ନବରଙ୍ଗପୁର:(ବେଣୁ ଗୋପାଳ ରାଓ)ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ନବରଙ୍ଗପୁର ଜିଲ୍ଲା ବାସିଙ୍କ ପାଇଁ ଆଶୀର୍ବାଦ ନା ଅଭିଶାପ ଏପରି ପ୍ରଶ୍ନର ଉତ୍ତର ଖୋଜୁଛନ୍ତି ଯୁବ ସମାଜସେବୀ ଦେବକାନ୍ତ ପଣ୍ଡା ! ନବରଙ୍ଗପୁର ଜିଲ୍ଲା ର 90/ପ୍ରତିଶତ ଜନସାଧାରଣ ମୁଖ୍ୟ ଚିକିତ୍ସାଳୟ ଉପରେ ନିର୍ବର କରୁଛନ୍ତି ! କିନ୍ତୁ ଦୁଃଖର ବିଷୟ ଏହି ମେଡିକାଲ କୁ ରୋଗୀଙ୍କୁ ଠିକ ଉପଯୁକ୍ତ ଚିକିତ୍ସା ପାଇବାରୁ ବଞ୍ଚିତ ହେଉଛନ୍ତି ! ଏହାକୁ ଆମେ କାହାକୁ ନେଇ ଆମେ କାହାକୁ ନିନ୍ଧା କରିବା ! ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଙ୍କୁ ନା ଜିଲ୍ଲା ପ୍ରଶାସନ କୁ ନା ରାଜ୍ୟ ସରକାର,ନା କେନ୍ଦ୍ର ସରକାର ଙ୍କୁ ! ନବରଙ୍ଗପୁର ମୁଖ୍ୟ ଚିକିତ୍ସାଳୟ ର ବିଭିନ୍ନ ସମସ୍ୟା ସମ୍ପର୍କ ରେ ବିଭିନ୍ନ ଗଣମାଧ୍ୟ୍ୟମରେ ବାରମ୍ବାର ପ୍ରକାଶିତ ପରେ ମଧ୍ୟ୍ୟ କାହାର ଦୃଷ୍ଟିକୁ ଆସୁନାହିଁ କହିଁକି ! ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ 92 ଡାକ୍ତର ଆବଶ୍ୟକ ପଡୁଥିବା ବେଳେ 15 ଜଣ ଡାକ୍ତର ନିଯୁକ୍ତି ହେଇ କାର୍ଯ୍ୟ କରୁଛନ୍ତି !
15ଜଣ ଡାକ୍ତର ତିନିଟି ବିଲଡିଙ୍ଗ ର ରୋଗୀଙ୍କୁ ଦେଖୁଛନ୍ତି ଏହା ଆମ ପାଇଁ ଗର୍ବର କଥା ନା ଦୁଃଖର ବିଷୟ କିଛି ବୁଝିନେଉନାହିଁ ! 15 ଟି ଡାକ୍ତର 24ଘଣ୍ଟା ଦିନ,ରାତ୍ର ଦାୟିତ୍ୱ ତୁଲାଇବା କୁ ପଡୁଛି ! ପ୍ରତିଦିନ ଶହ ଶହ ରୋଗୀ ମେଡିକାଲ ଆସୁଛନ୍ତି ଏତେ ରୋଗୀଙ୍କୁ 15ଜଣ ଡାକ୍ତର ରେ ସମ୍ଭବ କି ? ନବରଙ୍ଗପୁର ମେଡିକାଲ ରେ ରୋଗୀ ମାନଙ୍କ ନିମନ୍ତେ କୋଟି କୋଟି ଟଙ୍କାର ବିଭିନ୍ନ ମିସନେରୀ ସାମଗ୍ରୀ ରହିଛି କିନ୍ତୁ ଡାକ୍ତର ଅଭାବରୁ ଡାକ୍ତର ମାନେ ଅନ୍ୟ ଜିଲ୍ଲା ମେଡିକାଲ କୁ ରେପର କରୁଛନ୍ତି ! ଯାହାଫଳରେ ଶିକ୍ଷିତ ବ୍ୟକ୍ତି ଅନ୍ୟ ମେଡିକାଲ ନେଇ ଚିକିତ୍ସା କରିବାରେ ସପଲ ହେଉଛି ! କିନ୍ତୁ ଆଦିବାସୀ,ଅଣ ଶିକ୍ଷିତ ବ୍ୟକ୍ତି ବା ରୋଗୀ ଅନ୍ୟ ଜିଲ୍ଲା ମେଡିକାଲ କୁ ରେପର କଲେ ସେମାନେ ବାହାରୁକୁ ଚିକିତ୍ସା ପାଇଁ ଭୟ କରିବା ସହ ରାସ୍ତା ରେ ହିଁ ମୃତ୍ୟୁ ବରଣ କରୁଛନ୍ତି ! ନବରଙ୍ଗପୁର ଚିକିତ୍ସାଳୟ ରେ ନର୍ସ ର ଅଭାବ ଏପରି ଅନେକ ସମସ୍ୟା ରହିଛି !
