ଆଇସକ୍ରିମ ପାର୍ଲର ଓ ଏଗ୍ରିମଲ ଲୋକାର୍ପଣ

43 0

ସୁବର୍ଣ୍ଣପୁର:(ଅଜିତ କୁମାର ପୁଜାହାରୀ)ସୁବର୍ଣ୍ଣପୁର ଜିଲ୍ଳାରେ ଆମ୍ବ ଚାଷ ଓ ଆମ୍ବ ଉତ୍ପାଦନକୁ ବିଶେଷ ଗୁରୁତ୍ୱ ପ୍ରଦାନ କରାଯାଇଛି l ଚଳିତ ବର୍ଷ ଜିଲ୍ଲାରେ 20.000 ମେଟ୍ରିକ ଟନ ଆମ୍ବ ଉତ୍ପାଦନ କରାଯାଇ ତାର ସଫଳ ପ୍ରକ୍ରିୟାକରଣ ପୂର୍ବକ ଆମ୍ବ ଆଇସକ୍ରିମ ପ୍ରସ୍ତୁତ କରାଯାଇ ଏକ ସୁ-ବ୍ୟବସ୍ଥିତ ଢଙ୍ଗରେ ବଜାର ବ୍ୟବସ୍ଥା କରାଯାଇ ପାରିଛି l ଏହାକୁ ସଫଳ ଏବଂ ଭବିଷ୍ୟତ ଦୃଢ଼ୀଭୂତ ବଜାର ନିମନ୍ତେ ଜିଲ୍ଳା ମିଶନ ଶକ୍ତି ଦ୍ୱାରା ଗଠିତ ସୁବର୍ଣା ଶ୍ରୀ ଉତ୍ପାଦକ କମ୍ପାନୀ ତତ୍ୱାବଧାନରେ ରାଧାକୃଷ୍ଣ ମହିଳା ଗୋଷ୍ଠୀ ଦ୍ୱାରା ଆମ୍ବ ଆଇସକ୍ରିମ ର ସଫଳ ବଜାରୀକରଣ ନିମନ୍ତେ ଆବଶ୍ୟକ ସୁବ୍ୟବସ୍ଥା ଓ ପରିଚାଳନା କରାଯାଉଛି l

ପୁନଶ୍ଚ ଜିଲ୍ଲାର ଅର୍ଥନୈତିକ ଅଭିବୃଦ୍ଧି ସହ ଜିଲ୍ଲାରେ ମାଁ ମାନଙ୍କୁ ଆର୍ଥିକ ସମୃଦ୍ଧି ତଥା ଆତ୍ମନିର୍ଭର ଲକ୍ଷ୍ୟରେ ଆଜି ସୋନପୁର ସହର ସ୍ଥିତ ବ୍ଲକ ମିଶନ ଶକ୍ତି ଗୃହ ଠାରେ ଏକ ବ୍ୟବସ୍ଥିତ ଆଇସକ୍ରିମ ପାର୍ଲର ସର୍ବ ସାଧାରଣଙ୍କୁ ଉପଲବ୍ଧ କରାଇବା ନିମନ୍ତେ ଜିଲ୍ଲାପାଳ ଅବୋଲି ସୁନୀଲ ନରୱଣେ ଙ୍କ କରକମଳରେ ଉଦଘାଟନ ହୋଇଯାଇଛି l ଏହି ଆଇସକ୍ରିମ ପାର୍ଲର ରେ ଶତ ପ୍ରତିଶତ ପ୍ରାକୃତିକ ପ୍ରସ୍ତୁତ ଷ୍ଟ୍ରବେରୀ, ଗୁଆଭା, କଷ୍ଟାର୍ଡ ଓ ଆମ୍ବ ର ସମସ୍ତ ପ୍ରକାରର ଆଇସକ୍ରିମ ସୁଲଭ ମୂଲ୍ୟ ରେ ଉପଲବ୍ଧ ରହିଛି l ପୁନଶ୍ଚ ଜିଲ୍ଲାର ଜନସାଧାରଣ ଙ୍କୁ କୃଷିଜାତଦ୍ରବ୍ୟ ରୁ ପ୍ରସ୍ତୁତ ଶତପ୍ରତିଶତ ପ୍ରାକୃତିକ ଉତ୍ପାଦ ର ଉପଲବ୍ଧତା ତଥା ଜିଲ୍ଲାର କୃଷକ ଓ କୃଷି ଉତ୍ପାଦକଙ୍କୁ ବ୍ୟବସ୍ଥିତ ଓ ସୁ ନିଶ୍ଚିତ ବଜାରୀକରଣ ନିମନ୍ତେ ସୁଯୋଗ ସୃଷ୍ଟି ଲକ୍ଷ୍ୟରେ ଆଜି ସ୍ଥାନୀୟ ସୁରେଶ୍ୱରୀମନ୍ଦିର ପ୍ରବେଶ ପଥ ସମ୍ମୁଖ ପାଖରେ ଜିଲ୍ଲା ଓରମାସ ଏବଂ ମିଶନ ଶକ୍ତି ର ଏଗ୍ରି ମଲ କୁ ମଧ୍ୟ ମାନନୀୟା ଜିଲ୍ଲାପାଳ ଉଦଘାଟନ କରି ଲୋକାର୍ପଣ କରିଛନ୍ତି l

କୃଷିଜାତ ରୁ ପ୍ରସ୍ତୁତ ଉତ୍ପାଦ ଜିଲ୍ଲାର ଅନ୍ୟ ମାନଙ୍କୁ ରୋଜଗାର ଓ ଆର୍ଥିକ ସ୍ୱଚ୍ଛଳ କରିବା ସହ ପ୍ରେରଣାଦାୟୀ ହୋଇପାରିବ l ଏହି ଉଦଘାଟନ ଅବସରରେ ସିଡିଓ ତଥା ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ଶ୍ରୀ ନିହାର ରଞ୍ଜନ କଁହର, ଜି ଏମ ଡି ଆଇ ସି ବଳଭଦ୍ର ନାୟକ, ସହକାରୀ ଉଦ୍ୟାନ କୃଷି ନିର୍ଦେଶକ ହୃଷିକେଶ ଦାଶ, ଡେପୁଟି ସି ଇ ଓ ଓରମାସ ଯୁବରାଜ ସାହୁ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଅଶ୍ବିନୀ କୁମାର ଭୋଇ,
ଡି ପି ଏମ ଫ୍ରାନସିସ ଲାକ୍ରା, ଓଡିପିସି ମିଶନ ଶକ୍ତି କାର୍ତ୍ତିକ ଚନ୍ଦ୍ର ନାୟକ ତଥା ଜିଲ୍ଳା ଉତ୍ପାଦକ ଗୋଷ୍ଠୀ ସୁବର୍ଣ୍ଣାଶ୍ରୀ, ବିଲଏଫ ଓ ରାଧା କୃଷ୍ଣ SHG ର ସଦସ୍ୟା ବୃନ୍ଦ ଉପସ୍ଥିତ ଥିଲେ l

 

Related Post

କୁସକେଲା ଲୁଧିପଡ଼ା ନିକଟରେ ଗ୍ରାମବାସୀ ଅଟକାଇଲେ ପିଡିଏସ ଚାଉଳ ଗାଡ଼ି, ରାତିରେ ଚାଉଳ ଯୋଗାଣ କୁଆଡେ ?

Posted by - July 31, 2022 0
ଟିଟିଲାଗଡ:(ସଞ୍ଜୟ କୁମାର ନାୟକ)ଟିଟିଲାଗଡ ନିକଟସ୍ଥ କୁସକେଲା ଗ୍ରାମପଞ୍ଚାୟତ ନିକଟ ଲୁଧିପଡ଼ା ନିକଟରେ ରାତିରେ ପିଡ଼ିଏସ ଚାଉଳ କେଉଁଠିକୁ ଯାଉଛି ବୋଲି ଗ୍ରାମବାସୀ, ୱାର୍ଡ ମେମ୍ବର ଡ୍ରାଇଭରକୁ ପଚାରିଥିଲେ,…

୧୦,୦୦୦ ଟଙ୍କା ଲାଞ୍ଚ ନେଉଥିବା ବେଲେ ଭିଜିଲାନ୍ସ ହାତରେ ସରକାରୀ ବାବୁ

Posted by - November 12, 2021 0
ସମ୍ବଲପୁର:(ରମାକାନ୍ତ ବିଶ୍ବାଳ)ସରକାରୀ ବାବୁ ମାନଙ୍କର ଲାଞ୍ଚ ମାଗିବା ଏକ ସାଧାରଣ ଅଭ୍ୟାସରେ ପରିଣତ ହୋଇଗଲାଣି l ତେବେ ଲାଞ୍ଚ ଦୁର୍ନୀତିଆଙ୍କ ଚେର ଏତେ ଗଭୀର ଯେ ତାର…

ଛାତ୍ରୀ ମାନଙ୍କ ନିମନ୍ତେ ଆତ୍ମସୁରକ୍ଷା ତାଲିମ ଶିବିର ଅନୁଷ୍ଠିତ ହୋଇ ଯାଇଛି।

Posted by - April 18, 2022 0
ବଙ୍ଗୋମୁଣ୍ଡା : (ଅଭିମନ୍ୟୁ ବହିଦାର) ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଳକ ଅନ୍ତର୍ଗତ ଭାଲୁମୁଣ୍ଡା ପ୍ରସନ୍ନ ପାଳ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସର ମଧ୍ୟରେ ଆଠ ଦିନିଆ ଆତ୍ମ…

ବିଂଝାରପୁର ବ୍ଲକ ଘଣ୍ଟିଆଳି ଗ୍ରାମ ପଞ୍ଚାୟତ ର ବିଶୁନପୁର କାଣ୍ଡିସାହି ଅଞ୍ଚଳକୁ କଣ୍ଟେନ୍ଟମେଣ୍ଟ ଜୋନ ଘୋଷଣା

Posted by - July 4, 2020 0
ବିଞ୍ଝାର ପୁର:(ଗୁଲସାନଵାଜ ଅଲି ଖାନ )ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବିବାରେ ଲାଗିଛି। ଯାଜପୁର ରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ବିଂଝାରପୁର ବ୍ଲକ ଘଣ୍ଟିଆଳି…