ବୌଦ୍ଧ :୨୫/୦୪ ( ଚିତ୍ତ ରଞ୍ଜନ ସିଂ ) ଆଜି ଦିନ ତମାମ ମୁଣ୍ଡ ଫଟା ଖରା ପ୍ରଭାବ ଦେଖିବାକୁ ମିଳିଥିବା ବେଳେ ହଠାତ ଅପରାହ୍ନ ରେ ପାଗ ପରିବର୍ତ୍ତନ ସହ ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକର କେତକ ସ୍ଥାନ ରେ କୁଆ ପଥର ବର୍ଷା ଝଡ଼ ପଵନ ହେବା ନେଇ ଦେଖିବାକୁ ମିଳିଥିଲା l କିନ୍ତୁ ଏହାର ଅତ୍ୟଧିକ ପ୍ରଭାବ ବିଶେଷ କରି ବ୍ଲକର ରାମଗଡ଼ ପଞ୍ଚାୟତ ରେ ଭୀଷଣ କୁଆପଥର ହେବାସହ ଲୋକଙ୍କ ଚାଳ ଛପର ଉଡାଇ ନେଇଥିବା ଦେଖିବାକୁ ମିଳିଛି l
ଏହି ପ୍ରଭବ ରେ ରାମଗଡ଼ ଗ୍ରାମରେ ପ୍ରାୟ 70 ରୁ 80ଗୋଟି ପରିବାର ପ୍ରାୟ 22ହେକ୍ଟର ଚାଷ ଜମିରେ ତରଭୁଜ ଚାଷ କରିଥିବା ଚାଷୀଙ୍କ ଫସଲ ନଷ୍ଟ ହୋଇଥିବା ବେଳେ ପ୍ରଗଳପୁର ଓ ପଲାଶପାଟ ଗ୍ରାମ ରେ ହୋଇଥିବା ଏକର ଏକର ଜମିର ଡ଼ାଳୁଅ ଧାନ ଚାଷ ନଷ୍ଟ ହୋଇଥିବା ଜଣାପଡିଛି l ସତେ ଯେମିତି ଅଦିନିଆ କାଳ ବୈଶାଖୀ ରାମଗଡ଼ ପଞ୍ଚାୟତ ଏକ କାଳ ଭଳି କିଛି ସମୟ କାୟା ବିସ୍ତାର କରି ରହିଥିଲା l ଏହାର ନିଶ୍ଚକ ସତ୍ୟ ଘଟଣା ଏବେବି ଆମ୍ବ ଗଛ ତଳେ କୁଢ଼ କୁଢ଼ ସଦ୍ୟଆମ୍ବ ଫଳ ପଡି ରହିଛି l
ତରଭୁଜ ଚାଷ ନଷ୍ଟ ହେବାସହ ଟନ ଟନ ତରଭୁଜ କୁଆପଥର ମାଡ଼ ରେ ପଚି ସଢ଼ି ନଷ୍ଟ ହୋଇଥିବା ଦେଖିବାକୁମିଳିଛି l ଅଦିନିଆ ବାତ୍ୟା ପ୍ରଭାବକୁ ଅନୁଧ୍ୟାନ କରି ସ୍ଥାନୀୟ ରାଜସ୍ୱ ନିରୀକ୍ଷକ ଅଧିକାରୀ, ଓ କୃଷି ବିଭାଗ ର କର୍ମଚାରୀ ବିଭିନ୍ନ କ୍ଷୟ କ୍ଷତିର କ୍ଷେତ୍ର ପରିଦର୍ଶନ କରୁଥିବା ବେଳେ କ୍ଷତିଗ୍ରସ୍ତ ଚାଷୀ ମାନେ ଅଧିକାରୀଙ୍କୁ ଘେରି ତୁରନ୍ତ କ୍ଷୟ କ୍ଷତିର ସରକାରୀ ସହାୟତା ଯୋଗାଇ ଦେବାକୁ ଦାବୀ କରିଥିବା ବେଳେ ଅଞ୍ଚଳ ର ସତ୍ୟବାନ ଥାଟି, ମଦନ ସାହୁ, ମଦନ ବିଶି, ଅଶୋକ ଭୋକ୍ତା, ରବି ଗାଈ ଗୌରୀୟା, ଶୁଭେନ୍ଦୁ ଯୋଶୀ,ପ୍ରମୁଖ ଚାଷୀ ମାନେ ଦାବୀ କରିଛନ୍ତି l