ସ୍ଵର୍ଗତ ଜୟନ୍ତ କୁମାର ସିଂ ଙ୍କ ଶୋକ ସଭା କଲେ ଜୟପାଟଣା ସରପଞ୍ଚ ସଂଘ

97 0

ଜୟପାଟଣା:(ଅର୍ଜୁନ ପଟ୍ଟନାୟକ)କଳାହାଣ୍ଡି ଜିଲ୍ଲା ବଡ ଟେମରି ସରପଞ୍ଚ ଜୟନ୍ତ କୁମାର ସିଂ ଙ୍କ ସ୍ମୃତିରେ ଜୟପାଟଣା ସରପଞ୍ଚ ସଂଘ ପକ୍ଷରୁ ବାନେର ପଞ୍ଚାୟତ କାର୍ଯ୍ୟାଳୟ ଠାରେ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି। ସଂଘ ସଭାପତି କୈଳାସ ଚନ୍ଦ୍ର ସାହୁ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ସଭାରେ ସରପଞ୍ଚ ସ୍ଵର୍ଗତ ଜୟନ୍ତ କୁମାର ସିଂ ଙ୍କ ଫଟୋଚିତ୍ର ରେ ପୁଷ୍ପମାଲ୍ୟ ଅର୍ପଣ ଧୂପ ଦୀପ ଅର୍ପଣ ପରେ ଅମର ଆତ୍ମାର ସଦ୍ ଗତି କାମନା କରି ଦୁଇ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା।

ଇଣ୍ଡିଆନ ତିବତୀୟ ବୋର୍ଡର ଜବାନରୁ ଅବସର ଗ୍ରହଣ କରିବା ପରେ ଜନସେବା କରିବା ନିମନ୍ତେ ରାଜନୀତି କୁ ଆସିଥିବା ଶ୍ରୀ ସିଂ ନିଜ ଅମାୟିକ ବ୍ୟବହାର ଓ ପରୋପକାରୀ ଭାବେ ପରିଚିତ ଲାଭ କରିଥିଲେ ତାଙ୍କରି ନୀତି ଆଦର୍ଶ ଆମ ପାଇଁ ପ୍ରେରଣା ଦେବ, ତାଙ୍କର ଆକସ୍ମିକ ବିୟୋଗ ଏକ ଅପୂରଣୀୟ କ୍ଷତି ବୋଲି ବକ୍ତାମାନେ ମତ ପ୍ରକାଶ କରିଥିଲେ।

ବୈଠକରେ ସଂଘ ସମ୍ପାଦକ ଯଦୁମଣି ସାହୁ, ଗୌତମ ମାଝୀ, କେଶବ ଲାଲ ପଣ୍ଡା, ମାର୍କଣ୍ଡ ପଣ୍ଡା, ପୁରଞ୍ଜନ ପୁଝାରୀ, ଟେମଲ ନାଏକ, ପରୀକ୍ଷିତ ନାଏକ, ଚନ୍ଦନ ପୁଝାରୀ ଙ୍କ ସମେତ ଜୟପାଟଣା ବ୍ଲକ ର ୨୧ ଗୋଟି ପଞ୍ଚାୟତର ସରପଞ୍ଚ ଓ ସରପଞ୍ଚ ପ୍ରତିନିଧି ଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେଇ ଥିଲେ।

Related Post

ଜିଲ୍ଲା ସ୍ତରୀୟ ଆଇନ୍ ସାକ୍ଷରତା ଉତ୍ସବ

Posted by - August 21, 2022 0
ସୋନପୁର:( ଅଜିତ କୁମାର ପୂଜାହାରୀ)ସୁବର୍ଣ୍ଣପୁର ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ପକ୍ଷରୁ ଜିଲ୍ଲା ସ୍ତରୀୟ ଆଇନ୍ ସାକ୍ଷରତା ଉତ୍ସବ ଏଡିଆର୍ ସେଣ୍ଟର ଠାରେ ଅନୁଷ୍ଠିତ ହୋଇଯାଇଛି l…

ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗ ରେ ଭିଜିଲାନ୍ସ ଚଢ଼ାଉ

Posted by - December 3, 2021 0
ସମ୍ବଲପୁର:(ରମାକାନ୍ତ ବିଶ୍ବାଳ)ସମ୍ବଲପୁର ଜିଲ୍ଲା ଜମନକିରା ସେବା ସମବାୟ ସମିତି ର ମ୍ୟାନେଜିଙ୍ଗ ଡ଼ାଇରେକ୍ଟର ଫଣିନ୍ଦ୍ର କୁମାର ସାହୁ ଙ୍କ ସମ୍ବଲପୁର ସ୍ଥିତ ଘରେ ଭିଜିଲାନ୍ସ ଚଢ଼ାଉ। ସେବା…

ଅଭିଯୋଗର ତଦନ୍ତ ନହେବାରୁ ମଧୁପୁର ଗ୍ରାମବାସୀ ଘେରିଲେ ବ୍ଲକ କାର୍ଯ୍ୟାଳୟ

Posted by - July 21, 2021 0
ବୌଦ୍ଧ(ଚିତ୍ତରଞ୍ଜନ ସିଂ),୨୦/୭;ଓଡ଼ିଶା ସରକାର ସମସ୍ତ ଉନ୍ନୟନ ପ୍ରକଳ୍ପରେ ସ୍ୱଚ୍ଛତା ପାଇଁ 5 ଟି ଲାଗୁକରିଥିବାବେଳେ ଏହା କେତେଦୂର ସଫଳ ତାହା ମଧୁପୁର ଗ୍ରାମ୍ୟ ରାସ୍ତା ନିର୍ମାଣରୁ ସ୍ପଷ୍ଟ…

କଳାହାଣ୍ଡିର ଇଷ୍ଟ ଦେବି ମା ମାଣିକେଶ୍ବରୀ ଙ୍କ ପ୍ରସିଦ୍ଧ ଛତର ଯାତ୍ରା ସୁରୁଖୁରୁରେ ପାଳିତ

Posted by - October 4, 2022 0
ନର୍ଲା:(ଅମୀୟ କୁମାର ଦାସ)ଏହି ବର୍ଷ କଳାହାଣ୍ଡି ର ଇଷ୍ଟ ଦେବି ମା ମାଣିକେଶ୍ବରୀ ର ପ୍ରସିଦ୍ଧ ଛତର ଯାତ୍ରା ରେ ଲକ୍ଷ୍ୟ ଲକ୍ଷ୍ୟ ଲୋକ ଙ୍କୁ ଦେଖଵା…

ବୌଦ୍ଧରେ ରଜ ମଉଜ କାର୍ଯ୍ୟକ୍ରମ

Posted by - June 17, 2022 0
ବୌଦ୍ଧ, 🙁 ଚିତ୍ତରଂଜନସିଂ)ବୌଦ୍ଧରେ ଜିଲା ପ୍ରଶାସନ,ଜିଲା ସଂସ୍କୃତି ବିଭାଗ ଓ ସାଂସ୍କୃତିକ ଅନୁଷ୍ଠାନ ଗେହ୍ଲାମା କଳାନିକେତନ ପକ୍ଷରୁ ରଜ ମଉଜ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି…