ଧର୍ମଗଡ଼ : (ହେମନ୍ତ କୁମାର ମାଝୀ) କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଓକିଲ ସଂଘ ନୂତନ କର୍ମ କର୍ତ୍ତା ନିର୍ବାଚନ ଆଜି ଅନୁଷ୍ଠିତ ହୋଇଯାଇଛି। ଆଜି ସକାଳ ୧୦ ଘଣ୍ଟା ରୁ ଅପରାହ୍ନ ୩ ଘଣ୍ଟା ପର୍ଯ୍ୟନ୍ତ ଧର୍ମଗତ କୋଟ ପରିସରରେ ଭୋଟ ଗ୍ରହଣ ଅନୁଷ୍ଠିତ ହୋଇଥିଲା। ନିର୍ବାଚନ ଅଧିକାରୀ ଭାବରେ ବରିଷ୍ଠ ଆଇନଜୀବି ସନ୍ତୋଷ କୁମାର ପାତ୍ର ନିର୍ବାଚନ ପରିଚାଳନା କରିଥିଲେ। ସଭାପତି ଭାବରେ ପ୍ରସନ୍ନ କୁମାର ଅଗସ୍ତି ଏବଂ ଉପସଭାପତି ଭାବରେ ଵିନୋଦ ନାଏକ ନିରଦ୍ଧରେ ନିର୍ବାଚିତ ହୋଇଥିବା ବେଳେ ସାଧାରଣ ସମ୍ପାଦକ ଭାବରେ ବିଶ୍ଵ ଜିତ ମୁଣ୍ଡ ସହ ସମ୍ପାଦକ ଭାବରେ ଜୟଦ୍ରଥ ମହାନଦ କୋଷାଧ୍ୟକ୍ଷ ଭାବରେ ବସନ୍ତ କୁମାର ଠାକୁର ଙ୍କୁ ନିର୍ବାଚନ ଅଧିକାରୀ ବିଜୟ ଘୋଷଣା କରିଥିଲେ। ନିର୍ବାଚନ କୁ ସୁରୁଖୁରୁରେ ପରିଚାଳନା ପାଇଁ ଆଇନଜୀବି ଭବାନୀ ଦାସ ସୁବାସ ପାଣିଗ୍ରାହୀ ସନ୍ତୋଷ ମେହେର ଆଦିତ୍ୟ ପଣ୍ଡା ନବ ସରାଫ ରାଜେନ୍ଦ୍ର ମୁନି ଲିଙ୍ଗରାଜ ବେହେରା ଧିରେନ୍ଦ୍ର ପାତ୍ର ପ୍ରମୁଖ ନିର୍ବାଚନ ପରିଚାଳନା କରୁଥିଲେ ।
