ଖପ୍ରାଖୋଲ: ୩୧/୩(ତାପସ ରଞ୍ଜନ ବେହେରା) ବଲାଙ୍ଗିର ଜିଲ୍ଲା ରେ ବେଆଇନ କଫ ସିରଫ କାରବାର ରୋକିବାକୁ ପୋଲିସ ର ଅପରେସନ ଜାରିଥିବା ବେଳେ ୪୭୬ ବୋତଲ କଫ ଶିରଫ ଜବତ କରିବାରେ ସଫଳ ହୋଇଛି। ଖପ୍ରାଖୋଲ ପୋଲିସ ପେଟ୍ରୋ ଲିଂ କଲା ବେଳେ ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ପଡ଼ିଆବାହାଲ୍ ପଞ୍ଚାୟତ ସାନଉଡେନ ଗାଁ ଖେଳ ପଡିଆ ଠାରେ ମାଟି ତଳେ କଫ ସିରଫ ତୋପି ରଖି ବ୍ୟବସାୟୀ ଙ୍କୁ ବିକ୍ରୟ ପାଇଁ ରହିଥିବା ସମୟରେ ପୋଲିସ ୩ ଯୁବକ ଙ୍କୁ ଗିରଫ କରିଛି।
ଗିରଫ ଅଭିଯୁକ୍ତ ମାନେ ହେଲେ ଲରମ୍ଭା ଥାନା ଅନ୍ତର୍ଗତ ଗାଁଭଟଲି ଗ୍ରାମର ରଶ୍ମି ରଞ୍ଜନ ବରିହା ( ୨୯) ରମେଶ ବରିହା ( ୨୬)ଓ ଲୁହାସିଂହା ଗ୍ରାମର ଶେଷଦେବ ସେଠ ବୋଲି ପୋଲିସ ସୂଚନା ଦେଇଛି । ଏମାନେ ପୂର୍ବରୁ ବେଆଇନ କଫ ସୀରଫ କାରବାର କରୁଥିବା ପୋଲିସ ପାଖରେ ସୂଚନା ଥିବା ବେଳେ ତାଙ୍କୁ ଧରିବାକୁ ପୂର୍ବରୁ ଜାଲ ବିଛାଇଥିଲେ। ଏହି କାରବାର ର ମୁଖ୍ୟ ଆସାମୀ ଲୁହାସିଂହା ଗ୍ରାମର ସୁନିଲ ପଟେଲ ଫେରାର ଥିବା ପୋଲିସ ପ୍ରକାଶ କରିଛି।
ଖପ୍ରାଖୋଲ ଥାନା କେସ ନମ୍ବର ୪୨/୨୩ ରେ ଏକ ମାମଲା ରୁଜୁ କରି ତିନି ଅଭିଯୁକ୍ତ ଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ରମାକାନ୍ତ ସାହୁ ପ୍ରକାଶ କରିଛନ୍ତି। ସେହି ପରି ଅଭିଯୁକ୍ତଙ୍କ ଠାରୁ ଦୁଇଟି ମୋବାଇଲ, ଗୋଟିଏ ବାଇକ୍ ଓ ନଗଦ ୭ ହଜାର ୨ ଶହ ଟଙ୍କା ଜବତ କରିଥିବା ଥାନା ଅଧିକାରୀ କହିଛନ୍ତି।