ଉତକେଲା ରୁ ବିମାନ ଉଡାଣ ଲାଇସେନ୍ସ ପାଇଁ ୨ ଜାଣିଆ ଡିଜିସିଏ କତ୍ତୃପକ୍ଷ ଙ୍କ ସମୀକ୍ଷା।ବିମାନ ଚାଳିବା ଆଶା ଦିଶିଲା

53 0

ଉକେସିଙ୍ଗା :(ରୁ ପ୍ରିଟେସ ପଟେଲ) ଉତକେଲା ରୁ ବିମାନ ଉଡିବା  ଟୁ ବି ଲାଇସେନ୍ସ ଦେବା ପାଇଁ ଶୁକ୍ରବାର ଦିନ ଡି ଜି ସି ଏ ର ଦୁଇ ଜଣିଆ ଅଧିକାରୀ ସମୀକ୍ଷା ପାଇଁ ଉତକେଲା ପହଞ୍ଚିଛନ୍ତି।ଡି ଜି ସି ଏ ର ମନୀଷ ଠାକୁର ଓ ଧୂସର ମଣ୍ଡଳ ଆସିଛନ୍ତି।।ଏମାନେ ଓଲ୍ହାଇବା ପରେ ନୂତନ ଭାବରେ ହୋଇଥିବା ବିମାନ ବନ୍ଦର ର ସବୁ ବୁଲି ଦେଖିଥିଲେ।ଏମାନଙ୍କୁ ସବୁ ଦେଖାଇବା ଓ ସହଯୋଗ ପାଇଁ ଏ ଜି ଏମ ଏଟିସି,ପାଇଲଟ,ଏମ ଇ ଟି ଅଧିକାରୀ,ଏ ଟି ସି ଅଧିକାରୀ ଉପସ୍ଥିତ ଥିଲେ।

ଜିଲ୍ଲାପ୍ରଶାସନ ପକ୍ଷରୁ ଉପଜିଲ୍ଲାପାଳ ବିଶ୍ୱଜିତ ଦାସ ଙ୍କ ନେତୃତ୍ୱରେ ପୂର୍ତ୍ତ ବିଭାଗ କତ୍ତୃପକ୍ଷ,ଅଗ୍ନିଶମ ବିଭାଗ,ସୁରକ୍ଷା ବିଭାଗ,ଟ୍ରାଫିକ କଣ୍ଟ୍ରୋଲ ପାଇଁ ଲାଗିଥିବା ଟାୱାର କମ୍ପାନୀ କତ୍ତୃପକ୍ଷ ଉପସ୍ଥିତ ରହି ସବୁ ଗାଇଡ଼ ଲାଇନ ଅନୁଯାୟୀ ହୋଇଥିବା ଦେଖାଇଥିଲେ।ସବୁ ବିଭାଗ କୁ ସ୍ୱତନ୍ତ୍ର ଭାବରେ ଏମାନେ ତନଖି କରୁଛନ୍ତି।ଶୁକ୍ରବାର ଦିନ ଅଧା ତନଖି କରିଥିବାବେଳେ ଶନିବାର ଦିନ ଏମାନେ ବଳକା ଦେଖି ଓ ଅଧିକାରୀ ଙ୍କ ଶହ ଆଲୋଚନା କରି ଫେରିଯିବା ର କାର୍ଯ୍ୟକ୍ରମ ରହିଛି।

ଏମାନଙ୍କ ଗସ୍ତ କୁ ସମ୍ପୂର୍ଣ୍ଣ ସୁରକ୍ଷା ବ୍ୟବସ୍ଥା ମଧ୍ୟରେ କରାଯାଇଥିଲା।ବର୍ତ୍ତମାନ ଏହି ବିମାନ ବନ୍ଦର ଟୁ ବି ଅନୁଯାୟୀ ହୋଇଛି। ଏଭିଏସନ ବିଭାଗ ର ଜଣେ ନୋଡାଲ ଅଧିକାରୀ ଙ୍କ ତତ୍ୱାବଧାନ ରେ ସମସ୍ତ କାର୍ଯ୍ୟ ଗାଇଡ଼ ଲାଇନ ଅନୁଯାୟୀ ସମ୍ପାଦନ ହୋଇଛି।ଏଣୁ ଲାଇସେନ୍ସ ମିଳିବାର ସମ୍ପୂର୍ଣ୍ଣ ସମ୍ଭାବନା ରହିଛି।ଏହି ମଧ୍ୟରେ ପୁଣି କେନ୍ଦ୍ର ସରକାର ଏହି ଉଡାଯାହାଜ ପଡିଆ କୁ ଥ୍ରୀ ସି ଘୋଷଣା କରିଛନ୍ତି।।

