ଜିଲ୍ଲା ପ୍ରଶାସନ ଉଦ୍ୟମରେ ସେଂଟ୍‌ ଜାଭିୟର୍ସ ସ୍କୁଲରେ ଗଠନ ହେଲା ହକି ଟିମ୍‌

29 0

ବୌଦ୍ଧ : (ଚିତ୍ତରଞ୍ଜନ ସିଂ) ସମଗ୍ର ରାଜ୍ୟରେ ହକିର ଭିତ୍ତିଭୂମି ପାଇଁ ଉଦ୍ୟମ ହେଉଥିବାବେଳେ ନୂତନ ହକି ଖେଳାଳୀ ସୃଷ୍ଟି ପାଇଁ ବୌଦ୍ଧ ଜିଲ୍ଲା ପ୍ରଶାସନ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରିଛି । ଜିଲ୍ଲାର ବିଭିନ୍ନ ବିଦ୍ୟାଳୟକୁ ହକି ଷ୍ଟିକ ତଥା ଅନ୍ୟାନ୍ୟ ଉପକରଣ ଜିଲ୍ଲା ପ୍ରଶାସନ ତରଫରୁ ଯୋଗାଇ ଦିଆଯାଉଛି । ବୌଦ୍ଧ ଜିଲ୍ଲା ମୁଖ୍ୟାଳୟରେ ଥିବା ଅନ୍ୟତମ ଅଗ୍ରଣୀ ଶିକ୍ଷାନୁଷ୍ଠାନ ସେଂଟ୍‌ ଜାଭିୟର୍ସ ସ୍କୁଲରେ ଆଜିଠାରୁ ଏକ ହକି ଟିମ୍‌ ଗଠନ କରାଯାଇଛି । ଜିଲ୍ଲାପାଳ ଶ୍ରୀଯୁକ୍ତ ସତ୍ୟରଂଜନ ସାହୁଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲା ଶିକ୍ଷା ବିଭାଗ ତରଫରୁ ସେଂଟ୍‌ ଜାଭିୟର୍ସ ସ୍କୁଲରେ ହକି ଷ୍ଟିକ୍‌ ଯୋଗାଇ ଦିଆଯାଇଛି ।

ସ୍କୁଲ ତରଫରୁ ହକି ସଂପର୍କିତ ଚିତ୍ରାଙ୍କନ ଓ ରଚନା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିବାବେଳେ ରାହାଗିରି କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀମାନେ ବିଶେଷ କାର୍ଯ୍ୟକ୍ରମରେ ଭାଗ ନେଇଛନ୍ତି । ଜିଲ୍ଲା ଶାରୀରିକ ଶିକ୍ଷା ନୀରିକ୍ଷକ ଆନନ୍ଦ ଚନ୍ଦ୍ର ବେହେରା ସ୍କୁଲ ଅଧ୍ୟକ୍ଷା ଶ୍ରୀମତୀ ସସ୍ମିତା ସେନାପତି, ଭାଇସ ପ୍ରିନ୍ସିପାଲ ସତ୍ୟନାରାୟଣ ସାହୁଙ୍କ ଉପସ୍ଥିତିରେ ଛାତ୍ରଛାତ୍ରୀଙ୍କୁ ହକି ଷ୍ଟିକ୍‌ ବଣ୍ଟନ କରାଯାଇଥିଲା । ବୌଦ୍ଧ ଜିଲ୍ଲାପାଳ ଶ୍ରୀଯୁକ୍ତ ସତ୍ୟରଂଜନ ସାହୁ ଓ ଜିଲ୍ଲା ଶିକ୍ଷାଧିକାରୀ ଡ. ଉଦୟନାଥ ମାଝୀଙ୍କୁ ଏହି ଅବସରରେ ସେଂଟ୍‌ ଜାଭିୟର୍ସ ସ୍କୁଲ ତରଫରୁ କୃତଜ୍ଞତା ଜ୍ଞାପନ କରାଯାଇଛି ।

Related Post

ହରଭଙ୍ଗା କଲେଜରେ ନବାଗତଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

Posted by - December 11, 2021 0
ବୌଦ୍ଧ:(ଚିତ୍ତ ରଂଜନ ସିଂ )ବୌଦ୍ଧ ଜିଲ୍ଲା ହରଭଙ୍ଗା ଆଞ୍ଚଳିକ ପଞ୍ଚାୟତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ଦ୍ୱିତୀୟ ବର୍ଷର ଛାତ୍ରଛାତ୍ରୀ ଙ୍କ ତରଫରୁ ନବାଗତ ଛାତ୍ରଛାତ୍ରୀ ଙ୍କ…

