ଟିଟିଲାଗଡ :(ସଞ୍ଜୟ କୁମାର ନାୟକ) ସ୍ଥାନୀୟ ପୌରପରିଷଦ କଲ୍ୟାଣ ମଣ୍ଡପ ଠାରେ ବାଣିଜ୍ୟ, ଜଳସମ୍ପଦ ଓ ପରିବହନ ମନ୍ତ୍ରୀ ଶ୍ରୀମତି ଟୁକୁନି ସାହୁଙ୍କ ଅଧ୍ୟକ୍ଷତାରେ ଟିଟିଲାଗଡ ନିର୍ବାଚନ ମଣ୍ଡଳୀର ଉନ୍ନୟନ ମୂଳକ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଟିଟିଲାଗଡ଼ର ବିଧାୟିକା ତଥା ମନ୍ତ୍ରୀ ଶ୍ରୀମତି ଟୁକୁନି ସାହୁ, ବଲାଙ୍ଗୀର ଜିଲ୍ଲାର ପିଡି ଶୁଶାନ୍ତ ସିଂ , ପିଡିଡୋଡ଼ା ସୁଦର୍ଶନ ସାଏ, ଡିପିଏମ ୟୁ ସଞ୍ଜୟ କୁମାର ଦୀପ, ଟିଟିଲାଗଡ ଉପଜିଲ୍ଲାପାଳ ଶ୍ରୀଯୁକ୍ତ ଦୟାମୟ ପାଢୀ, ଟିଟିଲାଗଡ଼ ପୌରପରିଷଦ ଅଧ୍ୟକ୍ଷ। ଶ୍ରୀମତି ମମତା ଜୈନ,ଟିଟିଲାଗଡ ଏସଡିପିଓ ଶ୍ରୀମତି ଅଙ୍କିତା କୁମ୍ଭାର ମଞ୍ଚାସିନ ଥିଲେ।
ଏହି ବୈଠକରେ ଟିଟିଲାଗଡ ନିର୍ବାଚନ ମଣ୍ଡଳୀର ଟିଟିଲାଗଡ, ସଇଁତଳା, ଗୁଡଭେଲା ବ୍ଲକ ଅନ୍ତର୍ଗତ ସରକାରୀ ଯୋଜନାର ବିଭିନ୍ନ ପ୍ରକଳ୍ପର କାମ କେତେ ଦୂର ହୋଇଛି ସେ ବିଷୟରେ ଆଲୋଚନା କରିଥିଲେ। ବିଭିନ୍ନ ବିଭାଗର ସମସ୍ତ ଅଧିକାରୀ ଯେପରିକି କେନ୍ଦୁଲିଫ, ଜିଲ୍ଲା ସାଂସ୍କୃତିକ ବିଭାଗ, ପୂର୍ତ୍ତ ବିଭାଗ, ମେଗା ଲିଫ୍ଟ ଇରିଗେସନ,ବିଦ୍ୟୁତ ବିଭାଗ, ଜଳ ବିଭାଜିକା ପ୍ରକଳ୍ପ, ସ୍ବାସ୍ଥ୍ୟ ବିଭାଗ, ତିନୋଟି ବ୍ଲକର ଉନ୍ନୟନ ଅଧିକାରୀ, ସ୍ବାସ୍ଥ୍ୟ ବିଭାଗ, ଜଳ ବିଭାଗ ଭଳି ସମସ୍ତ ବିଭାଗର ଅଧିକାରୀ ମାନଙ୍କୁ ଚାଲିଥିବା ବିଭିନ୍ନ ଉନ୍ନୟନ ପ୍ରକଳ୍ପ କାମ କେତେଦୂର ହୋଇଛି ? କେବେ ସମ୍ପୂର୍ଣ ହେବ ? କେଉଁ କାମ କରିବାରେ ବିଳମ୍ବ ହେଉଛି ? କାହିଁକି ବିଳମ୍ବ ହେଉଛି ?
ଏ ସବୁ କାର୍ଯ୍ୟ ବିଷୟରେ ଅଧିକାରୀଙ୍କୁ ଖୁଦ ମନ୍ତ୍ରୀ ଶ୍ରୀମତି ସାହୁ ପଚାରି ବୁଝିବା ସହ ସମସ୍ତ ସରକାରୀ ଯୋଜନା ଲୋକଙ୍କ ପାଖରେ ପହଞ୍ଚାଇବାକୁ କହିବା ସହ ସମସ୍ତ ପ୍ରକଳ୍ପ ବିଷୟରେ ପଚାରି ବୁଝିଥିଲେ, ଖାସ କରି ଆଗାମୀ ଖରା ଦିନ ପୁର୍ବରୁ ପିଇବା ପାଣି ସମସ୍ୟାର ସମାଧାନ, ସମସ୍ତ ୱାର୍ଡକୁ କିପରି ଜଳ ଯୋଗାଣ ହେବ ସେ ବିଷୟରେ ବ୍ୟବସ୍ଥା କରିବାକୁ ବିଭାଗର ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ମହିଳା ମାନଙ୍କୁ ଚାଷ କରିବା ପାଇଁ କଣ କଣ ଯୋଜନା ରହିଛି, ତାହା ସେମାନଙ୍କ ପାଖକୁ ପହଞ୍ଚାଇବାକୁ କହିଥିଲେ। ଏହି ବୈଠକରେ ଟିଟିଲାଗଡ଼ ପୌରପରିଷଦର ନିର୍ବାହୀ ଅଧିକାରୀ ଶ୍ରୀ ବିପିନ ଦୀପ ସମସ୍ତ ବ୍ୟବସ୍ଥା ପରିଚାଳନା କରାଇଥିଲେ।