 

Related Post

ମମିତା ହତ୍ୟାକାଣ୍ଡ ପ୍ରତିବାଦରେ ବିଜେପି ଦଳ ପକ୍ଷରୁ ବାର ଘଣ୍ଟିଆ ବଲାଙ୍ଗୀର ବନ୍ଦ

Posted by - October 22, 2021 0
ବଙ୍ଗୋମୁଣ୍ଡା:( ଅଭିମନ୍ୟୁ ବହିଦାର)କଳାହାଣ୍ଡି ଜିଲ୍ଲା ମହାଲିଙ୍ଗ ସନ୍ ସାଇନ୍ ପବ୍ଲିକ ସ୍କୁଲର ଅଧ୍ୟକ୍ଷା ମମିତା ମେହେର ହତ୍ୟା ଘଟଣା ପ୍ରତିବାଦରେ ସମଗ୍ର ରାଜ୍ୟରେ ଜନଆନ୍ଦୋଳନ କ୍ରମାଗତଭାବେ ବୃଦ୍ଧି…

ଭୁବନେଶ୍ୱର ଉତ୍ତର ବିଧାୟକଙ୍କ ଦ୍ୱାରା ବୃକ୍ଷରୋପଣ

Posted by - July 21, 2021 0
ଉତ୍ତରଭୁବନେଶ୍ୱର:( ସନ୍ତୋଷ ରାଉତ)ରାଜଧାନୀ ଉପକଣ୍ଠ ବାରଙ୍ଗ କୁଞ୍ଜ ବିହାରୀ କଲେଜ ନିକଟ କେନାଲ ବନ୍ଧରେ ବୃକ୍ଷ ରୋପଣ କାର୍ଯ୍ୟ କ୍ରମ ଅନୁଷ୍ଠିତ ହୋଇ ଯାଇଛି । ପଞ୍ଚ…

ବ୍ରହ୍ମପୁର ଦୂର୍ନୀତି ନିବାରଣ ବିଭାଗ ପକ୍ଷରୁ ଦୂର୍ନୀତି ନିବାରଣ ସପ୍ତାହ ଅନୁଷ୍ଠିତ

Posted by - October 31, 2020 0
ପାରଳାଖେମୁଣ୍ତି:ବ୍ରହ୍ମପୁର ଦୂର୍ନୀତି ନିବାରଣ ବିଭାଗ ପକ୍ଷରୁ ଦୂର୍ନୀତି ନିବାରଣ ସପ୍ତାହ ଅନୁଷ୍ଠିତ ହୋଇଯାଇଛିାଏଥିରେ ମୁଖ୍ୟଅତିଥି ରୂପେ ବ୍ରହ୍ମପୁର ଦୂର୍ନୀତି ନିବାରଣର ଅଧୀକ୍ଷକ ଅନୀଲ କୁମାର ପାତ୍ର ଯୋଗଦାନ…

ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ସମ୍ପନ୍ନ ହେବ ଭାରତର ବୀର ସୁପୁତ୍ର CDS ଜେନେରାଲ ବିପିନ ରାୱତ ଙ୍କ ଶେଷ କୃତ୍ୟ

Posted by - December 10, 2021 0
ନୂଆଦିଲ୍ଲୀ/ଭୁବନେଶ୍ବର :(ନରେନ୍ଦ୍ର ନେଗୀ/ ଅର୍ଜୁନ ପଟ୍ଟନାୟକ)ସମଗ୍ର ଦେଶକୁ ହତ ଚକିତ, ସ୍ତବ୍ଧ କରିଥିବା ବାୟୁ ସେନା ର ଅତ୍ୟାଧୁନିକ ହେଲିକପ୍ଟର ଦୁର୍ଘଟଣାରେ ଭାରତ ର CDS ବିପିନ…