Breaking News
8:52 amବାହାନଗା ଉଚ୍ଚ ବିଦ୍ୟାଳୟର ଭଙ୍ଗା କାମ ଆରମ୍ଭ, କରମଣ୍ଡଳ ଦୁର୍ଘଟଣାରେ ଅସ୍ଥାୟୀ ଶବାଗାର ପାଲଟିଥିବା ବାହାନଗା ହାଇସ୍କୁଲକୁ ନେଇ ଛାତ୍ରଛାତ୍ରୀ, ସ୍ଥାନୀୟ ଜନସାଧାରଣ ଓ ଶିକ୍ଷକ, ଶିକ୍ଷୟିତ୍ରୀଙ୍କୁ ପ୍ରବଳ ଭୟ ପାଲଟି ଥିଲା,ଶ୍ରେଣୀ ଗୃହଗୁଡ଼ିକୁ ସମ୍ପୂର୍ଣ୍ଣ ଭାଙ୍ଗି ସେଠାରେ ନୂତନ କୋଠା ତିଆରି କରାଯିବ :- ବାଲେଶ୍ବର ଜିଲ୍ଲାପାଳ 8:09 amମାତ୍ର ଅଧଘଣ୍ଟାଏ କାଳବୈଶାଖୀରେ ରାଜଧାନୀରେ ବିଷମ ସ୍ଥିତି ସୃଷ୍ଟି,କିଛି ଅଞ୍ଚଳରେ ୩ ଘଣ୍ଟା ପରେ ବି ବିଦ୍ୟୁତ୍‌ ସରବରାହ ସ୍ବାଭାବିକ ହୋଇଥିବା ବେଳେ ଅଧିକାଂଶ ଅଞ୍ଚଳ ଏବେ ବି ଅନ୍ଧାରରେ 8:05 amନୂଆପଡ଼ା ଜିଲ୍ଲା ଖରିଆର୍‌ ରୋଡ୍‌ ରେଲୱେ ଷ୍ଟେସନରେ ଦୁର୍ଗ-ପୁରୀ ଇଣ୍ଟର୍‌ସିଟି ଏକ୍ସପ୍ରେସ୍‌ ଟ୍ରେନ୍‌ରେ ନିଆଁ,ଅଗ୍ନିଶମ ବିଭାଗ କର୍ମଚାରୀ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ କଲେ ଆୟତ୍ତ , 11:45 pmଆଶାଢ଼ରେ ୪୦ ଡିଗ୍ରି ଉପରେ ୨୬ ସହର: ସମ୍ବଲପୁର ଓ ସୋନପୁରରେ ତାପମାତ୍ରା ୪୪.୬ ଡିଗ୍ରି ରେକର୍ଡ 11:44 pmପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ‘ଗୁପ୍ତେଶ୍ୱର’ ନିକଟ ସାବେରୀ ନଦୀରେ ଗାଧୋଉଥିଲେ, ବୁଡ଼ିଗଲେ ମହିଳା

ଟିଟିଲାଗଡ଼ ସହରରେ ମହାବିଷୁବ ସଂକ୍ରାନ୍ତି, ହନୁମାନ ଜୟନ୍ତି ଓ ଆମ୍ବେଦକରଙ୍କ ଜୟନ୍ତୀ ଧୁମ ଧାମରେ ପାଳିତ

