ବୌଦ୍ଧ:(ଚିତ୍ତରଞ୍ଜନ ସିଂହ)ହରଭଙ୍ଗା ପ୍ରାଣୀ ସମ୍ପଦ ବିକାଶ ବିଭାଗ ଦ୍ଵାରା ଚଳିତ ବର୍ଷ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହରେ ହରଭଙ୍ଗା ବ୍ଲକ ରେ ଗୃହପାଳିତ ପଶୁପକ୍ଷୀ ମାନେ ବିଶେଷ ଭାବରେ ଆକ୍ରାନ୍ତ ହେଉଥିବା ଅନୁଭବ କରି ପ୍ରାଣୀ ଚିକିତ୍ସାଳୟ ହରଭଙ୍ଗା ପକ୍ଷରୁ ଭ୍ରାମ୍ୟମାଣ ପ୍ରାଣୀ ଚିକିତ୍ସାଧିକାରୀ ଡ଼ା ପ୍ରତିଭା ପାଢ଼ୀ ବିଭିନ୍ନ ଗ୍ରାମରେ ପ୍ରାଣୀ ଚିକିତ୍ସା ସେବା ପ୍ରଦାନ ସହ ସଚେତନତା ଶିବିର ମାନ ଆୟୋଜନ କରୁଛନ୍ତି।
ଗୋଷ୍ଠୀ ପ୍ରାଣୀ ଚିକିତ୍ସାଧିକାରୀ ଡ଼ା ବୀରେନ୍ଦ୍ର କୁମାର ପୃଷ୍ଟି ପ୍ରଚଣ୍ଡ ଖରାରୁ ଗୃହପାଳିତ ପ୍ରାଣୀ ମାନଙ୍କୁ ଦିନ ୧୧ ଟା ରୁ ୨ ଟା ପର୍ଯ୍ୟନ୍ତ ଗୁହାଳରେ ନଚେତ ଗଛ ତଳେ ଛାଇ ଯାଗାରେ ରଖିବାକୁ ଚାଷୀ ମାନଙ୍କୁ ପରାମର୍ଶ ଦେଇଛନ୍ତି।କୁକୁଡ଼ା ଫାର୍ମ ଓ ଗୁହାଳ ଗୁଡ଼ିକ ଉପରେ ନଡ଼ା ଛପର ବା ଅନ୍ୟ କିଛି ଆବରଣ କରି ଏବଂ ଓଦା ଅଖା କବାଟରେ ଟାଙ୍ଗିବା ସହ ପ୍ରଚୁର ମାତ୍ରାରେ ସ୍ୱଚ୍ଛ ପାଣି ପିଇବାକୁ ଦେବାକୁ ଚାଷୀ ମାନଙ୍କୁ ଉପଦେଶ ଦିଆଯାଇଛି।