ଖରଭୂଇଁ ପରିବେଶ ସୁରକ୍ଷା ଆନ୍ଦୋଳନରୁ ଗିରଫ ହୋଇଥିବା ନେତା ଅବକାଶ ସାହୁ ଜାମିନରେ ମୁକୁଳିଲେ

40 0

ବୌଦ୍ଧ;(ଚିତ୍ତରଞ୍ଜନ ସିଂହ)ବୌଦ୍ଧଜିଲ୍ଲାର ହରଭଙ୍ଗା ତହସିଲ ଅନ୍ତର୍ଗତ ଛତରଙ୍ଗ ଗ୍ରାମପଞ୍ଚାୟତର ଖରଭୁଇଁ ଓ ବାଇଶିପୋଡ଼ା ଗ୍ରାମରେ ଘନ ଜନବସତି ନିକଟସ୍ଥ ଜଙ୍ଗଲରେ ପଥର ଖାଦାନ କରି ବ୍ଲାଷ୍ଟିଙ୍ଗ କରାଯିବା ଫଳରେ ଅଧିକାଂଶ ଲୋକଙ୍କ ପକ୍କାଖର କାନ୍ଥ ଫାଟ ପଡ଼ିବା ଓ ଗ୍ରାମ ଭିତରେ ପ୍ରତିଷ୍ଠିତ କ୍ରସର ଯୋଗୁଁ ସବୁଜ ବନାନୀ ଓ ଫସଲ ନଷ୍ଟ ହେବା ଘଟଣା ପ୍ରତିବାଦରେ ଖରଭୂଇଁ ଗ୍ରାମବାସୀଙ୍କୁ ସାଥିରେ ନେଇ ଏହି ଅଞ୍ଚଳର ପୂର୍ବତନ ଜିଲ୍ଲାପରିଷଦ ସଭ୍ୟ ତଥା କମ୍ୟୁନିଷ୍ଟ ପାର୍ଟିର ରାଜ୍ୟ ପରିଷଦ ସଦସ୍ୟ ଅବକାଶ ସାହୁଙ୍କୁ ହରଭଙ୍ଗା ଥାନା ଅଧିକାରୀ କେତେକ ମକଦମାରେ ଜଡିତ କରାଇ ୧୫ନଭେମ୍ବର୨୦୨୨ରେ ଗିରଫ କରି ଜେଲ ପଠାଇ ଥିଲେ।

ଜେଲ ପଠାଇବା ପରେ ଗୋଟିକ ପରେ ଗୋଟିଏ ମକଦମା ପିଛିଲା ତାରିଖରୁ କରାଇ ତାଙ୍କୁ ଜେଲରେ ଅଟକ ରଖିଥିଲେ।ଗତ ୧୪ମାର୍ଚ୍ଚ୨୦୨୩ରେ ମାନ୍ୟବର ଓଡ଼ିଶା ହାଇକୋର୍ଟ ଏହି ଘଟଣାରେ ହସ୍ତକ୍ଷେପ କରି ଜାମିନି ଦେବାପାଇଁ ତଳ କୋର୍ଟକୁ ରାୟ ପ୍ରଦାନ କରିଥିଲେ।ମାନ୍ୟବର ହାଇକୋର୍ଟଙ୍କ ଉକ୍ତ ରାୟ ଭିତ୍ତିରେ ହରଭଙ୍ଗା ଜେ.ଏମ.ଏଫ.ସି କୋର୍ଟ ଅବକାଶ ସାହୁଙ୍କୁ ଜାମିନିରେ ମୁକୁଳାଇଛନ୍ତି। ବୌଦ୍ଧ ଜେଲରୁ ଶ୍ରୀଯୁକ୍ତ ସାହୁ ମୁକୁଳିବା ପରେ ଶହଶହ ଛତରଙ୍ଗ ଗ୍ରାମବାସୀ ଛତରଙ୍ଗ ନିଜ ବାସଭବନ ଠାରେ ସମ୍ବର୍ଦ୍ଧିତ କରିଛନ୍ତି।

Related Post

ଏନଫୋର୍ସମେଣ୍ଟ ସ୍କ୍ୱାର୍ଡ ପକ୍ଷରୁ ଚଢ଼ାଉ, ଧର୍ମଶାଳା ତହସିଲ ଅଧୀନରେ ଥିବା ବେଆଇନ କ୍ରସର ୟୁନିଟ ଉଚ୍ଛେଦ

Posted by - March 5, 2020 0
ଯାଜପୁର:04/03(ଆନନ୍ଦ ଚନ୍ଦ୍ର ସାହୁ)ଯାଜପୁର ଜିଲ୍ଲା ଏନଫୋର୍ସମେଣ୍ଟ ସ୍କ୍ୱାର୍ଡ ପକ୍ଷରୁ ଚଢ଼ାଉ । ଧର୍ମଶାଳା ତହସିଲ ଅଧୀନରେ ଥିବା ବେଆଇନ କ୍ରସର ୟୁନିଟ ଗୁଡିକ ଉଚ୍ଛେଦ । ବିଛାଖଣ୍ଡି…

ଟ୍ରକ ବାଇକ୍ ମୁହାଁମୁହିଁ ,ଘଟଣା ସ୍ଥଳରେ ବାଇକ୍ ଚାଳକଙ୍କ ମୃତ୍ୟୁ

Posted by - January 19, 2022 0
ମୁନିଗୁଡା :(ରମାକାନ୍ତ ପୋଢାଳ )ଟ୍ରକ ବାଇକ୍ ମୁହାଁମୁହିଁ ଧକ୍କା ,ଘଟଣା ସ୍ଥଳରେ ବାଇକ୍ ଚାଳକଙ୍କ ମୃତ୍ୟୁ।ଏଭଳି ଏକ ଘଟଣା ଘଟିଛି ରାୟଗଡ଼ା ଜିଲ୍ଲା ଅମ୍ବାଦଳା ଥାନାର ସ୍ତାନୀୟ…

କାର୍ତ୍ତିକେଶ୍ୱର କ୍ଲବ ର କୋରନା ସମ୍ପର୍କିତ ସଚେତନତା ଅଭିଯାନ

Posted by - April 16, 2020 0
ବରୀ:(ସ୍ନେହାଂଶୁ ଶେଖର ମହାନ୍ତି)ବରୀ ବ୍ଲକ ଅନ୍ତର୍ଗତ ଗମୁ ଗ୍ରାମର କାର୍ତ୍ତିକେଶ୍ଵର କ୍ଲବ ର ସଦସ୍ୟ ମାନେ ଏକ ବିରଳ ଚିନ୍ତା ଧାରା ନେଇ ସ୍ୱଚ୍ଛ|କୃତ ଭାବେ ଗ୍ରାମର…

ସ୍ଵାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରରେ ବିଶ୍ୱ ରକ୍ତଦାତା ଦିବସ

Posted by - June 14, 2021 0
ବେଲଗୁଣ୍ଠା:(ସୁଶାନ୍ତ କୁମାର ବେହେରା) ରକ୍ତ ଅଭାବ ଜନିତ ସମସ୍ୟାର ସମାଧାନ ନିମନ୍ତେ ରକ୍ତଦାନ ଜରୁରୀ ହୋଇପଡିଥିବା ବେଳେ ଏ ସଂକ୍ରାନ୍ତରେ ଜନ ସଚେତନତା ସୃ୍ଷ୍ଟି କରିବା ପାଇଁ…