152 0

ଟିଟିଲାଗଡ:(ସଞ୍ଜୟ କୁମାର ନାୟକ) ଭାଇଚାରାର ସହର ଟିଟିଲାଗଡ଼ ସହର। ସଦାବେଳେ ଏଠାରେ ସମସ୍ତ ଧର୍ମକୁ ସମସ୍ତେ ସମ୍ମାନ ଜଣାଇ ଥାଆନ୍ତି। ଶୁକ୍ରବାର ଦିନ ପବିତ୍ର ମହାବିଷୁବ ସଂକ୍ରାନ୍ତି,ହନୁମାନ ଜୟନ୍ତୀଙ୍କୁ ସହରରେ ଥିବା ବିଭିନ୍ନ ମନ୍ଦିର, ସାମାଜିକ ଅନୁଷ୍ଠାନ, ଏସ ଏଚ ଯି ଗ୍ରୁପ, ଧାର୍ମିକ ଅନୁଷ୍ଠାନ ମାନଙ୍କ ଦ୍ଵାରା ପୂଜାର୍ଚ୍ଚନା ସହ ପଣା ସଂକ୍ରାନ୍ତି ଉପଲକ୍ଷେ ଜନସାଧାରଣଙ୍କ ନିମନ୍ତେ ପଣା ବଣ୍ଟନ କାର୍ଯ୍ୟକ୍ରମ କରଯାଇଥିଲା।

ଯେପରିକି ହାଟପଦା ପଡ଼ା ସଙ୍କଟ ମୋଚନ ହନୁମାନ ମନ୍ଦିର କମିଟିର ସଦସ୍ୟଙ୍କ ଦ୍ଵାରା ସକାଳୁ ମନ୍ଦିରରେ ପୂଜାର୍ଚ୍ଚନା ଓ ହୋମଯଜ୍ଞ କରିବା ପରେ ପଣା ଏବଂ ଅର୍ଣ୍ଣ ଭୋଗ ବଣ୍ଟନ, ସନ୍ଧ୍ୟାରେ ବାଇକ ରେଲି ବାହାରି ସହର ପରିକ୍ରମା କରିବା ପରେ ସନ୍ଧ୍ୟାରେ ଶ୍ରୀ ଧନେଶ୍ଵର ଦାସଙ୍କ ଶ୍ରୀକ୍ଷେତ୍ର ଭଜନ ମଣ୍ଡଳୀଙ୍କ ଦ୍ଵାରା ଅତି ସୁନ୍ଦର ଭଜନ ଜଣାଣ କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା। ସେହିପରି ଗୋରୁ ବଜାର ପଡ଼ା ବୀଣାପାଣି ଯୁବକ ସଂଘ ତରଫରୁ ହନୁମାନ ଜନ୍ମୋତ୍ସବ ପାଳନ କରିବା ସହ ଏକ ବିଶାଳ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରିବା ସହ ଅର୍ନ ପ୍ରସାଦ ବଣ୍ଟନ କରିଥିଲେ।

ସେହିପରି ସହରର ମହାରାଜ ସାଗର କଡ଼ରେ ଥିବା ହନୁମାନ ମନ୍ଦିର ଦ୍ଵାରା ଲୋକଙ୍କ ପାଇଁ ଅଖଣ୍ଡ ଦୀପ ଜାଳିବା ସହ ପୂଜାର୍ଚ୍ଚନା ଓ ପ୍ରସାଦ ବଣ୍ଟନ କରାଯାଇଥିଲା। ହାଇସ୍କୁଲ ପଡ଼ା ହନୁମାନ ମନ୍ଦିରରେ ମଧ୍ଯ ବିର ହନୁମାନଙ୍କ ମନ୍ଦିରରେ ଦର୍ଶନ ଓ ପୂଜାର୍ଚ୍ଚନା ପାଇଁ ଭିଡ ଜମାଇଥିଲେ।

