ସୁବର୍ଣ୍ଣପୁର:(ଅଜିତ କୁମାର ପୁଜାହାରୀ)ସୁବର୍ଣ୍ଣପୁର ଜିଲ୍ଲାପାଳ ଶ୍ରୀମତୀ ଅବୋଲୀ ସୁନିଲ ନରୱଣେ ଙ୍କ ପରାମର୍ଶ କ୍ରମେ ସୋନପୁର ଉପଜିଲ୍ଲାପାଳ ଡ଼ଃ ଇପ୍ସିତା ପ୍ରିୟଦର୍ଶିନୀ ମିଶ୍ର ଙ୍କ ନିର୍ଦେଶରେ ସୋନପୁର ସହରାଞ୍ଚଳ ସ୍ଥିତ ବିଭିନ୍ନ ହୋଟେଲ, ରେସ୍ତୁରାଣ୍ଟସ ଉପରେ ଅଚାନକ ଚଢ଼ାଉ କରାଯାଇ ହୋଟେଲ ଗୁଡିକର ଆନୁସଙ୍ଗିକ ବ୍ୟବସ୍ଥାର ଯାଞ୍ଚ କରାଯାଇଛି l
ଚଢ଼ାଉରେ ଜିଲ୍ଳା ଯୋଗାଣ ବିଭାଗ ର ଅଧିକାରୀ, ଜିଲ୍ଲା ଖାଦ୍ୟ ନିରୀକ୍ଷକ ତଥା ସମ୍ପୃକ୍ତ ବିଭାଗର କର୍ମଚାରୀ ସାମିଲ ରହିଥିଲେ l ଏହି ଯାଞ୍ଚ ସମୟରେ ସ୍ଥାନୀୟ ବ୍ଲକ ଛକସ୍ଥିତ ପ୍ରୋଗ୍ରେସଇନ ରୁ ବେନିୟମ ଭାବେ ବ୍ୟବହୃତ 0୩ ଗୋଟି ବେନିୟମ ଭାବେ ବ୍ୟବହୃତ ଘରୋଇ ଗ୍ୟାସ ସିଲିଣ୍ଡର ବ୍ୟାଜପ୍ତ କରାଯାଇ ଏକ ମାମଲା ରୁଜୁ କରାଯାଇଥିବା ସୂଚନା ଦିଆଯାଇଛି
l ଆଗକୁ ଏହି ଧରଣର ଚଢ଼ାଉ ଓ ଯାଞ୍ଚ ପ୍ରକ୍ରିୟା ନିୟମିତ ଚାଲୁ ରହିବା ସହିତ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ଏଣୁ ସମସ୍ତ ବ୍ୟବସାୟିକ ପ୍ରତିଷ୍ଠାନ ର ମାଲିକ, ହୋଟେଲ, ରେସ୍ତୁରାଣ୍ଟସ ଓ ଢ଼ାବା ର ମାଲିକ ପ୍ରମୁଖ ନିଜ ନିଜର ପ୍ରତିଷ୍ଠାନ ର ପରିସର, ପରିପାର୍ଶ୍ୱ ତଥା ଅନ୍ୟାନ୍ୟ ବ୍ୟବସ୍ଥାର ସୁ ପରିଚାଳନା ତଥା ସୁବ୍ୟବସ୍ଥିତ ସଂଚାଳନ ସହ ବେନିୟମ କାର୍ଯ୍ୟକଳାପରୁ ଦୁରେଇ ରହିବାକୁ ପ୍ରଶାସନ ତରଫରୁ ପରାମର୍ଶ କରାଯାଉଛି l