ଟିଟିଲାଗଡ:(ସଞ୍ଜୟ କୁମାର ନାୟକ)ପବିତ୍ର ହୋଲି ଉପଲକ୍ଷେ ଟିଟିଲାଗଡ ମାରୱାଡ଼ି ମହିଳା ସମିତି ପକ୍ଷରୁ ଏକ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସ୍ଥାନୀୟ ଧର୍ମଶାଳା ଠାରେ ଅନୁଷ୍ଠିତ ହୋଇଥିଲା, ଏଥିରେ ମୁଖ୍ୟ ଆକର୍ଷଣ ଥିଲା ରାଜସ୍ଥାନୀ ଥିମ। ରଙ୍ଗିଲା ରାଜସ୍ଥାନ ବିଷୟ ବସ୍ତୁ ଉପରେ କବିତା,ଚୁଟକୁଲା, ନୃତ୍ୟ ପ୍ରତିଯୋଗୀତା ଆୟୋଜିତ ହୋଇଥିଲା।ଶାଖା ସଭାପତି ଶ୍ରୀମତି ସନ୍ତୋଷ ଦେବି ସୋନିଙ୍କ ସଭାପତିତ୍ବରେ ଏହି କାର୍ଯ୍ୟକ୍ରମରେ ଟିଟିଲାଗଡ ସହରର ମାରୱାଡ଼ି ମହିଳା ମାନେ ଏହି ପ୍ରତିଯୋଗିତାରେ ଅଂଶ ଗ୍ରହଣ କରି ନିଜ ନିଜର କଳା ପ୍ରଦର୍ଶନ କରିଥିଲେ।
ଏହି କାର୍ଯ୍ୟକ୍ରମ ଆୟୋଜନ କରିବାର ମୁଖ୍ୟ ଉଦେଶ୍ୟ ହେଲା ହୋଲି ଉପଲକ୍ଷେ ଆନନ୍ଦ ର ସହିତ ସମସ୍ତଙ୍କ ସହିତ ମିଳାମିଶା କରିବା , ଭାବର ଆଦାନ ପ୍ରଦାନ ସହ ନିଜ ନିଜ ଭିତରେ ରଖିଥିବା କଳା ପ୍ରଦର୍ଶନ କରିବା ବୋଲି ସଭାପତି କହିଥିଲେ। ଏହି ଅବସରରେ ଯେଉଁମାନେ ସମାଜରେ ନିଜେ କାର୍ଯ୍ୟ କରିବା ସହ ନିଜର ପରିବାର ଚଳାଉଛନ୍ତି ତଥା ସାମାଜିକ କ୍ଷେତ୍ରରେ ଯୋଗଦାନ କରିଥିବା ମହିଳା ଝୁନୁ ବାରିକ, ସରସ୍ଵତୀ ଅଗ୍ରୱାଲଙ୍କୁ ସମ୍ମାନୀତ କରାଯାଇଥିଲା।
ଶେଷରେ ରାଜସ୍ଥାନୀ ଖାଦ୍ୟ ସମସ୍ତଙ୍କୁ ପରିବେଷଣ କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ସଫଳ କରାଇବାରେ ସମ୍ପାଦିକା ସ୍ଵାତୀ ଗୋଏଲ, ସଂଗୀତା ଅଗ୍ରୱାଲ, ଲଳିତା ଲାଠ, ସରୋଜ ଅଗ୍ରୱାଲ ଏବଂ ସମିତିର ମହିଳା ମାନେ ସହଯୋଗ କରିଥିଲେ।ଏହି କାର୍ଯ୍ୟକ୍ରମରେ ଜଜ୍ ଭାବରେ ଅନୁରାଧା ସୋନି, ସୁପ୍ରିୟା ଗୁପ୍ତା, ସୀମା ଅଗ୍ରୱାଲ ମଞ୍ଚାସିନ ହୋଇ ପ୍ରତିଯୋଗୀଙ୍କ ଫଳାଫଳ ଘୋଷଣା କରିଥିଲେ।