେହରୁ…

ସମାଜସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ

Posted by - September 23, 2019 1,498
ବଡ଼ବିଲ : ସମାଜସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ ପ୍ରସିଦ୍ଧ ପଦ୍ମଶ୍ରୀ ଡ଼. ତୁଳସୀ ମୁଣ୍ଡାଙ୍କ ଦ୍ୱାରା ପ୍ରତିଷ୍ଠିତ ଆଦିବାସୀ ବିକାଶ ସମିତି ସଦ୍ୟ ବେସାହାରା ହୋଇଥିବା…

ବାରମ୍ବାର ଦାବି ଓ ଆନ୍ଦୋଳନ ସତ୍ୱେ ଶୁଣୁନାହାଁନ୍ତି ଜାତୀୟ ରାଜପଥ କର୍ତୁପକ୍ଷ ପଂଳରେ ବାରମ୍ବାର ହେଉଛି ଦୁର୍ଘଟଣା

Posted by - December 1, 2019 8
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ)ବାରମ୍ବାର ଦାବି ଓ ଆନ୍ଦୋଳନ ସତ୍ୱେ ଶୁଣୁନାହାଁନ୍ତି ଜାତୀୟ ରାଜପଥ କର୍ତୁପକ୍ଷ । ପଂଳରେ ବାରମ୍ବାର ହେଉଛି ଦୁର୍ଘଟଣା । ଯାଜପୁର ଜିଲାର…

ସ୍ୱାମୀଙ୍କ ସ୍ମୃତିରେ ତାଙ୍କ ପ୍ରଥମ ଶ୍ରାଦ୍ଧ ବର୍ଷିକରେ ପତ୍ନୀ କଣ କଲେ ଜାଣନ୍ତୁ

Posted by - April 25, 2020 3
ଭୁବନେଶ୍ବର:ଗତ :୨୦୧୯ ମସିହାର ପ୍ରଳୟଙ୍କରୀ ଫନି ବାତ୍ୟା ପରଦିନ ରାସ୍ତାରେ ଯାଉଥିଲା ବେଳେ ଏକ ଭଙ୍ଗା ବିଦ୍ୟୁତ ଖୁଣ୍ଟ ତାଙ୍କ ଉପରେ ପଡିଯିବା ଫଳରେ ଟାଙ୍ଗି ଚୌଦ୍ୱାର…