ଯାଜପୁର:ଯାଜପୁର ଗୌତମ ବୁଦ୍ଧ ସଂସ୍କୃତି ଭଵନ ପରିସରରେ କଣ୍ଠଶିଳ୍ପୀ ପଦ୍ମଶ୍ରୀ ପ୍ରଫୁଲ୍ଲ କରଙ୍କ ସ୍ମୃତିରେ ପ୍ରଫୁଲ୍ଲ କର ମ୍ୟୁଜିକାଲ ନାଇଟ ଅନୁଷ୍ଠିତ ହୋଇଯାଇଛି। କଳିଙ୍ଗ ଭାରତୀ ଫୋକ ଡ୍ୟାନ୍ସ ଏବଂ ମ୍ୟୁଜିକ ରିସର୍ଚ୍ଚ ସେଣ୍ଟର ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ଅତିରିକ୍ତ ଆୟୁକ୍ତ ଭୂଲେଖ ଓ ବନ୍ଦୋବସ୍ତ ଅକ୍ଷୟ କୁମାର ମଲ୍ଲିକ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ।
ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ଦୁଃଖବନ୍ଧୁ ନାୟକ ଏବଂ ମୁଖ୍ୟ ବକ୍ତା ଭାବେ ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ଶିକ୍ଷକ ଭୂପତି ଭୁଷଣ ମିଶ୍ର ଯୋଗ ଦେଇ ଓଡ଼ିଆ ସଙ୍ଗୀତ ଜଗତ ପାଇଁ ପ୍ରଫୁଲ୍ଲ କରଙ୍କ ଅବଦାନକୁ ମନେ ପକାଇଥିଲେ। ସମ୍ମାନିତ ଅତିଥି ଭାବେ ଅଧ୍ୟାପକ ଦାମୋଦର ବେହେରା, ସଙ୍ଗୀତ ନିର୍ଦ୍ଦେଶକ ପୃଥୀରାଜ ପଣ୍ଡା ଉପସ୍ଥିତ ଥିଲେ। ଏହି ଅବସରରେ ବହୁ ବରିଷ୍ଠ କଣ୍ଠଶିଳ୍ପୀ ମାନେ ଯୋଗ ଦେଇ ପ୍ରଫୁଲ୍ଲ କରଙ୍କ ସୁମଧୁର ସଙ୍ଗୀତ ଗାନ କରି ଜନସାଧାରଣଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ।