ଡକାୟତ ଯୋଜନା ପଣ୍ଡ – ୭ ଡକାୟତଙ୍କୁ କାବୁକଲା ଟିଟିଲାଗଡ ପୋଲିସ,ସାମ୍ୱାଦିକ ସମ୍ମିଳନୀରେ ଦେଲେ ସୂଚନା

223 0

ଟିଟିଲାଗଡ:(ସଞ୍ଜୟ କୁମାର ନାୟକ)ଟିଟିଲାଗଡ ଥାନା ଅଞ୍ଚଳରେ କିଛି ଅସାମାଜିକ ଯୁବକ ଚୋରି ଘଟାଉଥିବା ଅଭିଯୋଗ ପୋଲିସ ପାଖରେ ହସ୍ତଗତ ହେବା ପରେ ଟିଟିଲାଗଡ ପୋଲିସ ସେମାନଙ୍କୁ କାବୁ କରିବାକୁ ଏକ ସ୍କ୍ୱାଡ ହୋଇ ଧରପଗଡ ଜାରି ରଖିଥିଲେ। ୧୨ ତାରିଖ ରାତି ହାଇସ୍କୁଲ ଖେଳ ପଡିଆ ଠାରେ ସାତ ଜଣ ଯୁବକ ବସି ମଦ ପିଇ ଏକ ଡକାୟତି ଯୋଜନା କରୁଥିବା ବେଳେ ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ଥାନାଧିକାରୀ ଶ୍ରୀ ରଞ୍ଜନ କୁମାର ବରିହାଙ୍କ ନେତୃତ୍ୱରେ ଏସ ଆଇ ନରେନ୍ଦ୍ର ଛତର, ଏ ଏସ ଆଇ ଦେବରାଜ ମାଝୀ, ପି ଏସ ଆଇ ମାରୁତ୍ ଚନ୍ଦ୍ର ପ୍ରଧାନ, ଅମିୟ ପଟେଲ, ହିମାଂଶୁ ଭରାସାଗର, ଓଏପିଫ ପିତାମ୍ବର ପୂଜାରୀ ପହଞ୍ଚି ସେମାନଙ୍କୁ ଥାନାକୁ ଆଣି ପଚରାଉଚୁରା କରିଥିଲେ।

ବଙ୍ଗୋମୁଣ୍ଡାରେ ଜଣେ ବ୍ୟବସାୟୀ ଘରେ ଡକାୟତି ଯୋଜନା କରୁଥିବା ପୋଲିସ ଜାଣିବାକୁ ପାଇଥିଲା, ଏବେ ସମସ୍ତଙ୍କୁ କୋର୍ଟ ଚାଲାଣ କରାଯିବା ନେଇ ସାମ୍ବାଦିକ ସମ୍ମିଳନୀରେ ଅତିରିକ୍ତ ଏସ ପି ସୁରେଶ୍ କୁମାର ନାଏକ ସୂଚନା ଦେଇଛନ୍ତି।ଟିଟିଲାଗଡ ଥାନା ପରିସରରେ ଅତିରିକ୍ତ ଏସ ପି ଶ୍ରୀ ସୁରେଶ କୁମାର ନାଏକ,ଥାନାଧିକାରୀ ରଞ୍ଜନ କୁମାର ବରିହା ସାମ୍ବାଦିକ ସମ୍ମିଳନୀରେ ଗିରଫ କରିଥିବା ୭ ଅଭିଯୁକ୍ତ ପୁର୍ବରୁ ବିଭିନ୍ନ ଘଟଣାରେ ସାମିଲ ଥିବା ମଧ୍ଯ କହିଛନ୍ତି।

ଏହି ଅଭିଯୁକ୍ତ ମାନେ ହେଲେ ଟିଟିଲାଗଡ ହାଇସ୍କୁଲ ପଡ଼ାର କୈଳାଶ ଥାପା, ନରେସ ବାଗ, ଟାଙ୍ଗରପଡ଼ାର ନିରାକାର ବାରିକ, ଉଦେପୁରର ଖଗେଶ୍ବର ଦାସ, ସିରଭଟା ପଡ଼ାର ରବି ଗୌଡ଼, ବ୍ଲକ ପଡ଼ାର ଏମ ଡି ଅଜୁ, ପିଡବଲୁଡି କଲୋନୀର ସୁକାନ୍ତ କୁମାର ମିଶ୍ର। ଏମାନଙ୍କ ଠାରୁ ଗୋଟିଏ ହାତ ତିଆରି ୯.୯ ରିବଲଭର, ଗୋଟିଏ ଖେଳନା ପିସ୍ତଲ, ଗୋଟିଏ ଛୁରି, ଆଇରନ ରଡ, ରସି, ପ୍ଲାସ, କାଟିବା ଯନ୍ତ୍ର, ନଗଦ ୧୩୪୦ ଟଙ୍କା, ଦୁଇଟି ଚୋରା ମୋବାଇଲ ଫୋନ ଜବତ କରାଯାଇଛି। ଗୋଟିଏ ବଡ଼ ଧରଣର ଡ଼କାୟତି ଉଦ୍ୟମ ପଣ୍ଡ କରିବାରେ ଟିଟିଲାଗଡ ପୋଲିସ ସଫଳ ହୋଇଛି।

Related Post

ଦୁଇ ବଜ୍ରକାପ୍ତା ଉଦ୍ଧାର ସହ ଦୁଇ ଶିକାରୀଙ୍କୁ ଗିରଫ କଲା ଏସ ଟି ଏଫ

Posted by - March 23, 2023 0
ବୌଦ୍ଧ:(ଚିତ୍ତରଞ୍ଜନ ସିଂହ)ବଜ୍ରକାପ୍ତା ବିକ୍ରି ଉଦ୍ୟମ ବେଳେ ବୌଦ୍ଧ ଜିଲା ଜାମୁଖୋଲ ଗ୍ରାମର ଦୁଇ ଶିକାରୀଙ୍କୁ ଗିରଫ କଲା ପୋଲିସ ର ସ୍ପେଶାଲ ଟାସ୍କ ଫୋର୍ସ l ବଜ୍ରକାପ୍ତା…

ନୃଶଂସ ସାଜିଲା ସ୍ୱାମୀ,ବିଭତ୍ସ ଭାବେ ହତ୍ୟା କଲା ନିଜ ସ୍ତ୍ରୀ କୁ

Posted by - February 13, 2020 28
ମୟୁରଭଞ:13/02 (ସୀତାରାମ ଦୀକ୍ଷିତ) ନୃଶଂସ ସାଜିଲା ସ୍ୱାମୀ।ବିଭତ୍ସ ଭାବେ ହତ୍ୟା କଲା ନିଜ ସ୍ତ୍ରୀ କୁ। ତେବେ ପାରିବାରିକ କଳହକୁ କେନ୍ଦ୍ର କରି ସ୍ତ୍ରୀକୁ ହତ୍ୟା କରିଛି ସ୍ବାମୀ।…

ସିନ୍ଧେକେଲା ଶୁଣ୍ଢିମୁଣ୍ଡାରୁ ଉଦ୍ଧାର ମୃତ ଯୁବତୀ ଘଟଣା,ପ୍ରେମ ଜନିତ ହତ୍ୟାକାଣ୍ଡ,କୋର୍ଟ ରେ ହାଜର କଲା ସିଂଧେକେଲା ପୋଲିସ

Posted by - January 16, 2022 0
ବଙ୍ଗୋମୁଣ୍ଡା:(ଅଭିମନ୍ୟୁ ବହିଦାର)ଗତ ଡିସେମ୍ବର ମାସ ୧୦ ତାରିଖ ଦିନ ବଲାଙ୍ଗୀର ଜିଲ୍ଲା ସିନ୍ଧେକେଲା ଥାନା ଅନ୍ତର୍ଗତ ଶୁଣ୍ଢିମୁଣ୍ଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଏକ କୋଠରୀ ରୁ ଜଣେ…

ଭୁସାମଲ ଦୋକାନରୁ ୨୬ ହଜାର ଟଙ୍କା ସହିତ ଲକ୍ଷାଧିକ ଟଙ୍କାର ଗ୍ରୋସରୀ ସାମଗ୍ରୀ ଲୁଟ

Posted by - July 28, 2021 0
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ )ଭୁସାମଲ ଦୋକାନରୁ ୨୬ ହଜାର ଟଙ୍କା ସହିତ ଲକ୍ଷାଧିକ ଟଙ୍କାର ଗ୍ରୋସରୀ ସାମଗ୍ରୀ ଲୁଟି ନେଲେ ଲୁଟେରା । ଏଭଳି ଘଟଣା…