ଏହି ପବିତ୍ର ଦିନରେ ପଣା ସଂକ୍ରାନ୍ତି ପଡ଼ି ଥିବାରୁ ଅପରାହ୍ନରେ ପେଟ୍ରୋଲ ପମ୍ପ ଛକରେ ସତ୍ୟ ସାଇ ସେବା ସମିତି ତରଫରୁ ଲୋକଙ୍କୁ ପଣା ବଣ୍ଟନ କରଯାଇଥିଲା, ସେହିପରି ନୀଳଚକ୍ର ବସ ଷ୍ଟପ ଠାରେ ନୀଳଚକ୍ର ସ୍ଵୟଂ ସହାୟକ ଗୋଷ୍ଠୀ ଦ୍ଵାରା ସରବତ ବଣ୍ଟନ କରଯାଇଥିଲା। ସେହିପରି ଥାନା ଛକରେ ମାହେଶ୍ୱରୀ ଟିଟିଲାଗଡ ଶାଖା ତରଫରୁ ମଧ୍ଯ ସରବତ ବଣ୍ଟନ କରାଯାଇଥିଲା।

ସମ୍ବିଧାନ ପ୍ରଣେତା ବାବା ବାବା ଭୀମରାଓ ଆମ୍ବେଦକରଙ୍କ ୧୩୨ ତମ ଜନ୍ମ ଜୟନ୍ତୀ ପାଇଁ ଜୟ ଭୀମ ଦଳ ତରଫରୁ ସକାଳେ ଏକ ବିଶାଳ ବାଇକ ରେଲି ବାହାରି ସହର ପରିକ୍ରମା କରିଥିଲା। ହିନ୍ଦୀ ହାଇସ୍କୁଲ ଛକ ଠାରେ ମୁସଲିମ ସମ୍ପ୍ରଦାୟର ଲୋକ ମାନଙ୍କ ଦ୍ଵାରା ସମସ୍ତଙ୍କୁ ସରବତ ବଣ୍ଟନ କରି ଭାଇଚାରାର ବାର୍ତା ଦେଇଥିଲେ। ସେହିପରି ଏହି ରେଲି ଶାସ୍ତ୍ରୀ ଛକ ଠାରେ ପହଞ୍ଚିବା ପରେ ସେଠାରେ ଥିବା ଦୋକାନୀ ମାନଙ୍କ ଦ୍ଵାରା ମଧ୍ୟ ଜୟ ଭୀମ କର୍ମକର୍ତ୍ତାଙ୍କୁ ମଧ୍ଯ ପଣା ବଣ୍ଟନ କରଯାଇଥିଲା। ଦିନବେଳା ଜୟ ଭୀମ ପକ୍ଷରୁ ଏକ ବିଶାଳ ଶୋଭାଯାତ୍ରା ଶାନ୍ତିପୂର୍ଣ୍ଣ ଭାବରେ କରାଯାଇଥିବା ବେଳେ ସେହିପରି ସନ୍ଧ୍ୟାରେ ହନୁମାନ ଜୟନ୍ତୀ ସମନ୍ଵୟ କମିଟି ତରଫରୁ ଅୟୋଜିତ ଶହ ଶହ ପୁରୁଷ ଓ ମହିଳାଙ୍କ ଶାନ୍ତିପୂର୍ଣ୍ଣ ଶୋଭାଯାତ୍ରା ଟିଟିଲାଗଡ ଲୋକଙ୍କୁ ଗର୍ବିତ କରିଛି। ସ୍ଥାନେ ସ୍ଥାନେ ପଣାବଣ୍ଟନ ସହରକୁ ଆହୁରି ଉତ୍ସବ ମୁଖରିତ କରିଥିଲା। ଏଥିରେ ସବୁଦଳର ଲୋକ ସହଯୋଗ କରିଥିବା ଦେଖାଯାଇଥିଲା।

Related Post

ଚିକିତ୍ସା ଆଶା କରି ଜିଲା ମୁଖ୍ୟ ଡାକ୍ତର ଖାନା କୁ ଆସିଥିବା ରୋଗୀ ନିରାଶ

Posted by - March 5, 2022 0
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ )ରୋଗୀଙ୍କୁ ଚିକିତ୍ସା ଯୋଗାଇ ଦେବା ପାଇଁ ଆବଶ୍ୟକ ଭିତ୍ତିଭୂମିନ ଥିବା ଏକ ସାଧାରଣ ଘଟଣା ହୋଇଥିବା ବେଳେ ଏଭଳି ସମସ୍ୟା ଖୋଦ…

