ଯାଜପୁର:ଯାଜପୁର ଜିଲ୍ଲା ବିଂଝାରପୁର ବ୍ଲକ ଅନ୍ତର୍ଗତ କପିଳା ପଞ୍ଚାୟତରେ ଜିଲ୍ଲା ସ୍ତରୀୟ ଅକ୍ଷୟ ତୃତୀୟା ତଥା କୃଷକ ଦିବସ ପାଳନ କରାଯାଇଛି । ବ୍ଲକ କୃଷି ଅଧିକାରୀ ହେମନ୍ତ କୁମାର ସାମଲଙ୍କ ସଭାପତିତ୍ୱ ରେ ମୁଖ୍ୟ ଅତିଥି ଭାବେ ବିଂଝାରପୁର ବ୍ଲକ ଅଧ୍ୟକ୍ଷା ରଂଜିତା କୁମାରୀ ଦାସ ଯୋଗ ଦେଇ କ୍ଷେତରେ ଅନୁକୂଳ କରିବା ସହ ବିହନ ବୁଣିଥିଲେ ।
ମୁଖ୍ୟ ବକ୍ତା ଭାବେ ଜିଲ୍ଲା କୃଷି ଅଧିକାରୀ କମଳ କୁମାର ନାୟକ, ସ୍ଥାନୀୟ ତହସିଲଦାର କୈଳାଶ ଚନ୍ଦ୍ର ମହାଳିକ ଓ କୃଷକମାନେ ଉପସ୍ଥିତ ଥିଲେ । ଆଜି ର ଦିନରେ ଅଖି ମୁଠି ବୁଣିବାର ପରମ୍ପରା ରହିଛି।