ଏହି ସବୁ ସମସ୍ୟା କୁ ନେଇ ଆମେ କାହାକୁ ନିନ୍ଦା କରିବା ! ଏହି ସବୁ ସମସ୍ୟା ପାଇଁ ନବରଙ୍ଗପୁର ଜିଲ୍ଲା ଜନ ପ୍ରତିନିଧି ଙ୍କୁ ପ୍ରଶ୍ନବାଛି ସୃଷ୍ଟି ହେଉଛି ! ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ର ବିଭିନ୍ନ ସମସ୍ୟା ସମ୍ପର୍କ ରେ ନବରଙ୍ଗପୁର ଯୁବ ସମାଜ ସେବୀ ଶ୍ରୀ ଦେବକାନ୍ତ ପଣ୍ଡା ଆଜି ନବରଙ୍ଗପୁର CDMO, ନବରଙ୍ଗପୁର ଜିଲ୍ଲାପାଳ, ଓଡିଶା ମୁଖ୍ୟମନ୍ତ୍ରୀ, 5t ସଚିବ, ସ୍ୱାସ୍ଥ୍ୟ ମନ୍ତ୍ରୀ ଙ୍କୁ ଏକ ଦାବିପତ୍ର ପ୍ରଦାନ କରିବା ସହ ଏହି ସମସ୍ୟା ର ସମାଧାନ ଖୁବ ଶୀଘ୍ର କରାଯାଉ ବୋଲି ଅନୁରୋଧ କରିଛନ୍ତି ! କିଛି ଦିନ ତଳେନବରଙ୍ଗପୁର ଓ କଳାହାଣ୍ଡି ଜିଲ୍ଲାରେ ବିପର୍ଯ୍ୟସ୍ତ ସ୍ୱାସ୍ଥସେବା ପ୍ରସଙ୍ଗ କୁ ନେଇ ହାଇକୋର୍ଟ ଉଦବେଗ ପ୍ରକାଶ କରିଛନ୍ତି l ମେ ୧ ତାରିଖ ସୁଦ୍ଧା ସେଠାରେ ସ୍ୱାସ୍ଥସେବା ପ୍ରସଙ୍ଗରେ କଣ ସାନି ସ୍ଥିତି ରହିଛି, ସେ ନେଇ ରାଜ୍ୟ ସରକାର ସତ୍ୟପାଠ ଦାଖିଲ କରିବେ ବୋଲି ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ. ମୁରଲୀଧର ଓ ଜଷ୍ଟିସ ଏମ ଏସ ରମଣକୁ ନେଇ ଗଠିତ ଖଣ୍ଡପୀଠ ନିର୍ଦେଶ ଦେଇଛନ୍ତି l
ମେ 16 ରେ ହାଇକୋର୍ଟ ରେ ମାମଲାର ପରିଵର୍ତ୍ତି ଶୁଣାଣି ହେବ l ଏହି ଶୁଣାଣି ସମୟରେ ନବରଙ୍ଗପୁର ଓ କଳାହାଣ୍ଡି ସିଡ଼ିଏମଓ ଭର୍ଚ ଭରଚୁଆଳ ବ୍ୟବସ୍ଥାରେ ହାଜର ହେବେ ବୋଲି ହାଇକୋର୍ଟ କହିଛନ୍ତି l ହାଇକୋର୍ଟଙ୍କ ନିର୍ଦେଶ ପାଳନ କରି ନବରଙ୍ଗପୁର ଓ କଳାହାଣ୍ଡି ଜିଲ୍ଲାର ଜିଲ୍ଲା ଆଇନସେବା ପ୍ରାଧୀକରଣ ଦେଇଥିବା ରିପୋର୍ଟରୁ ଏହି ଦୁଇ ଜିଲ୍ଲାରେ ଅଧିକାଂଶ ପିଏସସି ଓ ସିଏଚସି ରେ ଡାକ୍ତର,ନର୍ସ ପାରାମେଡିକଲ କର୍ମଚାରୀ ପଦ ଖାଲି ପଡିଥିବା ଜଣାପଡିଥିଲା l ସେହିପରି କେତେକ ସ୍ଥାନରେ ଫାର୍ମାସିଷ୍ଟଙ୍କୁ ନେଇ ସରକାରୀ ଡକ୍ଟରଖାନା ଚାଲିଛି l ଅଧିକାଂଶ ସରକାରୀ ଡକ୍ଟରଖାନା ଗୁଡିକରେ ଇ ସି ଜି, ଏକ୍ସରେ, ଅଲଟ୍ରାସାଉଣ୍ଡ ଓ ଅନ୍ୟ ପାଥୋଲୋଜି ଟେଷ୍ଟ ପାଇଁ ବ୍ୟବସ୍ଥା ନଥିବାରୁ ରୋଗୀଙ୍କୁ ଘୋରେଇ ଡକ୍ଟରଖାନା କୁ ପଠାଯାଉଥିବା ଜଣାପଡିଥିଲା l ଏହା ଦୁଇ ଜିଲ୍ଲାର ଚିତ୍ର ହୋଇଥିବା ବେଳେ ରାଜ୍ୟର ସାଧାରଣ ସ୍ୱାସ୍ଥ୍ୟ ବ୍ୟବସ୍ଥାର ମଧ୍ୟ୍ୟ ସମାନ ଅଵସ୍ଥା ହୋଇଥାଇ ପାରେ ବୋଲି ଶୁଣାଣି ସମୟରେ ଦର୍ଶାଯାଇଥିଲା l ଉଲ୍ଲେଖଯୋଗ୍ୟ ଯେ ସଂଜୀବ ଯୋଶୀଙ୍କୁ ଆବେଦନ ଉପରେ ହାଇକୋର୍ଟ ଆଜି ଶୁଣାଣି କରିଥିଲେ l