ଆନ୍ଦୋଳନ କୁ ସପକ୍ଷ ଓ ବିପକ୍ଷ ନାମରେ ଭାଗଭାଗ କରିବାକୁ ପଥର ମାଫିଆଙ୍କ ଉଦ୍ୟମକୁ ଗାଁବାସୀଙ୍କ ଦୃଢ ଜବାବ

Posted by - September 4, 2021 0
  ବୌଦ୍ଧ ୩/୯( ଚିତ ରଂଜନ ସିଂ) ବୌଦ୍ଧ ଜିଲ୍ଲା ହରଭଙ୍ଗା ତହସିଲ ଅନ୍ତର୍ଗତ ଖରଭୂଇଁ ଗ୍ରାମରେ ଚାଲିଥିବା ପଥର କ୍ବାରୀ ବନ୍ଦ ନିମିତ୍ତ ଚାଲିଥିବା ଆନ୍ଦୋଳନକୁ…

୧୯୬୮ ମେଟ୍ରିକ ଛାତ୍ରଙ୍କର ବନ୍ଧୁ ମିଳନ

Posted by - January 17, 2023 0
ସୁବର୍ଣ୍ଣପୁର:(ଅଜିତ କୁମାର ପୁଜାହାରୀ)ସୋନପୁର ସହର ମହାନଦୀ ପଠା ରେ ସୁବର୍ଣ୍ଣପୁର ଜିଲ୍ଲାର ସର୍ବ ପୁରାତନ ମହାରାଜା ହାଇସ୍କୁଲ ୧୯୬୮ ମସିହା ମେଟ୍ରିକ ବ୍ୟାଚ ଛାତ୍ର ମାନଙ୍କ ବନ୍ଧୁ…

ସିହିନି ସରପଞ୍ଚଙ୍କ ଉଦ୍ୟମ,ଉଦେପୁରର ଯୁବ ଗୋଷ୍ଠୀଙ୍କ ନିଶୁଳ୍କ ପରିଶ୍ରମ ଏବଂ ନାଗ ପରିବାରଙ୍କ ସହଯୋଗ ଯୋଗୁଁ ପାଣି ନିଷ୍କାସନ ସମସ୍ୟାର ହେଲା ସମାଧାନ

Posted by - July 5, 2022 0
ଟିଟିଲାଗଡ 🙁 ସଞ୍ଜୟ କୁମାର ନାୟକ) ଟିଟିଲାଗଡ ବ୍ଲକ ସିହିନୀ ଗ୍ରାମ ପଞ୍ଚାୟତର ଉଦେପୁର ଗ୍ରାମରେ ଦୀର୍ଘ ଦିନ ହେଲା ରାସ୍ତା ଉପରେ, ଘର ସାମନାରେ ପାଣି…

ସମ୍ବଲପୁର ଡିଆରଏମଙ୍କ ନିକଟକୁ ଟିଟିଲାଗଡ଼ ବଣିକ ସଂଘର ୨୧ ସୂତ୍ରିୟ ଦାବିପତ୍ର ପ୍ରଦାନ

Posted by - October 3, 2022 0
ଟିଟିଲାଗଡ: :(ସଞ୍ଜୟ କୁମାର ନାୟକ)ଆଜି ଟିଟିଲାଗଡ ବଣିକ ସଂଘର ସଭାପତି ଶ୍ରୀ ଶମ୍ଭୁ ପ୍ରସାଦ ଗୋଏଲଙ୍କ ନେତୃତ୍ବରେ ସ୍ଥାନୀୟ ଅତିରିକ୍ତ ରେଳବାଇ ମ୍ୟାନେଜର ଉଦ୍ଧବ ରାମଙ୍କ ମାଧ୍ୟମରେ…