ଯାଜପୁର:ଯାଜପୁର ବିରଜା କଲ୍ୟାଣ ମଣ୍ଡପରେ ବିଜୁ ଜନତା ଦଳ ପକ୍ଷରୁ ପ୍ରବାଦ ପୁରୁଷ ବିଜୁ ପଟନାୟକଙ୍କ ୨୬ତମ ତିରୋଧାନ ଦିବସ ପାଳନ କରାଯାଇଛି l ଯାଜପୁର ବିଜୁଜନତା ଦଳର ବ୍ଲକ ସଭାପତି ପରେଶ ବିଶ୍ୱାଳ ସଭାପତିତ୍ୱ ରେ ଏହି କାର୍ଯ୍ୟକ୍ରମରେ ଯାଜପୁର ବିଧାୟକଙ୍କ ପ୍ରତିନିଧି କର୍ଣ୍ଣାଟ କେଶରୀ ଦାସ, ଯାଜପୁର ପୋୖରପାଳିକାର ପୌରାଧକ୍ଷ ରଞ୍ଜୁଲତା ହୋତା, ପୌର ଉପାଧକ୍ଷ ସନ୍ତୋଷ ମଳିକ, ନଗର ସଭାପତି ମନୋଜ କୁମାର ସାହୁ ସମେତ ସମସ୍ତ କାଉନସିଲର ଯୋଗଦେଇ ବିଜୁପଟ୍ଟନାୟକ ଙ୍କ ଜୀବନାଦର୍ଶ ସମ୍ପର୍କରେ ଆଲୋକପାତ କରିଥିଲେ l
ଅଶୋକ ଦାସ ଫାଉଣ୍ଡେସନର ସଚିବ ଭବ ପ୍ରସାଦ ଦାସ ଯୋଗଦେଇ ବିଜୁ ବାବୁଙ୍କ ନୀତି ଏବଂ ଆଦର୍ଶରେ ଗଠିତ ବିଜୁ ଜନତା ଦଳର ଜଣେ ଶୁଙ୍ଖଳିତ ସଦସ୍ୟ ଭାବରେ ଶପଥ ପାଠ କରାଇଥିଲେ l ଶେଷରେ ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କ ନିକଟରେ ଦୀପଦାନ କରାଯାଇଥିଲା ।