କେସିଙ୍ଗା:(ପ୍ରୀଟେଶ ପଟେଲ୍) କଳାହାଣ୍ଡି ଜିଲ୍ଲା କେସିଙ୍ଗା ଡିଷ୍ଟିକ ଆଦିବାସୀ ସଂଘ ପକ୍ଷରୁ ସ୍ଥାନୀୟ ତହସିଲଦାର ଙ୍କ ଜରିଆରେ ମହାମହିମ ରାଜ୍ୟପାଳ ଙ୍କୁ ଆଦିବାସୀ ମାନଙ୍କର ବିଭିନ୍ନ ସମସ୍ୟା ନେଇ ଏକ ଦାବିପତ୍ର ପ୍ରଦାନ କରାଯାଇଛି।ସକାଳ ୧୦ ଘଣ୍ଟା ସମୟରେ କେସିଙ୍ଗା ସାନପଡା ରୁ ତହସିଲ ଅଫିସ୍ ପର୍ଯ୍ୟନ୍ତ ଏକ ବିରାଟ ପଦ ଯାତ୍ରା ଶହ ଶହ ଆଦିବାସୀ ଯୁବକ ମହିଳା ମାନେ ନିଜର ପାରମ୍ପାରିକ ବାଦ୍ୟ ଯନ୍ତ୍ର ସହ ଆଦିବାସୀ ଅସ୍ତ୍ର ଶସ୍ତ୍ର ହାତରେ ଧରି ନକଲି ଆଦିବାସୀ ଙ୍କୁ ଗିରଫ କରିବା ପାଇଁ ବିଭିନ୍ନ ସ୍ଲୋଗାନ ଦେଇ ଥିଲେ।
ଆଦିବାସୀ ନାମ ନେଇ ଜେଉ ଲୋକମାନେ ବିଭିନ୍ନ ସରକାରୀ ସୁବିଧା ନେଉଛନ୍ତି ସେହି ନକଲି ଆଦିବାସୀ ଙ୍କୁ ଗିରଫ କରିବା ପାଇଁ ଦାବିକରିଥିଲେ।ତହସିଲଦାର ଙ୍କ ଅନୁପସ୍ଥିତିରେ ଦାବିପତ୍ର କେସିଙ୍ଗା ବିଡ଼ିଓ ଙ୍କ ଜରିଆରେ ରାଜ୍ୟପାଳ ଙ୍କୁ ପ୍ରେରଣ କରିଥିଲେ। ତହସିଲଦାର ନ ଥିବାରୁ ଆଦିବାସୀ ସଂଘ ର ସଭାପତି କହିଲେ ଏହି ସରକାର ଆଦିବାସୀ ଙ୍କୁ ଅଣଦେଖା କରୁଛି।
ଏହୀ ରେଲି ରେ ଓଡ଼ିଶା ଆଦିବାସୀ ସଂଘ ର ସଭାପତି, କଳାହାଣ୍ଡି ଆଦିବାସୀ ସଂଘ ସଭାପତି, କେସିଙ୍ଗା ବ୍ଲକ୍ ଆଦିବାସୀ ସଂଘ ସଭାପତି ଶେଷ ଦେବ ମାଝୀ,ସମ୍ପାଦକ ସୁରେଶନ ଶବର ,କେସିଙ୍ଗା ନଗର କମିଟି ସଭାପତି ସଦା ମାଝୀ ଓ ଅନ୍ୟାନ୍ୟ ପଦାଧିକାରୀ ମାନେ ଉପସ୍ଥିତ ଥିଲେ।ଏବଂ ଆଗାମୀ ଦିନରେ ନକଲି ଆଦିବାସୀ ଚିହ୍ନଟ କରି ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନଗଲେ ଆଗାମୀ ଦିନରେ ଆଦିବାସୀ ସଂଘ ଆଇନ ନିଜ ହାତକୁ ନେବ ବୋଲି ସଂଘ ପଦାଧିକାରୀ ମାନେ ଚେତାବନୀ ଦେଇଛନ୍ତି।