କରୋନା ମୁକାବିଲା ପାଇଁ ହାତ ବଢ଼ାଇଲେ ବିଭିନ୍ନ ବର୍ଗ,କୁନିଝିଅର ବଡ଼ ସହାୟତା

Posted by - April 16, 2020 0
ଭୁବନେଶ୍ୱର: ତା ୧୬/୪ : କରୋନା ବିରୁଦ୍ଧରେ ଲଢ଼େଇ ପାଇଁ ବିଭିନ୍ନ ଉପାୟରେ ଲୋକ ନିଜକୁ ପ୍ରସ୍ତୁତ କରୁଛନ୍ତି । ଏପରିକି ଛୋଟ ଛୋଟ ପିଲାମାନେ ମଧ୍ୟ…

କମାରଡ଼ିହ ପଂଚାୟତର ସରପଞ୍ଚ ଭାବେ ଦାୟିତ୍ବ ଗ୍ରହଣ କଲେ ଚିତ୍ତ ରଞ୍ଜନ ନାୟକ 

Posted by - March 11, 2022 0
ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ କମାରଡ଼ିହ ପଂଚାୟତ କାର୍ଯ୍ୟାଳୟ ପରିସରରେ ପଂଚାୟତ ର ସରପଞ୍ଚ ଭାବେ ଚିତ୍ତ ରଞ୍ଜନ ନାୟକ ଆଜି ନିଜର ଦାୟିତ୍ବ ଗ୍ରହଣ କରିଛନ୍ତି ପ୍ରଥମେ ପଂଚାୟତ କାର୍ଯ୍ୟାଳୟରେ  ପୂଜାର୍ଚନା କରିବା ପରେ ସେ ପୂର୍ବତନ ସରପଞ୍ଚ ସ୍ମିତରାଣୀ ବିଶ୍ଵାଳଙ୍କଠାରୁ ଦାଇତ୍ୱ ଗ୍ରହଣ କରିଛନ୍ତି। ଏହି ଅବସରରେ ପଂଚାୟତ ର ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କୁ ସ୍ବାଗତ କରିଥିଲେ। ଏଥିସହିତ ପଞ୍ଚାୟତର ଉନ୍ନୟନମୂଳକ କାର୍ଯ୍ୟ ପାଇଁ ପଞ୍ଚାୟତର ବହୁ ବୁଦ୍ଧିଜୀବୀ ଏବଂ   ସ୍ୱୟଂ ସହାୟକ ଗୋଷ୍ଠୀ ମହିଳାଙ୍କ ସହ ଆଲୋଚନା କରିଥିଲେ ।  ଚିତ୍ତ ରଞ୍ଜନ ସମସ୍ତ ଙ୍କ ସହଯୋଗ ନେଇ ପଂଚାୟତ ର ବିକାଶ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି।

ଗୋସୁରକ୍ଷ୍ୟା ଓ ଗୋଆଧାରିତ ଜୀବିକା ଉପରେ ତାଲିମ ଶିବିର ଅନୁଷ୍ଠିତ

Posted by - July 5, 2022 0
ବୌଦ୍ଧ :(ଚିତ୍ତ ରଂଜନ ସିଂ) ବୌଦ୍ଧ ଜିଲ୍ଲା ମଥୁରା ପଂଚାୟତ ସଭା ଗୃହରେ ଗୋସୁରକ୍ଷା ଓ ପଞ୍ଚଗବ୍ୟ ଦ୍ୱାରା ପ୍ରସ୍ତୁତ ସାମଗ୍ରୀ ନିମନ୍ତେ ଏକ ତାଲିମ ଶିବିର…

ଓଡିଶା କର୍ମଜୀଵୀ ସାମ୍ବାଦିକ ସଂଘ ବୌଦ୍ଧ ଜିଲ୍ଲା ଶାଖାର ବାର୍ଷିକ ଉତ୍ସବ

Posted by - August 28, 2021 0
ବୌଦ୍ଧ: (ଚିତ୍ତରଂଜନସିଂ)ଓଡିଶା କର୍ମଜୀଵୀ ସାମ୍ବାଦିକ ସଂଘ ବୌଦ୍ଧ ଜିଲ୍ଲା ଶାଖାର ବାର୍ଷିକ ଉତ୍ସବ ଆଜି ବୌଦ୍ଧ ଟାଉନ ହଲ ଠାରେ ଅନୁଷ୍ଠିତ ହୋଇ ଯାଇଛି l ରାଜ୍ୟ…